/odishatv-khabar/media/post_attachments/uploadimage/library/16_9/16_9_0/Cold_wave_1672194653.jpg)
Cold wave
ଥଣ୍ଡାରେ ଥରୁଛି ଉତ୍ତର ଭାରତ । ରାଜଧାନୀ ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଗତକାଲି ସକାଳେ ଦିଲ୍ଲୀର ତାପମାତ୍ରା ୫.୬ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା । ତେବେ ଘନ କୁହୁଡି ସ୍ଥିତିକୁ ଆହୁରି ଜଟିଳ କରିଛି । ଫଳରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି ତେବେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ କାରଣରୁ ତାପମାତ୍ରା ସାମାନ୍ୟ ବଢିବା ସମ୍ଭାବନା ରହିଛି ।
ନୈନିତାଲଠୁ ବି ଅଧିକ ଥଣ୍ଡା(Cold wave) ରାଜଧାନୀ ଦିଲ୍ଲୀ । କ୍ୟାପିଟାଲ ସିଟିରେ ଗତକାଲି ସକାଳେ ତାପମାତ୍ରା ୫.୬ ଡିଗ୍ରୀକୁ ଖସି ଯାଇଥିବା ବେଳେ ନୈନିତାଲରେ ତାପମାତ୍ରା ରହିଥିଲା ୭ ଡିଗ୍ରୀ ସେଲସିୟସ୍ । ଗତକାଲି ସକାଳେ ମୋଟା ଚାଦର ଆକାରର ଧଳା କୁହୁଡି ସମଗ୍ର ଜାତୀୟ ରାଜଧାନୀକୁ ଘୋଡାଇ ପକାଇଥିଲା । ଫଳରେ ଭିଜିବିଲିଟି ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହାକୁ ନେଇ ଯାନବାହାନ ଚଲାଚଳରେ ଘୋର ବାଧା ଉପୁଜିଛି । ଦୁର୍ଘଟଣା ସାଙ୍ଗକୁ ଅନେକ ସ୍ଥାନରୁ ଟ୍ରାଫିକ ଜାମ୍ ଖବର ବି ଆସିଛି । ତେବେ ଥଣ୍ଡାରେ ଥରୁଥିବା ଉତ୍ତର ଭାରତବାସୀଙ୍କୁ ଆଶ୍ୱସ୍ତି ଆଣିଛି ପାଣିପାଗ ବିଭାଗର ପୂର୍ବନୁମାନ । ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ କାରଣରୁ କାଲି ଠାରୁ ତାପମାତ୍ରାରେ ସାମାନ୍ୟ ଉନ୍ନତି ଆସିପାରେ ବୋଲି ପାଣିପାଗ ବିଭାଗ କହିଛି ।
ଅଧିକ ପଢ଼ନ୍ତୁ: ବରଫ ଝଡ଼ ମାଡ଼ରେ ଘାଇଲା ଆମେରିକା : ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି
ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, ପଶ୍ଚିମ ରାଜସ୍ଥାନ ଏବଂ ଜାମ୍ମୁ ଓ କାଶ୍ମୀର ଶୀତ ଲହିରୀ ଉଗ୍ର ରୂପ ଧାରଣ କରିଛି । ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଗାମୀ କିଛି ଦିନ ମଧ୍ୟ ଏଭଳି ସ୍ଥିତି ଜାରି ରହିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ବାୟୁମଣ୍ଡଳର ତଳଭାଗରେ ଜଳୀୟ ବାଷ୍ପ ଯୁକ୍ତ ହାଲୁକା ବାୟୁ ରହିଥିବାରୁ ପ୍ରବଳ କୁହୁଡ଼ି ବି ହେବ ।
ତେଣୁ ବିମାନ ଚଳାଚଳରେ ବାଧା ସୃଷ୍ଟି ହେବା ଆଶଙ୍କା ବଢିଛି । ତେବେ ବର୍ତ୍ତମାନ ଯାଏଁ ବିମାନ ଚଳାଚଳ ସ୍ୱାଭାବିକ ରହିଛି । ମାତ୍ର ସ୍ୱଳ୍ପ ଭିଜିବିଲିଟିରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂ ବ୍ୟବସ୍ଥା ନଥିବା ବିମାନ ପାଇଁ ଅସୁବିଧା ହୋଇପାରେ ବୋଲି ଦିଲ୍ଲୀ ଏୟାରପୋର୍ଟ କର୍ତ୍ତୃପକ୍ଷ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)