ବିଜେପି ପଚାରିଛି ଯେ, ସଂଖ୍ୟା ଯଦି ଆପ୍ ସପକ୍ଷରେ ଅଛି, ତେବେ ସେମାନେ ଭୟଭୀତ କାହିଁକି?
ମୋଦିଙ୍କ ମାଗଣା ଚାଉଳ ବଣ୍ଟନ ପରେ ନବୀନଙ୍କ ଚାଉଳ ରାଜନୀତି ଶେଷ ହୋଇଯାଇଛି।
ବିଜେଡିକୁ ଘାରିଛି ନିର୍ବାଚନୀ ବର୍ଷରେ ବିଜେପି ଫାଇଦା ନେଇଯିବା ଡର ।
ସବୁ ବୁଥ୍ରେ ସଂଗଠନ ମଜଭୁତ ଉପରେ ବି ଜୋର୍ । ସରକାର ଚଳାଉଛି କିଏ ? ନଡ୍ଡାଙ୍କ ପ୍ରଶ୍ନ ଲୋକଙ୍କ ପାଖେ ପହଞ୍ଚାଇବାକୁ ହେବ ପ୍ରୟାସ ।
ମାସିକ ମୁଣ୍ଡପିଛା ମିଳିବ ୫ କେଜି ଚାଉଳ, ଖର୍ଚ୍ଚ ହେବ ୧୮୫ କୋଟି । ମୋଦି ଚାଉଳ ବନାମ ନବୀନ ଚାଉଳକୁ ନେଇ ତେଜିଲା ରାଜନୀତି ।
ବିଜେଡି ପ୍ରତିଷ୍ଠା ଦିବସରେ ଭର୍ତ୍ତୁହରିଙ୍କ ଅନୁପସ୍ଥିତିକୁ ନେଇ କଳ୍ପନାଜଳ୍ପନା ।
୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।
ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରଚାର ପାଇଁ କି କସରତ୍ ?
ଓଡ଼ିଶାରେ ବଳାତ୍କାର, ହତ୍ୟାରେ ସଂପୃକ୍ତ ବ୍ୟକ୍ତି ମନ୍ତ୍ରୀ ହୁଅନ୍ତି ବୋଲି କହିଛନ୍ତି ବୈଜୟନ୍ତ, ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀଙ୍କୁ ସିଧା ନିଶାନା ମଧ୍ୟ କରିଛନ୍ତି ।
ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ ।
ତୁମୁଡ଼ିବନ୍ଧ ଓ ବାଣପୁରରେ ସାଧାରଣ ସଭା,ନଡ୍ଡାଙ୍କ ଫୋକସରେ ବୁଥ୍ ଶକ୍ତି କେନ୍ଦ୍ର ମଜବୁତ
କାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ତୁମୁଡ଼ିବନ୍ଧ ଓ ବାଣପୁର ସଭାରେ ୨୪ ଭୋଟ୍ ପାଇଁ ଭରିବେ ଜୋଶ୍ ।
ଶ୍ରୀକ୍ଷେତ୍ରରୁ ବିଜେଡି ଫୁଙ୍କିଲା ୨୪ ନିର୍ବାଚନ ପ୍ରସ୍ତୁତି ଶଙ୍ଖ । ଭିଡିଓ ବାର୍ତ୍ତାରେ ନେତା-କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ । ମହିଳା କାର୍ଡ ବି ଖେଳିଲେ ସୁପ୍ରିମୋ ନବୀନ । କେନ୍ଦ୍ର ଅବହେଳା କଥା ଉଠାଇ ବର୍ଷିଲେ ନେତା । ପୁରୀରେ ୨୫ ତମ ଜନ୍ମଦିନ ପାଳନ ଅବସରରେ ବରିଷ୍ଠ, ଯୁବ, ମହିଳା ନେତା ଓ କର୍ମୀଙ୍କୁ ଏକାଠି କରି ଶକ୍ତି ପଦର୍ଶନ କରିଛି ଶଙ୍ଖ ଦଳ । ଆଉ ସାଧାରଣ ର୍ନିବାଚନ ଲାଗି ପ୍ରସ୍ତୁତିର ବିଗୁଲ ବଜାଇ ନବୀନ ଖେଳିଛନ୍ତି ମହିଳା କାର୍ଡ । କହିଛନ୍ତି ମାଆ ମାନଙ୍କ ଆଶୀର୍ବାଦ ରହିଲେ ୨୫ କଣ, ୫୦ କଣ, ୧୦୦ ବର୍ଷ ଯାଏଁ ଓଡ଼ିଶାର ସେବା କରିବ ବିଜେଡି ।
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସକୁ ଜବରଦସ୍ତ କାଉଣ୍ଟର । ସତ୍ୟାଗ୍ରହ କରି ବିଜେପିର ପ୍ରତିବାଦ । ରାଜଧାନୀରୁ ରାଉରକେଲା ସମ୍ବଲପୁରରୁ ବାଲେଶ୍ୱର ପ୍ରତି ମଣ୍ଡଳରେ ବିଜେପିର ସତ୍ୟାଗ୍ରହ । ଅଭିଯୋଗ ଏୟା ଯେ, ଶାସକ ଦଳର ରାଜନୈତିକ ଅପରାଧୀକରଣ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଖଂଳା, ମହିଳା ବିରୋଧୀ ଅପରାଧ ସହ ଶିଶୁ ଅପହରଣ ଓ ମୃତ୍ୟୁ ମାମଲା ବୃଦ୍ଧି । ତାଠୁ ସାଂଘାତିକ ହେଲା ବିଭିନ୍ନ ଅପରାଧ ମାମଲାରେ ସଂପୃକ୍ତ ନିଜର ବିଧାୟକ, ମନ୍ତ୍ରୀଙ୍କୁ ସୁରକ୍ଷା ଦେବା । ବିଶେଷ କରି ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ ତାତିଛି ବିଜେପି ।
ଭିଡିଓ ବାର୍ତ୍ତାରେ ନେତା-କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର । ମା ମାନଙ୍କ ଆଶୀର୍ବାଦ ରହିଲେ ଶହେ ବର୍ଷ ଯାଏଁ ସେବା କରିବ ଦଳ ।
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଦାବିପତ୍ର । ନଡ୍ଡାଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ପଦ୍ମ କ୍ୟାଂପ୍ ।
ଜେଡିକୁ କାଲି ୨୫ ପୂରି ୨୬ ଚାଲିବ। ସିଲିଭର୍ ଜୁବଲି୍ ସମାରୋହ ପାଇଁ ପୁରୀରେ ବ୍ୟାପକ ଆୟୋଜନ। ତେବେ ରାଜ୍ୟରେ ୨୩ ବର୍ଷ ଧରି କ୍ଷମତାରେ ରହିବା ପରେ ଦଳ ପାଇଁ ଆଗକୁ ରହିଛି ଅନେକ ଚ୍ୟାଲେଂଜ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି ଗୋଷ୍ଠୀ କନ୍ଦଳ। ଯାହା ଏବେ ଜଳ ଜଳ ହୋଇ ଦେଖାଯାଉଛି। ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଗୋଷ୍ଠୀକନ୍ଦଳ ଯୋଗୁ ରାଜେନ୍ଦ୍ର ଦାସଙ୍କୁ ଟିକଟ ମିଳିଲା ନାହିଁ। ଆଉ ସେ ବିଦ୍ରୋହ କରି ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ଦଳକୁ ବେଶ୍ ମହଙ୍ଗା ପଡିଲା
ଟିକଟ୍ ପାଇଁ ଅନେକ ଆଶାୟୀ ଥିବାରୁ ଯାହାକୁ ମୌକା ନମିଳିବା ସେ ବିଦ୍ରୋହୀ ହେବାର ଯଥେଷ୍ଟ ଆଶଙ୍କା ରହିଛି।
୨୬ରେ ମୁହାଁମୁହିଁ ହେବେ ବିଜେଡି-ବିଜେପି। ବିଜେଡିର ପ୍ରତିଷ୍ଠା ଦିବସ ବନାମ୍ ବିଜେପିର ସତ୍ୟାଗ୍ରହ। କେନ୍ଦ୍ର ଅବହେଳା ବନାମ ବିଜେଡିର ଅପରାଧୀକରଣ! ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡିର ଟକ୍କର। ଟକ୍କରି ସ୍ଥିତିକୁ ନେଇ ସରଗରମ ରାଜ୍ୟ ରାଜନୀତି। ଦିନକ ପରେ ଦେଖିବାକୁ ମିଳିବ ରାଜନୈତିକ ଛକାପଞ୍ଝା। ପୁରୀରେ ବିଜେଡି ପାଳିବ ନିଜ ପ୍ରତିଷ୍ଠା ଦିବସର ସିଲିଭର୍ ଜୁବଲି। ଠିକ୍ ସେହି ଦିନ ରାଜ୍ୟ ସରକାରଙ୍କ ବିରୋଧରେ ସତ୍ୟାଗ୍ରହ କରିବ ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିଛି, ଯେ ବିଜେଡି ସରକାରରେ ନାରୀ ନିର୍ଯାତନା ଘଟଣା ବଢି ଚାଲିଛି ହତ୍ୟା, ଯୌନ କେଳେଙ୍କାରୀ, ମହିଳା ବିରୋଧୀ ହିଂସା ଭଳି ଅପରାଧରେ ବିଜେଡି ନେତା, ମନ୍ତ୍ରୀଙ୍କ ବିରୋଧରେ ମାଳମାଳ ଅଭିଯୋଗ ରହିଛି।
ବିଜେଡି ରାଜନୀତିରେ ଅପରାଧୀକରଣ ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ସତ୍ୟାଗ୍ରହ କରିବ ବିଜେପି।
୨୪ ରଣନୀତି ଅନ୍ତର୍ଗତ ବିିଜେଡି ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗି ନିଜ ପଟକୁ ନେବା ଲାଗି ଜୋରାଦର ପ୍ରୟାସ ଆରମ୍ଭ କରିଛି ବିଜେପି।
ଭେଟିବାକୁ ବିଜେଡି-ବିଜେପି ମଧ୍ୟରେ କମ୍ପିଟିସନ୍,ସଂସଦରେ ଅର୍ଚ୍ଚନା ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି
କଂଗ୍ରେସ ନେତାଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ବିଜେପି
ଧାମନଗରରେ ବିଜେପି ମାରିଲା ବାଜି । ପଦ୍ମପୁରରେ ବିଜେଡିର ବୃହତ ବିଜୟ । ଦୁଇ ଉପନିର୍ବାଚନର ଫିବର୍ କିନ୍ତୁ ଏଯାଏ ଯାଇ ନାହିଁ । ହାର ଜିତ୍ର ଅଙ୍କକଷା ଭିତରେ ଜୋର୍ ଧରିବାରେ ଲାଗିଛି ମଡେଲ୍ ପଲିଟିକ୍ସ । ବିଜେପିର ଧାମନଗର ବନାମ ବିଜେଡିର ପଦ୍ମପୁର ମଡେଲ୍କୁ ନେଇ ମୁହାଁମୁହିଁ ଦୁଇ ଦଳ ।
ଦୁଇ ଉପନିର୍ବାଚନର ଫିବର୍ କିନ୍ତୁ ଏଯାଏ ଯାଇ ନାହିଁ । ହାର ଜିତ୍ର ଅଙ୍କକଷା ଭିତରେ ଜୋର୍ ଧରିବାରେ ଲାଗିଛି ମଡେଲ୍ ପଲିଟିକ୍ସ ।