• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିରୋଧୀ ଦଳ ନେତା ଓ ଆଇଆଇସିଙ୍କ ମଧ୍ୟରେ ଠେଲାପେଲା । ତାପରେ ଆରମ୍ଭ ହେଲା ଆରୋପ ପ୍ରତ୍ୟାରୋପ । ଆଜି ଏହି ଘଟଣା ଉଗ୍ର ରୂପ ନେଲା । କାଲିର ବିଜେଡି ର ରିଆକ୍ସନ ପରେ ଆଜି ଦେଖିବାକୁ ମିଲିଲା ଓଭର ରିଆକସନ୍ । ଭୁବନେଶ୍ୱର ରୁ ନେଇ ସମ୍ବଲପୁର ସବୁଠି ଜୟନରାୟଣଙ୍କ ବିରୋଧରେ ଆନ୍ଦୋଳନ । ତେବେ ସମ୍ବଲପୁର ସର୍କିଟ୍ ହାଉସରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ ।

ଜୟନାରାୟଣ ସର୍କିଟ୍ ହାଉସ୍‌ରେ ଥିବା ଖବର ପାଇ ଶହ ଶହ ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ହଠାତ୍ ତା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।  ବିଜେଡି ସପକ୍ଷରେ ସ୍ଲୋଗାନ ଦେବା ସହ ସର୍କିଟ୍ ହାଉସ୍ କବାଟ-ଝରକା ଭଙ୍ଗାରୁଜା କରିଥିଲେ। ତେବେ ସୌଭାଗ୍ୟବଶତଃ ଜୟ ନାରାୟଣ ସେଠି ନଥିଲେ। ତେବେ ଏହି ଘଟଣା ପରେ ବିରୋଧୀଦଳ ନେତା ସାଂଘାତିକ ଅଭିଯୋଗ କରିଛନ୍ତି । ତାଙ୍କୁ ହତ୍ୟା ପାଇଁ ଚାଲିଛି ରାଜ୍ୟ ସରକାରଙ୍କ ବଡ଼ ଚକ୍ରାନ୍ତ ।

ଅଧିକ ପଢ଼ନ୍ତୁ: ଜୟନାରାୟଣଙ୍କୁ ଅରୂପଙ୍କ ଖାକି ଅନ୍ଦାଜରେ ଧମକ !

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ସରକାରୀ ଷଡ଼ଯନ୍ତ୍ର ପଦାକୁ ଆଣୁଥିବାରୁ, ସରକାର ଉତକ୍ଷିପ୍ତ ହୋଇ ପଡ଼ିଥିବା କହିଛନ୍ତି ଜୟନାରାୟଣ ମିଶ୍ର । ତେବେ ଏସବୁ ଘଟଣା ଦେଖି ଜୟନାରାୟଣ ଆହୁରି ମଧ୍ୟ କହିଛନ୍ତି ଯଦି ମୁଁ ସର୍କିଟ ହାଉସରେ ଥିବା ଜାଣି ବିଜେଡି ଗୁଣ୍ଡା ସେଠିକୁ ଯାଇଥିଲେ, ସେଠି ମୁଁ ଥିଲେ ମୋ ଅବସ୍ଥା କଣ ହୋଇଥାନ୍ତା ।

ସେପଟେ ବିଜେଡି ନେତ୍ରୀ ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି ଗତକାଲି ଜଣେ ଥାନା ଆଇଆଇସିଙ୍କୁ ଜୟନାରାୟଣଙ୍କ ଅଗଣତାନ୍ତ୍ରିକ ଆଚରଣ ବିରୋଧରେ ପ୍ରତିବାଦ ଜଣାଇବାକୁ ବିଜେଡି କର୍ମୀମାନେ ସ୍ୱତଃ ପ୍ରବୃତ୍ତ ଭାବେ ଆସିଥିଲେ ।

ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଓ ଧନୁପାଲି ମହିଳା ଥାନା ଅଧିକାରୀଙ୍କ ମଧ୍ୟରେ ଗତକାଲିର ହାତାହାତି ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କୁ ବହିଷ୍କାର ଦାବିରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଜେଡି ମହିଳା ୱିଙ୍ଗର ବିକ୍ଷୋଭ। ଆଉ ଜୟନାରାୟଣଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେଡି ।

ସେପଟେ ପିସିସି ସଭାପତି କହିଛନ୍ତି, ବିରୋଧୀ ଦଳ ନେତା ସରକାରଙ୍କୁ ବିରୋଧ କରିବା ସ୍ୱାଭାବିକ କଥା । ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । 

ତେବେ ଜୟନରାୟଣଙ୍କୁ କାହିଁକି ଟାର୍ଗେଟ ।  ସରକାରଙ୍କ ବିରୋଧରେ ମୁଖର ହେବାରୁ ବିରୋଧୀ ଦଳ ନେତାଙ୍କୁ ଜାଣିଶୁଣି ଏଭଳି କରାଯାଇଛି କି ? ନବ ଦାସ ହତ୍ୟା ଘଟଣାରେ ଜୟନରାୟଣ ରାଜ୍ୟ ସରକାରଙ୍କ ଗୁମର ଖୋଲିବା, ଅନ୍ୟାନ୍ୟ ପ୍ରସଙ୍ଗରେ ସିଧାସିଧା ନିଶାନା କରିବା ତାଙ୍କ ପାଇଁ ମହଙ୍ଗା ପଡିଲା କି ? ଆଗକୁ ବିଧାନସଭା ଥିବାରୁ ରାଜ୍ୟ ସରକାରଙ୍କୁ ହଲ୍ଲାପଟ୍ଟା କରିବା ଆଶଙ୍କା ଥିବାରୁ ବିରୋଧୀଙ୍କ ମନୋବଳ ଭାଙ୍ଗିବାକୁ ଏହି ଷ୍ଟ୍ରୀଟେଜୀ କି ? ଏସବୁ ଚର୍ଚ୍ଚା ଭିତରେ ବିଜେପି କହିଛି ଏହା ବିଜେଡିର ପ୍ରାୟୋଜିତ କାର୍ଯ୍ୟକ୍ରମ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନବୀନଙ୍କ ଦୟାରେ ଜୟ ନାରାୟଣ ବିରୋଧୀଦଳ ନେତା ହୋଇନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଚସ୍କରମାନେ ଅସହିଷ୍ଣୁ ହୋଇ ଏଭଳି କରୁଛନ୍ତି ।