Advertisment

ପେଟ ପାଇଁ ମୂଲ ଲାଗୁଛନ୍ତି ଜାତୀୟ ସ୍ତରୀୟ ଭାରୋତ୍ତଳକ

ବଣ ମଲ୍ଲୀ ବଣରେ ମଉଳି ଯାଉଛି । ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢିପାରୁନି । ପ୍ରତିଭା ଥିବା ସତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ।

author-image
Sarbeswar
Malkangiri Athlete

Malkangiri Athlete

ଭୁବନେଶ୍ୱର: ବଣ ମଲ୍ଲୀ ବଣରେ ମଉଳି ଯାଉଛି । ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢିପାରୁନି । ପ୍ରତିଭା ଥିବା ସତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ।

Advertisment

ବଣରେ ମଉଁଳି ଯାଉଛି ବଣମଲ୍ଲି । ଅର୍ଥାଭାବରୁ ପ୍ରଚଣ୍ଡ ପ୍ରତିଭାର ତେଜ ବି ଘନ ଅନ୍ଧାରରେ ହଜିଯାଉଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଅଗମ୍ୟ ଗାଁ ଦୋରାଗୁଡ଼ା । ଏହି ଗାଁର ଗୋଲ୍ଡେନ ବୟ ଭକ୍ତରାମ ଦେସ୍ତି । ଭରୋତ୍ତଳନରେ ରାଜ୍ୟଠୁ ଦେଶ ଓ ବିଦେଶରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ୨୦୧୬ ଆନ୍ଧ୍ରରେ ହୋଇଥିବା ସ୍କୁଲ ନ୍ୟାସସନାଲ ଗେମ୍ସ, ୨୦୧୮ ଦିଲ୍ଲୀରେ ଖେଲୋ ଇଣ୍ଡିଆ, ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ୟୁଥ ନ୍ୟାସନାଲ ଚାମ୍ପିଅନସିପ୍, ୨୦୧୯ ଖେଲୋ ଇଣ୍ଡିଆରେ ହାତେଇଥିଲେ ଗୋଲ୍ଡ । ସେହିପରି ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅଣ୍ଡର ୧୭ କମନେଓ୍ୱଲ୍ଥ ଗେମ୍ସରେ ୪୯ କିଲୋ ବର୍ଗରେ ଦେଶ ପାଇଁ ଆଣିଥିଲେ ସ୍ୱର୍ଣ୍ଣ । ସୁନା ପୁଅ ଭକ୍ତରାମ କିନ୍ତୁ ଏବେ ଅଲୋଡ଼ା। ଆଦିବାସୀ ମୁଲକରେ ଏବେ ପେଟ ପୋଷିବାକୁ କ୍ଷେତରେ ଖଟୁଛନ୍ତି । ଆଗକୁ ବଢ଼ିବାକୁ ସହାୟତାର ହାତ ବଢାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଭକ୍ତରାମ।

Advertisment

ସେହିପରି ଆଉ ଜଣେ ଏଭଳି ଅଭାବ ଅସୁବିଧାର ସାମନା କରୁଥିବା ଛାତ୍ର ହେଉଛନ୍ତି କଟକ ତିଗିରିଆ ବ୍ଲକ ନୂଆପାଟଣା ଗାଁର ଚନ୍ଦନ ଦତ୍ତ। ପାଠରେ ଏକ ନମ୍ବର । ଚଳିତ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷାରେ ସେ ୯୮ ଦଶମିକ ୪୨ ପ୍ରତିଶତ ରଖି ଉନ୍ନୀତ ହୋଇଛନ୍ତି । IITରେ ପାଠ ପଢି ସଫ୍ଟୱେୟାର ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଏଥିରେ ବାଧକ ସାଜିଛି ଅର୍ଥ। ବାପା ଜଣେ ବୁଣାକାର ହୋଇଥିବାବେଳେ ଚନ୍ଦନ ତାଙ୍କ ବାପାଙ୍କୁ ସହାୟତା କରିଥାନ୍ତି। ଆଇଆଇଟିରେ ପାଠ ପଢିବାକୁ ଅଧିକ ଅର୍ଥ ଆବଶ୍ୟକ ହେଉଥିବାବେଳେ ସହଯୋଗା କରିବାକୁ ନିବେଦନ କରିଛନ୍ତି ଚନ୍ଦନ ଏବଂ ତାଙ୍କ ବାପା।

Odisha News Odisha Malkangiri Athlete
Advertisment
Advertisment