କେନ୍ଦ୍ରାପଡ଼ାରେ ରହିଛି ନିଶିଥ ପାରମାଣିକ ଓ ଯାଜପୁରରେ ରହିଛି ଅର୍ଜୁନ ମୁଣ୍ଡାଙ୍କ କାର୍ଯ୍ୟକ୍ରମ । ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ଦଳୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିବେ ।
କାହିଁକି ଏଭଳି ଫଟୋ ପୋଷ୍ଟ କରାଯାଇଥିଲା ଏବଂ ପୋଷ୍ଟ ହେବା ପରେ କାହିଁକି ତାକୁ ଡିଲିଟ୍ କରାଗଲା । ସେନେଇ ଏବେ ରାଜନୀତି ବିଶାରଦ ମହଲରେ ଖୁବ୍ ଚର୍ଚ୍ଚା ଚାଲିଛି ।
ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।
ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ନିଜର ଅଭିଯାନ ଆରମ୍ଭ କରିଛି କଂଗ୍ରେସ୍ ।
ରାଜଭବନ ଛକରୁ ଏଜି ଛକ, ବିଧାନସଭା ସମ୍ମୁଖ ରାସ୍ତା, କ୍ୟାପିଟାଲ ହସ୍ପିଟାଲରୁ ଏୟାରପୋର୍ଟ ରାସ୍ତା, ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ।
୧୯ ନିର୍ବାଚନ ବେଳେ ଯେମିତି ସ୍ପେଶାଲ ବସ୍ରେ ନବୀନ ବୁଲି ବୁଲି ପ୍ରଚାର କରୁଥିଲେ, ଆଜି ବି ସେଭଳି ଏକ ବସ୍ରେ ଚଢ଼ି କରିଛନ୍ତି ରୋଡ୍ ସୋ’ । ଏପରିକି ୧୯ରେ ଡାଇଲଗ୍ ଯାହା ଥିଲା, ଆଜି ବି ସମାନ । ଆପଣ ମାନେ ଖୁସି ତ ।
କ୍ଷେତ୍ରୀୟ ପ୍ରଭାରୀ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ଏସବୁ ପ୍ରସଙ୍ଗ ଉପରେ ଫୋକସ୍ କରିଛନ୍ତି ।
ରାଜ୍ୟର ୪ ସଫଳ ଚାଷୀଙ୍କ ସହ ଚାଲବାଜି । ନେଦରଲାଣ୍ଡସ୍ ଆନ୍ତର୍ଜାତିକ କୃଷି କାର୍ଯ୍ୟକ୍ରମରୁ ଚାଷୀ ବାଦ୍ ।
୨୪ ନିର୍ବାଚନ ପ୍ରସ୍ତୁତିର ଭିତ୍ତି ପକାଇଲା କି ବିଜେଡି ? ମିଳିଥିବା ସମ୍ମାନକୁ କିଣା ଆଓ୍ୱାର୍ଡ କହିଲେ ବିରୋଧୀ ।
ଅସମ୍ଭାଳ ଭିଡରେ ୭ ଘଣ୍ଟା ଅଣନିଶ୍ୱାସୀ ଜନତା । ରାଜଧାନୀର ପ୍ରମୁଖ ରାସ୍ତାରେ ସାଂଘାତିକ ଟ୍ରାଫିକ ଜାମ୍ ।
ପ୍ରଥମ ଦିନ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି, ସାଧାରଣ ସଂପାଦକମାନଙ୍କ ସହ ଆଲୋଚନା ପରେ ଆଜି କୋର୍ କମିଟି ସଦସ୍ୟ ଓ ରାଜ୍ୟ ପଦାଧିକାରୀମାନଙ୍କ ସହ କରିଥିଲେ ମାନସ ମନ୍ଥନ । ସମସ୍ତ ନେତାଙ୍କଠାରୁ ବିତ୍ସୃତ ଭାବେ ଫିଡ୍ବ୍ୟାକ୍ ନେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ।
ସେପ୍ଟେମ୍ବରରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶାହାଙ୍କ ଗସ୍ତର ମାସେ ପରେ ନଡ୍ଡା ଆସୁଥିବାରୁ ଓଡିଶା ଯେ, ବିଜେପି କେନ୍ଦ୍ରୀୟ କମିଟିର ଫୋକସ୍ରେ ରହିଛି ସେକଥା ସ୍ପଷ୍ଟ ହୋଇଛି ।
ଅଗଷ୍ଟରେ ଆସିଥିଲେ ଶାହା । ଏବେ ଆସିବେ ନଡ୍ଡା । ୨୦୨୪ରେ କ୍ଷମତା ଦଖଲ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେପି ।
୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ ସେପ୍ଟେମ୍ବର ମାସରେ ଓଡିଶା ବିଜେପି ପକ୍ଷରୁ ହେବ ପ୍ରଶିକ୍ଷଣ ଶିବିର ।
ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ମୟୂରଭଞ୍ଜରେ କଚ୍ଚା ଘର ଭାଙ୍ଗି ୬ ଜଣଙ୍କ ମୃତ୍ୟୁ ହୋଇଛି କହିଲେ ସମୀର ମହାନ୍ତି ।
ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର ବୋଲି ନୋଟିସରେ ଉଲ୍ଲେଖ ହୋଇଛି ।
ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
ବିଜେପି କହିଲା ଦୁର୍ନୀତିଗ୍ରସ୍ତ ଦଳକୁ ଗ୍ରହଣ କରିବେନି ରାଜ୍ୟବାସୀ । ତୁଚ୍ଛା ବାହାସ୍ପୋଟ କହିଲେ ବିଜେଡି ଓ କଂଗ୍ରେସ ।
ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।
ପରବର୍ତ୍ତୀ ନିର୍ବାଚନରେ ଭୋଟ୍ ଦେବେ ଅଣ-କାଶ୍ମୀରୀ । ଆରମ୍ଭ ହୋଇଛି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ।
ବୋର୍ଡ଼ରେ ନୂଆ ସଦସ୍ୟ ଭାବେ ୬ ଜଣଙ୍କୁ ସ୍ଥାନ । ବୋର୍ଡରେ ୟେଦୁରପ୍ପା, ସର୍ବାନନ୍ଦ ସୋନଓ୍ୱାଲ, କେ. ଲକ୍ଷ୍ମଣ ନୂଆ ସଦସ୍ୟ ।
ଜଣେ ବିଲଡରଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି ।
ଯେଉଁ ସବୁ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ଜିଲ୍ଲା ଗସ୍ତରେ ଯିବା ସହ ୨ଟି ସେଚ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ।
ସେଚ ପ୍ରକଳ୍ପ ଉଦ୍ଘାଟନ ସହ ଗାଇଲେ ଜିଲ୍ଲାର ଗୁଣ । ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ନେଇ ତେଜିଲା ରାଜନୀତି ।