• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୟନାରାୟଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍ । ସରକାରୀ ଦଳ ନିଜ ଦୋଷ ଲୁଚାଇବାକୁ ଏସବୁ ପ୍ରାୟୋଜିତ କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି କହିଛନ୍ତି ଯେ, ନବୀନ ଙ୍କ ଦୟାରେ ଜୟନାରାୟଣ ବିରୋଧୀ ଦଳ ନେତା ହୋଇନାହାନ୍ତି । ନୈତିକତା କଥା ଯାହା କହୁଛନ୍ତି, ବିଜେଡି ର ଅଧା ଡଜନରୁ ଅଧିକ ମନ୍ତ୍ରୀ ପ୍ରତ୍ୟକ୍ଷ ହତ୍ୟାରେ ଜଡ଼ିତ । ବିଭିନ୍ନ କେଳେଙ୍କାରିରେ ଅଭିଯୁକ୍ତ ହୋଇ ବି ଅଛନ୍ତି । ଏଣୁ ଚାଲୁଣି ଛୁଞ୍ଚିକୁ କହୁଥିବା କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ।

ଏହାସହ ସେ ଆହୁରି କହିଛନ୍ତି, କ୍ୟାବିନେଟ ମନ୍ତ୍ରୀଙ୍କୁ ASI ମାରିଲା, ସରକାର କହିଲେ ଆମେ ଧରିଲୁ 'ଗୋପାଳ ଲୁଚିଥିଲା କେଉଁଠି । ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଗଲାଣି । ନବ ଦାସ ହତ୍ୟା ତଦନ୍ତରେ ଜୟନାରାୟଣ କହିଲେ ମୁଁ ପୋଲିସକୁ ବିଶ୍ୱାସ କରୁନି । ୩ଟି ବଡ଼ବଡ଼ ଅନୁଷ୍ଠାନ ଲଗାଇ ଜୟନାରାୟଣଙ୍କୁ କ୍ଷମା ମାଗିବାକୁ କୁହାଗଲା । ହିଂସାର ସ୍ଥାନ ଉଭୟ ପଟରୁ ଉଚିତ୍ ନୁହେଁ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବଚସ୍କରମାନେ ଅସହିଷ୍ଣୁ ହୋଇ ଏଭଳି କରୁଛନ୍ତି । ଗଣତନ୍ତ୍ରରେ ଏ ପ୍ରାୟୋଜିତ ନାଟକବାଜି ଲମ୍ବା ସମୟ ଚାଲେନି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢ଼ନ୍ତୁ: ଜୟନାରାୟଣଙ୍କୁ ଅରୁପଙ୍କ ଚେତାବନୀ ! ‘ଆମ ଭଳି ଲୋକଙ୍କ ହାବୁଡ଼ରେ ସେ ପଡ଼ନ୍ତୁ, ଜାଣିବେ’...

ଅନ୍ୟପଟେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି । ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ଧାରଣାରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଓଡ଼ିଶା ରେ ବିରୋଧୀ ଦଳ ନେତା ସୁରକ୍ଷିତ ନୁହନ୍ତି କହିଲା ବିଜେପି । ସୁରକ୍ଷା ପାଇଁ ଦାବି କଲେ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ‘ଜାଣିଶୁଣି ଜୟନାରାୟଣଙ୍କୁ ମହିଳା ଆଇଆଇସିଙ୍କ ଦ୍ୱାରା ଠେଲାପେଲା ହୋଇଛି । ବିରୋଧୀ ଦଳ ନେତାଙ୍କ କଣ୍ଠରୋଧ ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଜୟନାରାୟଣଙ୍କୁ ଫସାଇବାକୁ ହୋଇଛି ଷଡ଼ଯନ୍ତ୍ର’। ‘ନବ ଦାସ ହତ୍ୟା ଉପରୁ ନଜର ହଟାଇବାକୁ ଷଡ଼ଯନ୍ତ୍ର’ ।