Advertisment

ମୋଦି ଚାଉଳକୁ ଠିକ୍ ଭାବେ ବାଣ୍ଟନ୍ତୁ ନବୀନ ସରକାର: ଧର୍ମେନ୍ଦ୍ର

ମୋଦିଙ୍କ ମାଗଣା ଚାଉଳ  ବଣ୍ଟନ ପରେ ନବୀନଙ୍କ ଚାଉଳ ରାଜନୀତି ଶେଷ ହୋଇଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
‘Rice Politics’ Turn Debate Topic for BJD Vs BJP In Odisha

‘Rice politics’ turn debate topic for BJD Vs BJP In Odisha

ମୋଦି ଚାଉଳ ବନାମ ନବୀନ ଚାଉଳ। କେନ୍ଦ୍ର ଦେଉଛି ୮ ହଜାର ୪ ଶହ କୋଟି। ରାଜ୍ୟ ଦେଉଛି ମାତ୍ର ୧୮୫ କୋଟି। ମାଗଣା ଚାଉଳର ପାଏ ପାଏର ହିସାବ ରଖିଲା ବିଜେପି। ଏବେ ରାଜ୍ୟ ସରକାର ନୁହେଁ। ମାଗଣା ସ୍କିମ୍‌ରୁ ଫୁଲ୍ ମାଇଲେଜ୍ ନେବାକୁ କେନ୍ଦ୍ରର ପ୍ରୟାସ। କେନ୍ଦ୍ର ସରକାର ଙ୍କ ମାଗଣା ଚାଉଳ ଘୋଷଣା ପରେ ରାଜ୍ୟର ଚାଉଳ ଚାଲକୁ ଅଚଳ କରିବାକୁ କଡ଼ାଗଣ୍ଡା ହିସାବ୍ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି- ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟକୁ ଆସୁଥିବା ଚାଉଳର ୯୦ରୁ ୯୫ ଭାଗ ଦେଉଥିଲେ କେନ୍ଦ୍ର ସରକାର, ଅବଶିଷ୍ଟ ରାଜ୍ୟ ସରକାର ଦେଉଥିଲେ କିନ୍ତୁ ବିତରଣ ବ୍ୟବସ୍ଥା ଥିଲା ରାଜ୍ୟ ସରକାରଙ୍କ ପାଖରେ।

Advertisment

ଓଡ଼ିଶା ରେ ୩ କୋଟି ୨୫  ଲକ୍ଷ ହିତାଧିକାରୀଙ୍କୁ ଜଣ ପିଛା ୫ କିଲୋ ହିସାବରେ ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନର ଚାଉଳ ଆବଶ୍ୟକତା ରହିଛି ଯାହାକୁ ପୂରା ମାଗଣାରେ ବାଣ୍ଟୁଛି କେନ୍ଦ୍ର ସରକାର। ବର୍ତ୍ତମାନ ଚାଉଳ କେଜି ପିଛା ୩୭ ଟଙ୍କା ୨୮ ପଇସା ହିସାବରେ ଏଥିପାଇଁ ମାସିକ ୭୦୦ କୋଟି ଏବଂ ବର୍ଷକୁ ୮ ହଜାର ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରାଜ୍ୟ ସରକାର ଏହାକୁ ସଠିକ୍ ବିତରଣ କରନ୍ତୁ। ରାଜ୍ୟ ସରକାର ୯ ଲକ୍ଷ ହିତାଧିକାରୀଙ୍କ କଥା କହୁଛନ୍ତି, ହୁଏତ ସେତିକି ବି ଦେଉନାହାନ୍ତି। ତେଣୁ ମୋଦି ଦେଉଥିବା ଚାଉଳକୁ ଗଡବଡ୍ ନ କରି ଠିକଣା ଢଙ୍ଗରେ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର। ସେପଟେ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି ଟଙ୍କେ ଦୁଇ ଟଙ୍କାରେ ଚାଉଳ ଦେଇ ରାଜ୍ୟ ସରକାର ଯେଉଁ ବାହାବା ନେଉଥିଲେ ତାହା ବନ୍ଦ ହେଇଗଲା। 

ଅଧିକ ପଢ଼ନ୍ତୁ: ଏଣିକି ବର୍ଷେ ଯାଏଁ ମାଗଣା ଚାଉଳ, ୧ ଟଙ୍କା ବି ଦେବାକୁ ପଡ଼ିବନି

ସେପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ନିଜସ୍ୱ ସ୍କିମରୁ ରାଜ୍ୟ ସରକାର ୯ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବେ। ଏଥିପାଇଁ ୧୮୫ କୋଟି ଖର୍ଚ୍ଚ ହେବ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ। ସେପଟେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ମୋଦିଙ୍କ ମାଗଣା ଚାଉଳ  ବଣ୍ଟନ ପରେ ନବୀନଙ୍କ ଚାଉଳ ରାଜନୀତି ଶେଷ ହୋଇଯାଇଛି। ତେଣୁ ଆଗକୁ ରାଜ୍ୟ ସରକାର କିଛି ନୂଆ ସ୍କିମ୍ ଆଣିପାରନ୍ତି।

Advertisment

କେନ୍ଦ୍ର ମାଗଣାରେ ଚାଉଳ ଦେବା ପରେ ସେ ବାବଦକୁ ବର୍ଷକୁ ରାଜ୍ୟ ସରକାରଙ୍କର ପ୍ରାୟ ୧୨୦୦ କୋଟି ବଞ୍ଚୁଛି। ତେଣୁ ସେଇ ଟଙ୍କାରେ ରାଜ୍ୟ ସରକାର କେଉଁ ନୂଆ ସ୍କିମ୍ ଆଣୁଛନ୍ତି, ଏବେ ଚାଉଳ ରାଜନୀତି ଆଗକୁ କେଉଁଆଡ଼େ ଯାଉଛି ଏବେ ତାଉପରେ ନଜର।

(ଭୁବନେଶ୍ୱରରୁ କପିଳେନ୍ଦ୍ର ଓ ହରିହର ଚାନ୍ଦଙ୍କ ରିପୋର୍ଟ)

Dharmendra Pradhan BJD BJP PDS Rice
Advertisment
Advertisment