ନିର୍ବାଚନ ପୂର୍ବରୁ ପଛୁଆ ଭୋଟ୍ ହାତେଇବାର ଉଦ୍ୟମ । ରାଜ୍ୟରେ ଆରମ୍ଭ ହେଲା ଓବିସି ସର୍ଭେ । ଘର ଘର ବୁଲି ସର୍ଭେ କରିବାକୁ ଦାବି କରିଛି ବିଜେପି ।
କ୍ଷେତ୍ର ପରିଦର୍ଶନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦେବେ ରିପୋର୍ଟ
ମୋଣ୍ଟାଜ୍ ଝାରସୁଗୁଡ଼ା ଦଖଲ ପାଇଁ ଷ୍ଟ୍ରାଟେଜି ପୂରା ପ୍ରସ୍ତୁତ । ମୈଦାନରେ ସବୁ ଦଳର ହେଭିୱେଟଙ୍କ୍ କସରତ। । ଦିନିକିଆ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ
କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକଙ୍କୁ ଧରି ବିଜେଡି ଆଦିବାସୀ ଭୋଟ୍ ନେବାକୁ ରଣନୀତି କରିଛି। ଅନ୍ୟପକ୍ଷରେ ସ୍ବାଧୀନତା ସଂଗ୍ରାମୀ କରୁଣାକର ସିଂ ନାୟକଙ୍କ ଦାୟାଦ ଅମରେନ୍ଦ୍ର ପ୍ରତାପ ସିଂଙ୍କୁ ବିଜେପି ସାମିଲ କରି ଆଦିବାସୀ ଭୋଟ ନେବାକୁ ଉଦ୍ୟମ କରିଛି।
ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସମ୍ବଲପୁରରେ କାହିଁକି ହେଲା ହିଂସା, କିଏ ଦାୟୀ... ସରଜମିନ ତଦନ୍ତ ପାଇଁ ୪ ଜଣିଆ କମିଟି ଗଢ଼ିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ...ଏପଟେ ହିନ୍ଦୁ ସମାଜ ପ୍ରତି ଅତ୍ୟାଚାର ବଢୁଥିବା କହି ବର୍ଷିଲେ ଧର୍ମେନ୍ଦ୍ର...ଜବାବ ରଖିଲା ବିଜେଡି
5Tର ପ୍ରଥମ ଚିନ୍ତାଧାରା ହେଉଛି ସ୍ୱଚ୍ଛତା। ଏହି ଧାରାରେ ପ୍ରଥମେ ରତ୍ନଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରନ୍ତୁ।
ସରକାରଙ୍କ ଅପରାଗତାକୁ ଦାୟୀ କରି ବର୍ଷିଲେ ବିରୋଧୀ । ବିଜେଡି କହିଲା ସେବେ ନଥିଲା ଆମ ସରକାର ।
ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମ ରିପୋର୍ଟକୁ ନେଇ ପୁଣି ହଇଚଇ ।
ସମ୍ବଲପୁରରେ ହିଂସା ଥମିଲାଣି, ହେଲେ ହିଂସାକୁ ନେଇ ରାଜନୀତି କିନ୍ତୁ ଥମିବାର ନାଁ ନେଉନି । ସହରରେ ଘଟି ଯାଇଥିବା ହିଂସା ପାଇଁ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି-ବିଜେଡି ।
ବିରୋଧୀ ଶକ୍ତିଙ୍କୁ ଏକଜୁଟ କରିବାରେ ଲାଗିପଡ଼ିଛନ୍ତି ନୀତିଶ ଓ ମମତା। କିଛି ଦିନ ତଳେ ମମତା ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।
ପୁରୀ ଶ୍ରୀମନ୍ଦିର ସୁରକ୍ଷିତ ଥିବା ନେଇ ରାଜ୍ୟ ସରକାରଙ୍କ ବିବୃତି ଆବଶ୍ୟକ ବୋଲି ସାଂସଦ କହିଛନ୍ତି। ସମ୍ବଲପୁର ହିଂସା ନେଇ ଆମେ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛୁ, ରାଜ୍ୟ ସରକାର ରାଷ୍ଟ୍ରହିତ ଦୃଷ୍ଟିରୁ NIAକୁ ତଦନ୍ତ ଦାୟିତ୍ବ ଦିଅନ୍ତୁ ବୋଲି ସାଂସଦ ସୁରେଶ ପୂଜାରୀ ଦାବି କରିଛନ୍ତି।
ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ । ସମ୍ବଲପୁର ହିଂସାକୁ ନେଇ ଭିଏଚପିର ବନ୍ଦକୁ ବିଜେପିର ସମର୍ଥନ ଓ ପ୍ରତିବାଦରେ ବିଜେଡିର ଶାନ୍ତି ଶୋଭାଯାତ୍ରାକୁ ପରେ ଚର୍ଚ୍ଚା ଜୋର୍ । ଦୁଇ ଦଳ ଫୋକସରେ ହିନ୍ଦୁ ଭୋଟ୍, ହିଂସାକୁ ନେଇ ପୁଣି ମୁହାଁମୁହିଁ
ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।
ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ସୁରେଶ ପୂଜାରୀଙ୍କ ଧମକ । ୪ ଦିନ ପରେ କର୍ଫ୍ୟୁ ହଟାଇବାକୁ ସାହସ ଜୁଟାଇପାରୁନି ପ୍ରଶାସନ । ଜିଲ୍ଲାପାଳ ଓ ଏସ.ପିଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ।
ହନୁମାନ ଜୟନ୍ତୀବେଳେ ହିଂସା ମାମଲାରେ ଧର୍ମେନ୍ଦ୍ର କହିଛନ୍ତି, ଗତବର୍ଷ ତୁଳନାରେ ପୋଲିସ୍ ଫୋର୍ସ ସଂଖ୍ୟା କମ ଥିଲା। ପୋଲିସ୍ କଣ ଜାଣିଶୁଣି ଏମିତି କଲା କି ?
ବିଜୟର ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ବୁଲେଟ୍ ବିରୋଧରେ ବାଲଟରେ ମତଦାନ ନିର୍ଣ୍ଣାୟକ ହେବ ବୋଲି ମନମୋହନ କହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ସମ୍ବଲପୁରରେ ଯାହା ଘଟିଲା, ଶାସକ ଦଳ ତାକୁ ଚପାଇ ଦେବାକୁ ବସିଛି ।
ଅଡୁଆରେ ବିଜେଡିର ଆଉ ଜଣେ ମନ୍ତ୍ରୀ । ବିବାଦ ଘେରରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡିର ହିଁ ଜଣେ ମହିଳା ନେତ୍ରୀ । ଗୁରୁବାର ସମୟ ଦିନ ୧୧ଟା, ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚିଥିଲେ ବିଜେଡି ମହିଳା ନେତ୍ରୀ ସଂଯୁକ୍ତା ମହଲ । ପରେ ଅପରାହ୍ନ ୪ଟାରେ ସଂଯୁକ୍ତାଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲ ଯାଇଥିଲା ମହିଲା ଥାନାର ଏକ ଟିମ। ସେଠାରେ ପ୍ରାୟ ସାଢେ ଚାରି ଘଣ୍ଟା ରହିବା ପରେ ସଂଧ୍ୟା ସାଢେ ୮ଟାରେ ପୁଣି ଥାନାକୁ ସଂଯୁକ୍ତାଙ୍କୁ ଆଣିଥିଲା ପୋଲିସ।
ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସଂଯୁକ୍ତା କହିଥିଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କର ଅଭିଯୋଗ ରହିଛି।
ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଆଗରୁ ଘୋଷଣା କରିସାରିଥିଲେ
ଧନୀ ତାଲିକାରେ ୫୧୦ କୋଟି ସହ ୧ ନମ୍ବରରେ ଜଗନ ରେଡ୍ଡି । ମମତା ବାନାର୍ଜୀଙ୍କ ସଂପତ୍ତି ମାତ୍ର ୧୫ ଲକ୍ଷ, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ।
ଏପ୍ରିଲ ୨୦୨୧ରୁ ଏପ୍ରିଲ ୨୦୨୩ । ଦୀର୍ଘ ଦୁଇ ବର୍ଷ ଧରି କୋଭିଡ ସହ ଲମ୍ବା ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ବିଜୟ ପରେ ଘର ବାହୁଡ଼ା ହେବେ ପୂର୍ବତନ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ।