• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମ୍ବଲପୁରରେ ମହିଳା IIC ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧସ୍ତାଧସ୍ତି ପ୍ରସଙ୍ଗରେ ଏବେ ବିବାଦ ଆହୁରି ଘନାଉଛି । ଘଟଣାକୁ ନେଇ ଦିନକୁ ଦିନ ନୂଆନୂଆ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।

ଜୟନାରାୟଣ କହିଛନ୍ତି, ବିଜେଡି ଗୁଣ୍ଡା ମାନେ ମତେ ହତ୍ୟା କରିବାକୁ ଆସିଥିଲେ । ନବ ଦାସ ହତ୍ୟା ନେଇ ମୁଁ କହୁଥିବାରୁ ବିଜେଡି, ସରକାର ଉତକ୍ଷିପ୍ତ ହୋଇଛି । ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡି ଗୁଣ୍ଡା ଯାଇଥିଲେ । ସର୍କିଟ ହାଉସକୁ ମୋତେ ହତ୍ୟା କରିବାକୁ ଆସିଥିଲେ ବୋଲି କହିଛନ୍ତି ଜୟନାରାୟଣ ।

ଅଧିକ ପଢ଼ନ୍ତୁ: ଜୟନାରାୟଣଙ୍କୁ ଅରୁପଙ୍କ ଚେତାବନୀ ! ‘ଆମ ଭଳି ଲୋକଙ୍କ ହାବୁଡ଼ରେ ସେ ପଡ଼ନ୍ତୁ, ଜାଣିବେ’...

ଘଟଣାକୁ ନେଇ ଜୟନାରାୟଣ ଆହୁରି କହିଛନ୍ତି କି, ମୁଁ ଆଜି ସର୍କିଟ ହାଉସରେ ଯଦି ଥାଆନ୍ତି, ମୋ ଅବସ୍ଥା କଣ ହୋଇଥାନ୍ତା ? ମୋତେ ରାସ୍ତାରୁ ହଟାଇବାକୁ ବିଜେଡି ବା ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି । ନବ ହତ୍ୟାର ସରକାରୀ ଷଡ଼ଯନ୍ତ୍ରକୁ ପଦାରେ ପକାଇବାରୁ ଏଭଳି ଚକ୍ରାନ୍ତ ହେଉଛି ବୋଲି ସେ କହିଛନ୍ତି ।

ସେପଟେ ଘଟଣାକୁ ନେଇ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଚିନ୍ତା ପ୍ରକଟ କରିଛନ୍ତି । ଜୟନାରାୟଣ ବି ଓଡ଼ିଶାରେ ଅସୁରକ୍ଷିତ ବୋଲି କହିଛନ୍ତି ଡି. ପୁରନ୍ଦେଶ୍ୱରୀ । ବିରୋଧୀ ଦଳ ନେତା ଜୟନାରାୟଣଙ୍କ ନାଁରେ ମିଛ ମାମଲା ହୋଇଛି ବୋଲି କହିବା ସହ ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ନେଇ ପୁରନ୍ଦେଶ୍ୱରୀ  ପ୍ରଶ୍ନ କରିଛନ୍ତି । ଜଣେ ମହିଳା IICଙ୍କ ଜରିଆରେ ତାଙ୍କୁ ଧକ୍କା, ମୁକ୍କା ଦିଆଯାଇଛି । ଆଜି ଜୟନାରାୟଣ ମିଶ୍ର ବି ଓଡ଼ିଶାରେ ସୁରକ୍ଷିତ ନାହାନ୍ତି । ଜୟନାରାୟଣଙ୍କୁ ସୁରକ୍ଷା ଯୋଗାଇବାକୁ ଡି. ପୁରନ୍ଦେଶ୍ୱରୀ ଦାବି କରିଛନ୍ତି ।

ଅନ୍ୟପଟେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଛି । ରାଜଭବନ ଆଗରେ ବିଜେପି ସାଂସଦ ଓ ନେତାମାନେ ଧାରଣା ଦେଇଛନ୍ତି । ଧାରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ ସାମିଲ ହୋଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଧାରଣାସ୍ଥଳରେ ଉପସ୍ଥିତ ଅଛନ୍ତି ।