/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676556037.jpg)
BJP PROTEST
ନବ ଦାସ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି ବିଜେପି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ପୁରାପୁରି ବିଗିଡ଼ି ଯାଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।
ନବ ଦାସ ହତ୍ୟା ପଛରେ କାହାର ଆଦେଶ ରହିଛି ବୋଲି ପ୍ରଶ୍ନ କରିବା ସହିତ ଓଡ଼ିଶା ଏବେ କ୍ରାଇମ୍ କ୍ୟାପିଟାଲ୍ ହୋଇଗଲାଣି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସାଂସଦ ଅପରାଜିତା ଷଡଙ୍ଗୀ, ସୁରେଶ ପୂଜାରୀ, ଡି. ପୁରନ୍ଦେଶ୍ୱରୀଙ୍କ ସମେତ ଦଳର ତମାମ ନେତା ମଧ୍ୟ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି ।
ତିନି ଦିନିଆ ଆନ୍ଦୋଳନର ଶେଷ ଦିନରେ ବିଜେପିର ତୁଙ୍ଗ ନେତା ମାନେ ଗର୍ଜିଛନ୍ତି । ମିଳିତ ଭାବେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର୍ ଆଟାକ୍ କରିଛି ବିରୋଧୀ ଦଳ । ନବ ଦାସ ହତ୍ୟାକାଣ୍ଡ କଥା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ଅଧିକ ପଢ଼ନ୍ତୁ: ଜୟଙ୍କୁ ଆକ୍ରମଣ ପାଇଁ ସର୍କିଟ୍ ହାଉସରେ ପଶିଥିଲେ ବିଜେଡି କର୍ମୀ ! ପଦରୁ ହଟାଇବା ପାଇଁ ହଙ୍ଗାମା
ରାଜ୍ୟରେ ଶାସନ କିଏ ଚଳାଉଛି ବୋଲି ବୈଜୟନ୍ତ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ସରକାର ଚଳାଉନଥିବା ସ୍ପଷ୍ଟ ହୋଇଯାଇଛି ବୋଲି ଅଭିଯୋଗ କରିଥିଲେ । ରାଜ୍ୟରେ ଆଇନଶୃଙ୍ଖଳା ବିଗିଡିଯାଇଛି, ଦୁଷ୍କର୍ମ ବଢିଛି । ବିଭିନ୍ନ ହିଂସାକାଣ୍ଡରେ ମନ୍ତ୍ରୀ, ବିଧାୟକମାନେ ଅଭିଯୁକ୍ତ ହୋଇଛନ୍ତି ।
ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ବୈଜୟନ୍ତ କହିଛନ୍ତି । ନବ ଦାସ ହତ୍ୟା ଘଟଣା ଚପାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରି, ହତ୍ୟା ପାଇଁ କିଏ ଆଦେଶ ଦେଇଥିଲା ଆଉ କିଏ ଷଡଯନ୍ତ୍ର କରିଥିଲା ତାର ସତ୍ୟ ସାମ୍ନାକୁ ଆଣିବାକୁ ପଡିବ ବୋଲି କହିଥିଲେ ବୈଜୟନ୍ତ । ସେପଟେ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ବୋଲି ପ୍ରଶ୍ନ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଏଥିସହ ରାଜ୍ୟରେ ଜନ ପ୍ରତିନିଧି ସୁରକ୍ଷିତ ନୁହଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସାଂସଦ ସୁରେଶ ପୂଜାରୀ ମଧ୍ୟ ନବ ହତ୍ୟା ପରେ ପରେ ଗୋପାଳଙ୍କୁ ପାଗଳ କହିବା ସଂଯୋଗ ନା ପ୍ରାୟୋଜିତ ବୋଲି ପ୍ରଶ୍ନ କରିଛନ୍ତି। କେବଳ ଏହି ତିନି ନେତା ନୁହଁନ୍ତି ସାଂସଦ ପ୍ରତାପ ଷଡଙ୍ଗୀ, ପ୍ରଭାରୀ ଡି . ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଥିଲେ।
ସେପଟେ ରାଜ୍ୟରେ ଅଧୋଗତି ହେଉଥିବା ଆଇନଶୃଙ୍ଖଳା, ନବ ଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଓ ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ରଙ୍କୁ ପୋଲିସର ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ରାଜଭବନକୁ ଶୋଭାଯାତ୍ରାରେ ଯାଇଥିଲେ ଦଳୀୟ ବିଧାକ, ସାଂସଦ ଓ ନେତା ।
ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ସହିତ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଦଳ ପକ୍ଷରୁ କୁହଯାଇଛି । ବିଜେପିର ସବୁ ଅଭିଯୋଗ ଉପରେ ଜବାବ୍ ରଖିଛି ବିଜେଡି। ଆଗକୁ ସାଧାରଣ ନିର୍ବାଚନ, ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଏକ ବଡ ପ୍ରସଙ୍ଗ କରି ରାଜ୍ୟ ସରକାର ବିରୋଧରେ ମାହୋଲ୍ ବନାଇବାକୁ ଚେଷ୍ଟା କରୁଛି ବିଜେପି । ଏଥିରୁ ଦଳକୁ କେତେ ଫାଇଦା ମିଳିବ ତାହା ଆଗକୁ ସ୍ପଷ୍ଟ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)