ରାଜ୍ୟରେ ଆଗୁଆ ନିର୍ବାଚନର ସମ୍ଭାବନା ଥିବାରୁ ରାଜନୈତିକ ଗତିବିଧି ବଢ଼ିଲାଣି ।
ପଦ୍ମପୁର ଫଳ ଆସିବା ପରଠୁ ସବୁ ଦଳରେ ଗୋହି ଖୋଳା ଖୋଳି । ଜୋର ଧରିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ।
ପିସିସି ସଭାପତିଙ୍କ ଚ୍ୟାଲେଂଜ୍-ପ୍ରମାଣ ଦେଲେ ସନ୍ନ୍ୟାସ ନେବି ।୨୪ ନିର୍ବାଚନରେ କଂଗ୍ରେସ ଭୋଟ୍ କିଏ ନେବ? ତାକୁ ନେଇ ଚର୍ଚ୍ଚା
ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହା ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଡାଇଭର୍ଟ ନୁହେଁ ଡିଲ୍। ଖୋଦ୍ ବିଜେଡି କରିଛି ମୂଲଚାଲ। ଏକ ବଡ଼ ବୁଝାମଣା ପରେ ହିଁ ପଦ୍ମପୁରରେ ବିଜେଡି ଖାତାକୁ ଯାଇଛି କଂଗ୍ରେସ ଭୋଟ୍। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କର ଏଭଳି ବିସ୍ଫୋରକ ବୟାନକୁ ନେଇ ରାଜ୍ୟ ରାଜନୀତିରେ କଂପନ। ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି। ଜୟନାରାୟଣ କହିଛନ୍ତି ପଦ୍ମପୁରକୁ ପ୍ରଚାରରେ ଯିବା ପୂର୍ବରୁ ଡିଲ୍ କରିଥିଲା ବିଜେଡି। ଭୁବନେଶ୍ୱରରେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ହୋଇଥିଲା ମୂଲଚାଲ।
ଯେଉଁ ଅଭିଜ୍ଞ ନେତା ସତ୍ୟଭୂଷଣ ସାହୁ ଏଥର ପ୍ରାର୍ଥୀ ହୋଇଥିଲେ, ତାଙ୍କ ପକେଟ୍ ଭୋଟ୍ ବି ଗଲା କୁଆଡ଼େ?
ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ବିଜେପି କାହିଁକି ଆଶଙ୍କା ପ୍ରକାଶ କରୁଛି?
ଧାମନଗର ପରାଜୟ ପରେ ଫର୍ମ ହରାଇଥିବା ଶଙ୍ଖଦଳକୁ ପୁଣି ମିଳିଗଲା ଜୋସ୍,୨୪ ନିର୍ବାଚନରେ କିଛି ପ୍ରଭାବ ପଡ଼ିବନି କହିଲେ ବିରୋଧୀ
ଧାମନଗର ଓ ପଦ୍ମପୁରରେ ଅମାନତ ଗଲା। ଏବେ ସମୟ ଆସିଛି ତର୍ଜମା କରିବାକୁ ହେବ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।
ଗୁଜରାଟରେ ବଡ଼ ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଜନାଦେଶ ଅଭିଭୂତ କରିଛି । ଗୁଜରାଟରେ ଏଥର ଚମତ୍କାର ହୋଇଛି ।
ବିଜୟ ଲାଗି ପଦ୍ମପୁରବାସୀଙ୍କୁ ନବୀନ ଧନ୍ୟବାଦ ଜଣାଇଛନ୍ତି।
ମୋଦି ହାଓ୍ୱାରେ ହାତ ସାଫ୍, ଆପ୍ ବି ଏକଦମ୍ ଫେଲ
ଅତି ନିକଟରେ ଧାମନଗର ଉପ-ନିର୍ବାଚନରେ ବିଜୟ ଧ୍ୱଜା ଉଡ଼ାଇଥିବା ବିଜେପିର କାହିଁକି ପଦ୍ମପୁରରେ ହେଲା ପରାଜୟ ?
ଗଣତି ପୂର୍ବରୁ ପରିଣାମକୁ ନେଇ ବଢିବାରେ ଲାଗିଛି ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉତ୍କଣ୍ଠା।
ଟଙ୍କା ବଣ୍ଟାଠାରୁ ଆରମ୍ଭ କରି ବିଭିନ୍ନ ଭିଡିଓ ଭାଇରାଲ ସହ ଆଚରଣବିଧି ଉଲଂଘନ ଅଭିଯୋଗ ଆଣିଥିଲେ ଉଭୟ ଦଳ । ଆଉ ନିର୍ବାଚନ ସରିବା ପରେ ବି ଥମିନଥିଲା ଆରୋପ ପ୍ରତ୍ୟାରୋପ ।
କାହାର ହେବ ପଦ୍ମପୁର ? କିଏ ମାରିବ ବାଜି ? ରେକର୍ଡ ମତଦାନ କାହାକୁ ସୁହାଇବ ? ଏସବୁ ପ୍ରଶ୍ନର ଉତ୍ତର ତ ୮ ତାରିଖରେ ମିଳିବ, ହେଲେ ଭୋଟ୍ ସରିବା ପରେ ସବୁ ଦଳ ନିଜ ନିଜ ସ୍ତରରେ ରିପୋର୍ଟ ନେବା ଆରମ୍ଭ କରିଛନ୍ତି । ନିଜର ଏଜେଣ୍ଟ, ପଂଚାୟତ ସ୍ତରର ନେତା ଓ ଅବଜର୍ଭରମାନଙ୍କଠାରୁ ସଂଗ୍ରହ କରୁଛନ୍ତି ବୁଥ୍ଓ୍ୱାରି ରିପୋର୍ଟ । କେଉଁ ବୁଥ୍ରେ କେତେ ଭୋଟ୍ ପଡ଼ିଛି, କେଉଁଠି କିଏ ଲିଡ୍ ନେବାର ସମ୍ଭାବନା ଅଛି ସେସବୁର ଚାଲିଛି ମିଶାଣ ଫେଡ଼ାଣ ।
ରାଜ୍ୟ ସରକାରଙ୍କୁ କେନ୍ଦ୍ରର କଡ଼ା ତାଗିଦ୍ । ୧୫ ତାରିଖ ସୁଦ୍ଧା ଦିଅ ଭୂମିହୀନ ଆବାସ ହିତାଧିକାରୀଙ୍କୁ ଜମି । ନଚେତ୍ ପ୍ରତ୍ୟାହାର ହେବ ଆବାସ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ କଳି ଭିତରେ ପୁଣି ନୂଆ କେଁ । ରାଜ୍ୟକୁ ଚିଠି ଲେଖି କଡ଼ା ଚେତାବନୀ ଦେଇଛି କେନ୍ଦ୍ର । ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଲେଖିଥିବା ଚିଠି ଅନୁସାରେ, ରାଜ୍ୟରେ ୫୭ ହଜାର ୯୩୨ ଜଣ ଭୂମିହୀନ ହିତାଧିକାରୀ ଥିଲେ । ସେମାନଙ୍କ ଭିତରୁ ୩୯ ହଜାର ୮୯ ଜଣଙ୍କୁ ଜମି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଅବଶିଷ୍ଟ ୧୮ ହଜାର ୮୪୩ ଭୂମିହୀନ ନିଜସ୍ୱ ଜମି ପଟ୍ଟା ନ ଥିବାରୁ ଆବାସ ଯୋଜନା ପାଇପାରୁନାହାନ୍ତି ।
ଅନିଶ୍ଚିତତାରେ ଭୂମିହୀନ ଆବାସ ଆଶାୟୀଙ୍କ ଭାଗ୍ୟ । ଡିସେମ୍ବର ୧୫ସୁଦ୍ଧା ହିତାଧିକାରୀଙ୍କୁ ଜମିପଟ୍ଟା ଦିଅ କହିଲା କେନ୍ଦ୍ର ।
ବିଜେପିର ଦମ୍ଭୋକ୍ତି ୧୦ ହଜାର ଭୋଟ୍ ବ୍ୟବଧାନରେ ଜିତିବୁ । ୮ରେ ଫଳାଫଳ ଆସିବା ଆଗରୁ ହାତ ଟେକିଦେଲା ହାତ ଦଳ ।
ଘର ପାଖ କେନ୍ଦ୍ରରେ ଭୋଟ୍ ଦେଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ସନ୍ଧ୍ୟା ୬ଟା ସୁଦ୍ଧା ରେକର୍ଡ ୮୦%ରୁ ଅଧିକ ମତଦାନ ।
ଷଣ୍ଢକୁ ଫୁଲମାଳରେ ସଜେଇ ବଜାରରେ ଶୋଭାଯାତ୍ରା କରିଥିଲେ। ଏହାପରେ ବ୍ଲକ୍ କାର୍ଯ୍ୟାଳୟ ଆଗରେ କେକ୍ କାଟି ବିଜେପି ଯୁବମୋର୍ଚ୍ଚାର କର୍ମୀ ଜନ୍ମଦିନ ପାଳନ କରିଥିଲେ।
ବର୍ଷାଙ୍କୁ ଅସମ୍ମାନ ନେଇ ବିଜେଡି ଆଣିଲା ଅଭିଯୋଗ। ମହିଳା ଅସୁରକ୍ଷିତ ଆରୋପ ପ୍ରତ୍ୟାରୋପକୁ ନେଇ ମୁହାଁମୁହିଁ । ଭୋଟର ଦିନକ ପୂର୍ବରୁ କାହିଁକି ଏମିତି ମହିଳା କାର୍ଡ ତାକୁ ନେଇ ଚର୍ଚ୍ଚା.....
ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା ଅଭିଯୋଗ ଆଣି ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣାକୁ ଓହ୍ଲାଇଥିଲା ବିଜେପି।
କେନ୍ଦୁପତ୍ରରେ ଜିଏସ୍ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଧର୍ମେନ୍ଦ୍ର।