• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଆଜି (ରବିବାର) ପାକିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇ ଭାରତ ଆରମ୍ଭ କରିବ ନିଜର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଅଭିଯାନ । ସୁପର ୧୨ର ଏହି ମୁକାବିଲା ଉପରେ ସାରା ବିଶ୍ୱର ନଜର । ଏମିତିକି କୁହାଯାଉଛି ଏହି ମ୍ୟାଚ୍‌ ପାଇଁ ସଟ୍ଟା ବଜାରରେ ପ୍ରାୟ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲାଗିଛି । ସନ୍ଧ୍ୟା ୭.୩୦ରେ ଭାରତ-ପାକିସ୍ତାନ ଟିମ୍‌ ଦୁବାଇ ମଇଦାନରେ ସାମ୍ନାସାମ୍ନି ହେବେ । ବିରାଟ କୋହଲି ଓ ବାବର ଆଜମ୍‌ଙ୍କ ଟିମ୍‌ ଏହି ମୁକାବିଲା ପାଇଁ ଅନେକ ଝାଳ ବୁହାଇଛନ୍ତି ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ ପାଇଁ ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କୁ ଦଳର ମେଣ୍ଟର ଭାବେ ଗ୍ରହଣ କରାଯାଇଛି । ଆଉ ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ଟିମ୍‌ର ମେଣ୍ଟର ଧୋନୀ, ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଭଲ ଟ୍ୟୁସନ୍‌ କରିଥିବା ଦେଖାଯାଇଛି ।

ମ୍ୟାଚ୍‌ ପୂର୍ବରୁ ପୁରା ଭାରତୀୟ ଟିମ୍‌ ମଇଦାନରେ ପ୍ରବଳ ଅଭ୍ୟାସ କରିବା ସହ ଝାଳ ବୁହାଇଛି । ଆଉ ଏହି ସମୟରେ ମଇଦାନରେ କୋହଲିଙ୍କୁ ଟିପ୍ସ ଦେଉଥିଲେ ଏମ୍‌ଏସ୍‌ ଧୋନୀ ।

ଅନ୍ୟପଟେ ରୋହିତ ଶର୍ମା ମଧ୍ୟ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରୁଥିବା ନଜର ଆସିଛନ୍ତି ।ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବର ଅଭ୍ୟାସ ବେଳେ ଧୋନୀ ଥ୍ରୋ-ଡାଉନ୍‌ ବିଶେଷଜ୍ଞର ଭୁମିକା ତୁଲାଇଛନ୍ତି । ଧୋନୀ ଥ୍ରୋ-ଡାଉନ୍‌ ବିଶେଷଜ୍ଞ ରାଘବେନ୍ଦ, ନୂଆନ୍‌ ଓ ଦୟାନନ୍ଦଙ୍କୁ ସହଯୋଗ କରୁଥିବା ଦେଖାଯାଇଛି ।

ସୂଚନାଯୋଗ୍ୟ, ପାକିସ୍ତାନ ବିପକ୍ଷରେ ଭାରତ ୮ଟି ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛି । ଯେଉଁଥିରୁ ୬ଟିରେ ଭାରତର ବିଜୟ ହୋଇଛି । ଗୋଟିଏ ମ୍ୟାଚ୍‌ ଡ୍ର ରହିଥିଲା । ଆଉ ଗୋଟିଏ ମ୍ୟାଚ୍‌ରେ ଭାରତ ପରାଜିତ ହୋଇଛି । ପାକିସ୍ତାନ ବିପକ୍ଷରେ ଶେଷ ୪ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତର ବିଜୟ ହୋଇଛି ।

MS DhoniMS Dhoni

ଏମ୍‌ଏସ୍‌ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଜୋହାନ୍ସବର୍ଗରେ ଖେଳାଯାଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୫ ରନ୍‌ରେ ବିଜୟ ହୋଇଥିଲା ।