/odishatv-khabar/media/post_attachments/uploadimage/library/16_9/16_9_0/Cold_Wave_1671159538.jpg)
Cold Wave
ରାଜ୍ୟରେ ବଢ଼ିବାରେ ଲାଗିଛି ଥଣ୍ଡା । ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ସବୁଠି ଥଣ୍ଡାର ପ୍ରକୋପ । ଦିନକୁ ଦିନ ପାରଦ ଆହୁରି ଖସିବାରେ ଲାଗିଛି । ତେବେ ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
Advertisment
ପରବର୍ତ୍ତୀ ୩ ଦିନ ଭିତରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଏବେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି । କୁହୁଡ଼ି ଯୋଗୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ଉପାନ୍ତ ଅଞ୍ଚଳରେ ସକାଳ ୯ଟା ଯାଏଁ ଅସ୍ତବ୍ୟସ୍ତ କରିଦେଉଛି ଜୀବନ । ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଯାଉଛି । ଫଳରେ ଲୋକେ ନିଆଁ ଜାଳି ଶୀତୁଆ ସକାଳର ମଜା ନେଉଛନ୍ତି ।
Advertisment
ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ଆଖିକୁ ଦିଶୁନି ରାସ୍ତା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)