• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅରୂପ ପଟ୍ଟନାୟକଙ୍କ ଖୋଲା ଧମକ । ବିରୋଧୀ ଦଳ ନେତାଙ୍କୁ ଧମକ ଦେଲେ ବିଜେଡି ନେତା ଅରୂପ ପଟ୍ଟନାୟକ । ଜୟନାରାୟଣଙ୍କ ନାଁ ନନେଇ ଖୋଲା ଧମକ ଦେଲେ ଅରୂପ । ବିଜେଡି ନେତା ତଥା ପୂର୍ବତନ ଆଇପିଏସ୍ ଅରୂପ ପଟ୍ଟନାୟକ ଗତକାଲିର ଘଟଣା ନେଇ ଭରପୂର ସଭାରେ ଧମକ ଦେଇଛନ୍ତି ।

ସେ କହିଛନ୍ତି ‘ଏଇ ଯୋଉ ଲୋକ, ସେ ଆମ ଭଳି ଲୋକ ହାବୁଡ଼ରେ ପଡ଼ିନାହାନ୍ତି । ନହେଲେ ତାଙ୍କ ଅବସ୍ଥା କଣ ହୋଇଥାନ୍ତା, ସେ ନିଜେ ଜାଣିଛନ୍ତି । ସେ ଲୋକଟା ଆମ ହାବୁଡ଼ରେ ପଡ଼ିନି । ଏବେ ପଡୁ, ମୁଁ ୟୁନିଫର୍ମରେ ନାହିଁ, ଅବସ୍ଥା କଣ ହେବ, ଖାଲି ହାବୁଡ଼ରେ ପଡୁ’ ବୋଲି କହିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ ।

ଅଧିକ ପଢ଼ନ୍ତୁ: ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ

ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ବିକ୍ଷୋଭ ବେଳେ ଧନୁପାଲି ମହିଳା ଥାନା ଅଧିକାରୀଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଠେଲାପେଲା ହୋଇଥିଲା ।

ଅନ୍ୟପଟେ ସେହି ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ତେଜିବାରେ ଲାଗିଛି ବିବାଦ । ଆଜି ଏହି ପ୍ରସଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦିଆଯାଇଛି । ଘଟଣାରେ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ମହିଳା ଶାଖା । ଖାଲି ସେତିକି ନୁହେଁ ଏପଟେ ବିଜେଡି ମହିଳା ମୋର୍ଚ୍ଚା ବିକ୍ଷୋଭ କରିଥିବା ବେଳେ ସମ୍ବଲପୁର ସର୍କିଟ ହାଉସକୁ ଧସେଇ ପଶିଥିଲେ କିଛି ବିଜେଡି ଗୁଣ୍ଡା । ସର୍କିଟ ହାଉସରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଥିବା ଖବର ପାଇ ଅନେକ ବିଜେଡି କର୍ମୀ ଯାଇଥିଲେ । ସେଠାରେ ସର୍କିଟ ହାଉସ ଭଙ୍ଗାରୁଜା କରିଛନ୍ତି । ଏନେଇ ଜୟନାରାୟଣ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ମହିଳା ଶାଖାର ଆନ୍ଦୋଳନ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର । ଜୟନାରାୟଣଙ୍କୁ ବିଧାନସଭାରେ ନ ପୁରାଇ ଦେବା ଲାଗି ଏହା ପ୍ରାୟୋଜିତ ଥିଲା ବୋଲି ସେ କହିଛନ୍ତି ।