ଟୋକିଓ ଅଲିମ୍ପିକ୍ସରେ ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ମ୍ୟାଚ୍ । ୨-୧ରେ ପରାଜୟ ବରଣ କଲା ଭାରତ । ଟୋକିଓ ଅଲିମ୍ପିକ୍ସ, ମହିଳା ହକି ମୁକାବିଲାରେ ଭାରତର ସ୍ୱର୍ଣ୍ଣିମ ଆଶା ମଉଳିଲା ।
ଲଭଲିନା ବୋରଗୋହେନ ସେମିଫାଇନାଲରେ ତୁର୍କୀର ବକ୍ସର ବୁସେନାଜ ସୁର୍ମେନେଲୀଙ୍କଠାରୁ ୦-୫ ପଏଣ୍ଟରେ ହାରି ଯାଇଛନ୍ତି। ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାତେଇ ପାରିଛନ୍ତି।
ପୁଣି ଉଜ୍ଜୀବିତ ହେଲା ଭାରତର ପଦକ ଆଶା। ଏହି ଆଶା ଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ନୀରଜ ନିଜର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।
ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ସ୍ୱର୍ଣ୍ଣିମ ସ୍ପପ୍ନ ଆଶା ଧୂଳିସାତ୍ । ୪ ଦଶନ୍ଧି ପରେ ପୁଣି ଥରେ ଗୋଲ୍ଡ ଜିତିବା ଆଶାରେ ଥିବା ଭାରତୀୟ ହକି ଟିମ୍କୁ ଝଟ୍କା ଦେଇଛି ଓ୍ୱାର୍ଲଡ ଚାମ୍ପିୟନ୍ ବେଲ୍ଜିୟମ୍ ।
ପ୍ରଥମ କ୍ୱାର୍ଟରରେ ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ ଗୋଲ ସୁଝାଇବାକୁ ବାରମ୍ବାର ଉଦ୍ୟମ କରିଥିଲା।ବେଲଜିୟମର ଆଲେକଜାଣ୍ଡାର ହେଣ୍ଡେରିକ୍ସ ୧୯ତମ ମିନିଟରେ ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ।
ଟୋକିଓରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଲାଗି ଅଲମ୍ପିକ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି ମହିଳା ଦଳ। ସେହିପରି ଦୀର୍ଘ ୪୯ ବର୍ଷ ପରେ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ପୁରୁଷ ଦଳ ବେଲଜିୟମକୁ ହରାଇ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି ଉଭୟ ପୁରୁଷ ଓ ମହିଳା ହକି। ଦଳର ଜବରଦସ୍ତ ପ୍ରଦର୍ଶନକୁ ନେଇ ଦେଶବ୍ୟାପୀ ଉତ୍କଣ୍ଠା ବଢିଥିବା ବେଳେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଟୋକିଓରେ ଚମକିଲା ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ କ୍ରୀଡ଼ା ଇତିହାସରେ ଯୋଡିଲା ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ସେମି ଫାଇନାଲରେ ପହଞ୍ଚିଛି ମହିଳା ଟିମ୍। ତାହା ପୁଣି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରି ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମୂଳରୁ ହିଁ ଟପ୍ ଫେଭରାଇଟ୍ ଥିଲା। ମାତ୍ର ଅଣ୍ଡର ଡଗ୍ ଭାବେ ପଡ଼ଇାକୁ ଓହ୍ଲାଇ ଥିବା ଭାରତୀୟ ଟିମ୍ ଜବରଦସ୍ତ ଟକ୍କର ଦେଇଥିଲା।
ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍ ସେମି ଫାଇନାଲକୁ ପ୍ରବେଶ କରିଛି।
ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତି ଚାନ୍ଦ। ୨୦୦ ମିଟର ହିଟ୍ରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ୨୦୦ ମିଟରକୁ ସେ ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି।
ଟୋକିଓରୁ ଏକ ଭିଡିଓ ମେସେଜ୍ ଜରିଆରେ ଦୂତି କହିଛନ୍ତି, ସେ ୧୦୦ ମିଟର ଦୌଡରେ ଭଲ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇପାରି ନଥିବାରୁ ଦୁଃଖିତ । ଆଜି ସେ ୨ଶହ ମିଟର ଦୌଡରେ ଭଲ କରିବେ ବୋଲି ଆଶା ରଖିଛନ୍ତି ।
ଏହା ପୂର୍ବରୁ ୧୯୮୦ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା। ତେବେ ଏହା ପରଠାରୁ ଭାରତ ଥରେ ବି ସେମିକୁ ଉତ୍ତୀର୍ଣ୍ଣ ହୋଇପାରିନାହିଁ। ଅନ୍ୟପକ୍ଷରେ ଭାରତୀୟ ମହିଳା ଟିମ୍ ଆସନ୍ତାକାଲି କ୍ୱାର୍ଟର୍ ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ।
ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।
ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଆସିଛି ଖୁସି ଖବର। ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ବନ୍ଦନା କଟାରିୟା ତିନୋଟି ଗୋଲ୍ ଦେଇଥିବା ବେଳେ ନେହା ଗୋୟଲ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ଅଲିମ୍ପିକ୍ସ ମ୍ୟାଚ୍ରେ ହ୍ୟାଟ୍ରିକ୍ ସ୍କୋର କରିଥିବା ବନ୍ଦନା କଟାରିୟା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇ ପାରିଛନ୍ତି। ଭାରତୀୟ ହକି ଦଳର ଏହି ବିଜୟ ପରବର୍ତ୍ତୀ ରାଉଣ୍ଡକୁ ଯିବାର ଆଶା ସଞ୍ଚାର କରିଛି।
ଟୋକିଓ ଅଲିମ୍ପିକ୍ସରେ ବଢିଛି ଭାରତର ପଦକ ଆଶା । ପଦକ ହାତେଇବାକୁ ଆଉ ପାଦେ ଅଗେଇଲେ ପି.ଭି ସିନ୍ଧୁ । ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ବର୍ଗରେ ସେ ସେମିଫାଇନାଲ୍ରେ ସ୍ଥାନ ଅକ୍ତିଆର କରିଛନ୍ତି ।
ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଆଉ ୨ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଲ୍ ରାଉଣ୍ଡର କୃନାଲ୍ ପାଣ୍ଡ୍ୟାଙ୍କ ପରେ ସ୍ପିନର ୟୁଜଭେନ୍ଦ୍ର ଚହଲ୍ ଓ କ୍ରିଷ୍ଣାପ୍ପା ଗୌତମଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି।
ଶହେ ମିଟରରେ ଦୂତି ଭଲ କରିପାରିନଥିଲେ ମଧ୍ୟ ତାଙ୍କର ଆଉ ଏକ ଇଭେଣ୍ଟ ଅଛି। ୨ ଶହ ମିଟର ଦୌଡ଼ରେ ମଧ୍ୟ ସେ ଭାଗ ନେବେ। ଦେଶର ଏକମାତ୍ର ଆାଥଲେଟ୍ ଭାବେ ଦୁଇଟି ଇଭେଣ୍ଟରେ ସେ ଭାଗ ନେବାର ସୁଯୋଗ ପାଇଛନ୍ତି।
ଟୋକିଓ ଅଲମ୍ପିକ୍ସରେ ଆଉ ଏକ ପଦକ ନିଶ୍ଚିତ କଲେ ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ । ଲଭଲିନା ମହିଳା ୬୪ରୁ ୬୯ କେଜି ବର୍ଗରେ ସେମିକୁ ଉନ୍ନୀତ ହୋଇ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ବଢିଛି ଭାରତର ପଦକ ଆଶା । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ଡେନମାର୍କର ମିଆ ବ୍ଲିଚଫେଲ୍ଟକୁ ସିଧାସଳଖ ୨୧-୧୫, ୨୧-୧୩ରେ ହରାଇଦେଇଛନ୍ତି ସିନ୍ଧୁ ।
ଆସନ୍ତାକାଲି ଟୋକିଓ ଅଲିମ୍ପିକ୍ସର ଟ୍ରାକ୍କୁ ଓହ୍ଲାଇବେ ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦ । ଏକମାତ୍ର ଭାରତୀୟ ଆଥ୍ଲେଟ୍ ଭାବେ ସେ ଟୋକିଓରେ ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି ।
ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ରିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାକୁ ୩-୧ରେ ହରାଇଛି ଭାରତ। ଏହି ବିଜୟ ସହିତ ଭାରତୀୟ ଟିମ୍ କ୍ୱାଟର ଫାଇନାଲରେ ପ୍ରବେଶ କରିଛି।
ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଷ୍ଟନ ଷ୍ଟାର ପି ଭି ସିନ୍ଧୁ ତାଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ମହିଳା ସିଙ୍ଗଲ୍ସରେ ସେ ପ୍ରି-କ୍ୱାଟରରେ ପହଞ୍ଚିଛନ୍ତି । ଅତି ସହଜରେ ସେ ତାଙ୍କର ହଂକଂର ନାଗୟାନ ୟି ଚ୍ୟୁଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ କରିଛନ୍ତି ।
ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ ଘୁଞ୍ଚିଲା । ଭାରତୀୟ ଅଲରାଉଣ୍ଡର କ୍ରୁଣାଲ୍ ପାଣ୍ଡ୍ୟା କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତି ନିଆଯାଇଛି । ଦ୍ୱିିତୀୟ ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଛି । କ୍ରୁଣାଲ ପଜିଟିଭି ବାହାରିବା ପରେ ଉଭୟ ଟିମ୍ର ଅନ୍ୟ ସମସ୍ତ ଖେଳାଳି ଏବେ ଆଇସୋଲେସନରେ ରହିଛନ୍ତି ।
ଆଜି ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ବିଶେଷ ଦିନ । ନିଜ କ୍ୟାରିୟରର ୨୦୦ ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଉନ୍ତି ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା । ଭାରତୀୟ ହକି ଟିମ୍ର ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ପାଇଁ ଆଜିର ମ୍ୟାଚ ଅତ୍ୟନ୍ତ ସ୍ମରଣୀୟ ଥିଲା ।
ଭୁବନେଶ୍ୱର(ନିରଞ୍ଜନ ରେଡ୍ଡୀ): ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଜାତୀୟ ଭଲିବଲ ମହାକୁମ୍ଭ। ୩୨ ଟି ପୁରୁଷ ଦଳ ଓ ୩୨ଟି ମହିଳା ଦଳରେ ପ୍ରାୟ ୧୫ଶହ ଖେଳାଳି ଓ ଅଫିସିଆଲ ଚାମ୍ପିୟାନସିପ୍ରେ ଭାଗ ନେଉଛନ୍ତି। ଆଗାମୀ ଏସିଆନ ଭଲିବଲ ଚାମ୍ପିୟାନସିପ ପାଇଁ ଭାରତୀୟ ଦଳ ବଛା ହେବ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ଲଗାତର ଦ୍ୱିତୀୟ ଥର ପାଇଁ ଜାତୀୟ ସିନିୟର ଚାମ୍ପିୟନସିପ୍ ଆୟୋଜନ କରିବାକୁ ସୁଯୋଗ ମିଳିଛି। ସିନିୟର ଜାତୀୟ ଭଲିବଲ ଚାମ୍ପିୟାନଶିପ ପାଇଁ ୱାର୍ମ […]
ଚେନ୍ନାଇ: ଆଇପିଏଲ୍ ନିଲାମୀରେ ଶେଷ ପର୍ଯ୍ୟାୟରେ ବିକ୍ରି ହେଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ନିଲାମୀର ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ ଅର୍ଜୁନଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ର ନେଟ୍ ପ୍ରାକ୍ଟିସ୍ ବେଳେ ଅର୍ଜୁନ ତେନ୍ଦୁଲକରଙ୍କୁ ଦେଖାଯାଇଥିଲା। ୟୁଏଇରେ ଆଇପିଏଲ୍ର ୧୩ ତମ ସଂସ୍କରଣ ଚାଲିଥିବା ବେଳେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ ଟିମ୍ ସହିତ ଥିଲେ। କିମ୍ବଦନ୍ତି କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ ଟିମ୍ ପାଇଁ […]