• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

bjp works in ground flour
ଆମେ ଗ୍ରାଉଣ୍ଡ ଫ୍ଲୋରରେ କାମ କରୁଛୁ, ଲୋକଙ୍କ ହୃଦୟ ପାଖରେ ପହଞ୍ଚି ପାରିଛୁ-ବୈଜୟନ୍ତ

ଦିନ ଥିଲା ଭାରତ ନିଜର ସମସ୍ୟା ପାଇଁ ଅନ୍ୟ ଦେଶର ସହାୟତା ନେଉଥିଲା। ହେଲେ ଆଜି ଭାରତ ଅନ୍ୟଦେଶକୁ ସହାୟତାର ହାତ ବଢାଇବା ସ୍ଥିତିରେ ପହଞ୍ଚି ପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଆଜି ଏପରି ସଫଳତା ଆଣି ଦେଇଛି। ଆମ ୪ ପିଢ଼ିର ତପସ୍ୟା, ନେତୃତ୍ୱର ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତ୍ତାଙ୍କର ପରିଶ୍ରମ ଯୋଗୁ ଆଜି ବିଜେପି ଏକ ବିଶ୍ୱସ୍ତରୀୟ ଦଳ ହୋଇପାରିଛି। ଆମେ ଦେଶପ୍ରେମୀ। ଦେଶ ପାଇଁ କାମ କରୁଛୁ। ଆମ ଦଳ ତୃତୀୟ ବା ୨ୟ ମହଲାରେ କାମ କରେନି। ଗ୍ରାଉଣ୍ଡ ଫ୍ଲୋରରେ କାମ କରେ। ଆମ ଦଳ ଲୋକଙ୍କ ହୃଦୟ ପାଖରେ ପହଞ୍ଚି ପାରିଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

BJP National President JP Nadda To Visit Odisha Today
ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ୨୦୨୪ ନିର୍ବାଚନ ପାଇଁ ଫୁଙ୍କିବେ ବିଗୁଲ

୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଜେ.ପି. ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଆସୁଥିବାରୁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। 

bjp,bjd
ଆସନ୍ତାକାଲି ରାଜଧାନୀରେ ମୁହାଁମୁହିଁ ହେବେ ବିଜେପି-ବିଜେଡି

ଆସନ୍ତାକାଲି ଭୁବନେଶ୍ୱରରେ ହେବ ହାଇଭୋଲଟେଜ୍ ପଲିଟିକାଲ୍ ଟକ୍କର । ଦଳୀୟ କାର୍ଯ୍ୟକ୍ରମ ବାହାନାରେ ଶକ୍ତି ପ୍ରଦର୍ଶନ କରିବେ ଉଭୟ ବିଜେପି ଓ ବିଜେଡି ।

Odisha Politics
ଦୁଇଦିନ ପରେ ରାଜଧାନୀରେ ହେବ ପଦ୍ମ ଓ ଶଙ୍ଖ ଦଳର ପାଓ୍ୱାର ସୋ

୨୦୨୪ ନିର୍ବାଚନ ପ୍ରସ୍ତୁତି ଭିତରେ ବିଜେପି ଓ ବିଜେଡିର ଏଭଳି ପ୍ରତିଯୋଗିତାମୂଳକ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚା ।

Odisha Politics
ନଡ୍ଡା ବନାମ ନବୀନ ! ୨୯ରେ ମୁହାଁମୁହିଁ ହେବେ ବିଜେପି-ବିଜେଡି

ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥିର ପରେ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଛାମୁଆ ସଂଗଠନକୁ ନେଇ ବୈଠକ କରିବ ଶଙ୍ଖ ଦଳ ।

Pradeep Panigrahi
ସରଗରମ ଗଞ୍ଜାମ ରାଜନୀତି ! ପ୍ରଦୀପଙ୍କୁ କାଉଣ୍ଟର କରି ବିଜେଡିର ମିଶ୍ରଣ ପର୍ବ, ମୁହଁ ଖୋଲିଲେନି ଗୋପବନ୍ଧୁ

ଗଞ୍ଜାମ ରାଜନୀତି ଧିରେ ଧିରେ ଗୋଳିଆ ହେଉଥିବା ବେଳେ ଏଥିରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଆମ୍ ଆଦମୀ ପାର୍ଟି ।

Bhubaneswar MP Aparajita Sarangi
ସରକାରଙ୍କୁ ଅପରାଜିତାଙ୍କ ଗୁଗ୍‌ଲି ! କହିଲେ ଆଗରୁ ନିୟମ ମାନିଥିଲେ ଏମିତି ସ୍ଥିତି ଆସିନଥାନ୍ତା

ଏହାର ଉଚ୍ଚତା ମଧ୍ୟ କମ କରିବାକୁ ଏନ୍ଏମ୍ଏ ପ୍ରସ୍ତାବ ଦେଇଛି । ଏନ୍ଏମ୍ଏର ସୁପାରିଶ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି ।

bjp leader Jai Narayan Mishra
ଏବେ ସାର ପକାଇଛୁ, ୨୪ରେ ଫସଲ କାଟିବୁ-ଜୟନାରାୟଣ

ଦିଲ୍ଲୀରୁ ଗୁରୁମନ୍ତ୍ର ନେଇ ଫେରିଛନ୍ତି କି ବିରୋଧୀ ଦଳ ନେତା ? ୨୦୨୪ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କେନ୍ଦ୍ରୀୟ ନେତାଙ୍କ ଠାରୁ ମିଳିଛି କି କିଛି ଗୁପ୍ତମନ୍ତ୍ର ? ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତାଙ୍କ ସ୍ୱରରେ ଏବେ ଦୃଢତା ଆଉ ବିଶ୍ୱାସ । ୨୦୨୪ ନିର୍ବାଚନରେ ରାଜ୍ୟରେ ଫସଲ କାଟିବ ବୋଲି ଦୃଢତାର ସହ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। 

Amarinder Singh
ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ମିଶାଇଲେ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ

କିଛି ଦିନ ପୂର୍ବରୁ ସେ ନିଜେ ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସ ଦଳକୁ ବିଜେପି ସହ ମିଶାଇ ଦେଇଛନ୍ତି ।

bjp legislator bishnu sathi is no more
ସଫଳତାରେ ବିଭୋର ହୁଅନ୍ତିନି କି ବିଫଳତାରେ ଭାଙ୍ଗି ପଡ଼ନ୍ତିନି ବିଷ୍ଣୁ ସେଠୀ

ବିଜେପିର ବରିଷ୍ଠ ନେତା ତଥା ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ । ୬୧ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଯାଇଛି। ସେ ଜଣେ ଟାଣୁଆ ସରକାର ବିରୋଧୀ ନେତା ଥିଲେ। ସଚିବାଳୟ ହେଉ ବା ହେଉ ସାମ୍ବାଦିକ ସମ୍ମିଳନୀ, ସମସ୍ତଙ୍କୁ ମୁହଁତୋଡ ଜବାବ ଦେଉଥିଲେ। ପ୍ରତିଟି ପ୍ରଶ୍ନର ଉତ୍ତର ଥାଏ ତାଙ୍କ ଜିଭ ଅଗରେ। ସେ ପୁଣି ସିଧାସିଧା। ଆଜି ତାଙ୍କ ଆବର୍ତ୍ତମାନରେ ମନେପଡେ ସେଇ ପ୍ରଶ୍ନ ଆଉ ଉତ୍ତର।

Bijay Mohapatra
ରତ୍ନଭଣ୍ତାର ଖୋଲିବାରେ ଅସୁବିଧା କେଉଁଠି ?

‘ରତ୍ନଭଣ୍ଡାର ଖୋଲିବା ବିଳମ୍ବ କରିବା ଅଫିସ୍‌ରଙ୍କ ଏକ ଅହଂଙ୍କାର। ରତ୍ନଭଣ୍ଡାର ଓ ଏହା ଭିତରେ ଥିବା ସମ୍ପତ୍ତି ସୁରକ୍ଷିତ ଅଛି ନା ନାହିଁ ତାହାକୁ ନେଇ ଲୋକଙ୍କ ସନ୍ଦେହ ସରକାରଙ୍କ ଉପରେ ବଢ଼ୁଛି। କାରଣ ଶ୍ରୀମନ୍ଦିର ରକ୍ଷଣାବକ୍ଷଣରେ ବ୍ୟାପକ ଅବହେଳା କରାଯାଇଛି’।

Bharat Jodo Yatra in Odisha from Oct 31
ଅକ୍ଟୋବର ୩୧ରୁ ଓଡ଼ିଶାରେ ହେବ କଂଗ୍ରେସର ଭାରତ ଯୋଡୋ ଯାତ୍ରା

ଓଡ଼ିଶାରେ ପଦଯାତ୍ରା କେବଳ ବିଜେପିକୁ ଟାର୍ଗେଟ୍ କରି ନୁହେଁ ବରଂ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଓଡ଼ିଶାରେ ପଦଯାତ୍ରା କରିବୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ଏହି ଯାତ୍ରା କ୍ରମରେ ଓଡ଼ିଶାରେ ୨,୨୫୦ କି.ମି. ପଦଯାତ୍ରା ହେବ।

BJP
ଅସମ୍ଭବ ନୁହେଁ ଅପରାଜୟ ଦାବି କରୁଥିବା ନବୀନ ସରକାରଙ୍କୁ ହରାଇବା: ବିଜେପି

ଅସମ୍ଭବ ନୁହେଁ ଅପରାଜୟ ଦାବି କରୁଥିବା ନବୀନ ସରକାରଙ୍କୁ ହରାଇବା । ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷଙ୍କ ଏହି ବାର୍ତ୍ତା ପରେ ଚଳଚଂଚଳ ବିଜେପି ଶିବିର । ତେବେ ଏଥିପାଇଁ ନେତାଙ୍କ ମଧ୍ୟରେ ଏକତା ଜରୁରୀ ବୋଲି ଟୁଇଟ୍ କରି କହିଛନ୍ତି ସାଂସଦ ସୁରେଶ ପୂଜାରୀ । ଏପଟେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନିଜ ନିଜର ମହତ୍ୱାକାଂକ୍ଷାକୁ ନେଇ ଦଳ ଭିତରେ ଦ୍ୱନ୍ଦ୍ୱ ନଉପୁଜୁ ।

BJP
ମିଶନ୍ ୨୪ ପାଇଁ ହୁଙ୍କାର ! ସନ୍ତୋଷଙ୍କ ଫର୍ମୁଲା, ଅସମ୍ଭବ ନୁହେଁ ନବୀନଙ୍କୁ ଗାଦିଚ୍ୟୁତ

ଏକ ହୋଇ ଲଢ଼ିବାକୁ ସୁରେଶଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା । ନବୀନଙ୍କ ୨୫ ବର୍ଷ ସେବାର ବାର୍ତ୍ତା ପହଞ୍ଚାଇବାକୁ ଶଙ୍ଖର ଯୋଜନା।

BJP
ବିଜେପିର ୨୪ ରୋଡମ୍ୟାପ୍

ପଞ୍ଚାୟତ ସ୍ତରରୁ ଲଢ଼େଇ ପାଇଁ ପୁରୀରେ ଗୁରୁମନ୍ତ୍ର। ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ। ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରିବାକୁ ଆହ୍ବାନ। ଓ୍ୱାନ-ଟୁ-ଓ୍ୱାନ ଆଲୋଚନା ସହ ନେତାଙ୍କୁ ଦେଲେ ଟାସ୍କ...

BJP
ବିଜେପିର ୨୪ ରୋଡ୍‌ମ୍ୟାପ୍, ପଞ୍ଚାୟତ ସ୍ତରରୁ ଲଢ଼େଇ ପାଇଁ ଗୁରୁମନ୍ତ୍ର

ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ । ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରିବାକୁ ଆହ୍ବାନ ।

‘Congress Chhodo Yatra’ begins
'କଂଗ୍ରେସ ଛାଡ଼ ଯାତ୍ରା': ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍‌ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ।

BJP Strategy
୨୦୨୪ରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବୁ: ବିଜେପି

ସାଂସଦ ସୁରେଶ ପୂଜାରୀ କହିଛନ୍ତି- ପ୍ରଶିକ୍ଷଣ ଶିବିରର ୩ ଦିନରେ ୧୫ଟି ବିଷୟରେ ଆଲୋଚନା ତ ହେବ, ହେଲେ ମୂଳ ଲକ୍ଷ୍ୟ କିନ୍ତୁ ଗୋଟିଏ। 

BJP
୨୪ରେ ଓଡିଶାରେ ବିଜେପି ସରକାର ! ଅମିତ ଶାହଙ୍କ ଏହି ଦୃଢୋକ୍ତି ପରେ ଏବେ ଫୁଲ୍ ଜୋସରେ ବିଜେପି ଶିବିର

ଗତ ସପ୍ତାହରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର ପରେ ଆଜିଠୁ ପୁରୀରେ ଆରମ୍ଭ ହୋଇଛି ତିନି ଦିନିଆ ପ୍ରଶିକ୍ଷିଣ ଶିବିର ।

BJP
୨୦୨୪ ଜିତିବାକୁ କର୍ମୀଙ୍କୁ ଟ୍ରେନିଂ ଦେଲା ବିଜେପି, କିଛି ଫରକ ପଡ଼ିବନି କହିଲେ ବିଜେଡି-କଂଗ୍ରେସ

୨୦୨୪ରେ ଓଡ଼ିଶାରେ ବିଜେପି ସରକାର ପାଇଁ କସରତ । ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷିଣ ଶିବିର ।

Bhubaneswar MP Aparajita Sarangi targets Odisha govt over mining scam
ଓଡ଼ିଶାରେ ଖଣି ଦୁର୍ନୀତି ଏକ ବିରାଟ ସ୍କାମ: ଅପରାଜିତା

ଶାହା କମିଟି ରିପୋର୍ଟରୁ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ବାବଦରେ ଜଣାପଡ଼ିଥିଲା। କିନ୍ତୁ ରାଜ୍ୟ ସରକାର ଶାହା କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ।

BJP Vice President Jay Panda
ପ୍ରତି ମାସରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ: ବୈଜୟନ୍ତ

ଯାହାର ନିଶ୍ଚିତ ଭଲ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ବୈଜୟନ୍ତ।

BJP
୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍‌ରେ ବିଜେପିର ପ୍ରସ୍ତୁତି ଆରମ୍ଭ

ବିଜେପି ଫୋକସରେ ଓଡ଼ିଶା । ୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଓଡ଼ିଶା ଆସି ସାଂଗଠନିକ ସ୍ଥିତି ପରଖି ଥିଲେ ପ୍ରଭାରୀ ସୁନିଲ୍ ବଂଶଲ । ଏହାର ଦୁଇ ଦିନ ପରେ ରାଜ୍ୟରେ ପହଞ୍ଚିଛନ୍ତି ଏକାବେଳକେ ୭ କେନ୍ଦ୍ରମନ୍ତ୍ରୀ ।

BJP
ମିଶନ ୨୪ ଲାଗି ବିଜେପିର ପାଗଭିଡ଼ା

ମିଶନ ୨୪କୁ ନେଇ ଚଳଚଞ୍ଚଳ ବିଜେପି ଶିବିର । ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଭାରୀ ସୁନିଲ୍ ବଂଶଲଙ୍କ ପରେ ଓଡ଼ିଶା ଗସ୍ତରେ ୭ କେନ୍ଦ୍ର ମନ୍ତ୍ରୀ ।