Naba Das Murder Case
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଜାରି ରହିଛି ଗୋହି ଖୋଳାଖୋଳି। ବିଜେପି ଓ ବିଜେଡି ପରସ୍ପର ବିରୋଧରେ ପୋଲ୍ ଖୋଲି ବ୍ୟକ୍ତିଗତସ୍ତରକୁ ଆସିଲେଣି। କଥା ସେତିକିରେ ସୀମିତି ନାହିଁ । ଏହି ବିବାଦ ଭିତରକୁ ପାଣ୍ଡିୟାନ୍ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେପି ଟାଣିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛି ଶାସକ ବିଜେଡ଼ି । ଉଭୟ ଦଳ ପୁରୁଣା ଚାପ୍ଟରକୁ ଖୋଲି ମୁହାଁମୁହିଁ ଅବସ୍ଥାକୁ ଆସିଯାଇଛନ୍ତି । ଯାହାକୁ ନେଇ ଏବେ ସରଗରମ ରାଜ୍ୟ ରାଜନୀତି।
Advertisment
ବହୁଦିନ ପରେ ବିଜେପି-ବିଜେଡି ମୁହାମୁହିଁ ହେଲେ ଆଉ ଟକ୍କରା-ଟକ୍କରି ବି ହେଲେ । ୨୦୧୯ ପୂର୍ବରୁ ଯେମିତି ସ୍ଥିତି ଥିଲା, ଏବେ ସେଭଳି ସ୍ଥିତି ଉପୁଜିଛି ଦୁଇ ଦଳ ମଧ୍ୟରେ । ଆଉ ଏସବୁ ଆରମ୍ଭ ହୋଇଯାଇଛି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ମହିଳା ଥାନା ଅଧିକାରିଣୀ ଠେଲାପେଲା ପରେ ଏହା ଘଟଣା ଆହୁରି ତୀବ୍ର ହୋଇଛି । ଜୟନାରାୟଣଙ୍କୁ ଅପରାଧୀ କହି ସିଧା ଆଟାକ୍ କରିଛି ବିଜେଡି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)