ବିଷ୍ଣୁଙ୍କ ଗଡ଼ରେ ଉଇଁଲେ ସୂର୍ଯ୍ୟ । ବାପାଙ୍କ ଆସନରେ ବସିଲେ ପୁଅ । ଏ ବିଜୟ ସୂର୍ଯ୍ୟବଂଶୀ ସୂରଜଙ୍କର, ଭାରତୀୟ ଜନତା ପାର୍ଟିର, ସାରା ଧାମନଗର ବାସୀଙ୍କର । ବିଜେପି ଜିତିଛି ଧାମନଗର ବାଜି । ଯୁଆଡେ ଦେଖିବ ଫରଫର ଉଡୁଛି ପଦ୍ମ ପତାକା ।
ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।
କଡ଼ା ସୁରକ୍ଷା ଭିତରେ ଇଭିଏମ୍ । କାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି ।
ଶାନ୍ତିପୂର୍ଣ୍ଣ ମତଦାନର କିଛି ସମୟ ପରେ ବିଭିନ୍ନ ସ୍ଥାନରୁ ଆସିଥିଲା ଗଣ୍ଡଗୋଳ ଓ ଉତ୍ତେଜନାର ଚିତ୍ର।
ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଖୋଦ୍ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ପହଞ୍ଚିଥିଲେ।
ପଶ୍ଚିମବଙ୍ଗର ସଂସ୍କୃତି ଅତି ନିମ୍ନ ସ୍ତରକୁ ଗଲାଣି ବୋଲି ବାନାର୍ଜୀ କହିଛନ୍ତି।
ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ଧାମନଗରରେ ମୋଟାମୋଟି ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ । କାଁ ଭାଁ ବୁଥ୍ ରିଗିଂ ଓ ବିଶୃଙ୍ଖଳା ଖବର ସାମ୍ନାକୁ ଆସିଛି ।
କ’ଣ ହେବ ରେଜଲ୍ଟ, ତାହା ତ ଆସନ୍ତା ୬ ତାରିଖରେ ଜଣାପଡ଼ିବ । କିନ୍ତୁ ଆଜି ଧାମନଗରବାସୀ ବାଛିବେ ତାଙ୍କ ବିଧାୟକ ।
ରାତି ପାହିଲେ ଧାମନଗର ଉପନିର୍ବାଚନ ଭୋଟ । କାଲି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ହେବ ମତଦାନ । ସେଥିପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ପୋଲିଂ ପାର୍ଟିଂ ବୁଥ୍ରେ ପହଞ୍ଚି ମତଦାନର ରିହର୍ସସଲ୍ କରିଛନ୍ତି । ମୁକ୍ତ ଓ ଅବାଧ ଭୋଟ୍ ଗ୍ରହଣ ପାଇଁ ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ମଧ୍ୟ ସମସ୍ତ ତୟାରି କରାଯାଇଛି । ସମ୍ବେଦନଶୀଳ ଚିହ୍ନଟ ୧୧୦ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି ।
ଧାମନଗରରେ କାହାର ହେବ ଜିତ୍ ? ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ରାତି ପାହିଲେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା ।
ଧାମନଗରରେ ଚିତ୍ର ସ୍ପଷ୍ଟ, ୨୪ ନିର୍ବାଚନରେ ପ୍ରୟୋଗ ଚର୍ଚ୍ଚା ।
ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋର୍ଲିଂ ପାର୍ଟି ।
ବିଜେପି ବିରୋଧରେ ବିଜେଡି ଯେଉଁସବୁ ଅଭିଯୋଗ ନେଇ ସିଇଓଙ୍କ ଅଫିସକୁ ଯାଇଛି, ତାର ତଥ୍ୟ ବି ମାଗିଛି ଦଳ।
ଧାମନଗର ଉପ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର କାର୍ଯ୍ୟକ୍ରମ। କଂଗ୍ରେସର ପ୍ରଚାରର ମଙ୍ଗ ଧରିଛନ୍ତି ବିଧାୟକ ସୁର ରାଉତରାୟ।
ଧାମନଗର ଭୋଟ୍ ପୂର୍ବରୁ ରାଜଧାନୀରେ ହାଇ ପଲିଟିକାଲ୍ ଡ୍ରାମା । ଗୋଟିଏ ପଟେ ବିଜେପିର ବିକ୍ଷୋଭ ଓ ଶକ୍ତି ପ୍ରଦର୍ଶନ, ଅନ୍ୟପଟେ ବିଜେଡିର କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ । ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ମାମଲାରେ ବଡବଡିଆଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ କରି ରାଜଧାନୀରେ ଜୋରଦାର୍ ବିକ୍ଷୋଭ କରିଛି ବିଜେପି ।
ଭୁବନେଶ୍ୱର ଶିଶୁ ଭବନ ଛକରେ ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ୍-ବିଜେପି କର୍ମୀ ମଧ୍ୟରେ ଛକାପଞ୍ଝା । ଠେଲାପେଲା ଓ ଧସ୍ତାଧସ୍ତି । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ନାକେଦମ୍ ପୋଲିସ୍ । ଶେଷରେ ଗିରଫ ହେଲେ ବିଜେପ ନେତା ଓ କର୍ମୀ ।
ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତା ସାମିଲ ଅଛନ୍ତି ବୋଲି ଏକ କାର୍ଟୁନ ପୋଷ୍ଟରରେ ଦର୍ଶାଯାଇଛି ।
SHG କୁ ବିଜେଡି ବ୍ୟବହାର କରୁଥିବା ବିରୋଧୀଙ୍କ ଅଭିଯୋଗ ।
ପ୍ରଚାରରେ ଉଠୁଛି ପଡୁଛି ଧାମନଗର । ଲୋକଙ୍କୁ ମୋଦିଙ୍କ ମନ୍ କି ବାତ୍ ଶୁଣାଇଲା ବିଜେପି ।
ଭାଇରାଲ ଅଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଯାହାକି ଧାମନଗର ଉପନିର୍ବାଚନକୁ ଅଧିକ ଉଷ୍ଣ କରିଛି ।
ବିଜେଡି ବିରୋଧରେ ECIରେ ଫେରାଦ ହେଲା ବିଜେପି । ସାଇବର ଥାନାରେ ବି ବିଜେପିର ଅଭିଯୋଗ ।
କେଜ୍ରିଓ୍ୱାଲଙ୍କ ଦାବି ପରେ ଜୋର୍ ଧରିଲା ରାଜନୀତି, କଂଗ୍ରେସ ଓ ବିଜେପି ନେତା ବି କଲେ ଭିନ୍ନ ଭିନ୍ନ ଦାବି
ଧାମନଗର ଉପନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି । ଏସ୍ଏଚ୍ଜିଙ୍କ ଦ୍ୱାରା ଟଙ୍କା ବଣ୍ଟା, ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର । ଏହି ଦୁଇଟି ଭିଡିଓ ଭାଇରାଲ ପରେ ତେଜିଛି ଧାମନନଗର ଉପନିର୍ବାଚନ ଟଙ୍କା ବଣ୍ଟା ବିବାଦ ।