Advertisment

ବିରାଟଙ୍କ ଜବାବ- ‘ଯଦି କିଛି ବିବାଦ ଚାହୁଁଛ ସିଧାସଳଖ କୁହ...’

ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା, ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିମ୍‌ ଇଣ୍ଡିଆର Playing-11କୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ବିରାଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Virat Kohli

Virat Kohli

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତକୁ ହରାଇଛି। ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ପରାଜୟ ପରେ ଫ୍ୟାନ୍ସ ନିରାଶ ହୋଇଛନ୍ତି। ଟିମ୍ ଇଣ୍ଡିଆରେ କିଛିଟା ପରିବର୍ତ୍ତନ ଆବଶ୍ୟକ ଥିବା ମତ ପ୍ରକାଶ ପାଇଛି। ଏସମ୍ପର୍କରେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ବିରାଟ କୋହଲିଙ୍କୁ ବି ପଚରା ଯାଇଥିଲା। ତେବେ ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା, ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିମ୍‌ ଇଣ୍ଡିଆର Playing-11କୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ବିରାଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

Advertisment

ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ଜଣେ ସାମ୍ବାଦିକ ବିରାଟଙ୍କୁ ପ୍ରଶ୍ନ କରିଥିଲେ, ଟିମ୍‌ ଇଣ୍ଡିଆର ସିଲେକ୍ସନକୁ ନେଇ ପ୍ରଶ୍ନ ଉଠୁଛି। କ’ଣ ରୋହିତ ଶର୍ମାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ଅଣାଯାଇ ପାରିଥାନ୍ତା କି ? ଏହାର ଉତ୍ତରରେ ବିରାଟ କହିଥିଲେ, ଏହା ଏକ ସାହାସ ପ୍ରଶ୍ନ ଥିଲା। ଏହାପରେ ବିରାଟ ସାମ୍ବାଦିକଙ୍କୁ କହିଥିଲେ, ମୁଁ ମୋର ବହୁତ ଭଲ ଟିମ୍‌ ସହ ଖେଳିଛି। ତେଣୁ ମୁଁ ଭାବୁଛି ଏହା ବହୁତ ଭଲ ଟିମ୍‌। ଆପଣ କ’ଣ ଭାବୁଛନ୍ତି ? କ’ଣ ଆପଣ ରୋହିତ ଶର୍ମାଙ୍କୁ ଟି-ଟେଣ୍ଟିର ଟିମ୍‌ରୁ ଡ୍ରପ୍‌ କରିଦେବେ କି ? ଆପଣ ଜାଣିଛନ୍ତି କି ଶେଷ ମ୍ୟାଚ୍‌ରେ ସେ କ’ଣ କରିଥିଲେ ? ଯଦି ଆପଣ କିଛି ବିବାଦ ଚାହୁଁଛନ୍ତି ତା’ହେଲେ ସିଧାସଳଖ କୁହନ୍ତୁ, ଫଳରେ ସେହି ହିସାବରେ ମୁଁ ଉତ୍ତର ରଖିବି।’

Advertisment

ଗତକାଲି ଖେଳା ଯାଇଥିବା ମ୍ୟାଚ୍‌ରେ ପାକିସ୍ତାନଠୁ ଭାରତ ପରାଜୟ ହୋଇଥିଲା। ପାକିସ୍ତାନ ୧୭.୫ ଓଭରରେ ୧୦ ୱିକେଟ୍‌ରେ ବିଜୟ ହାସଲ କରିଥିଲା। ଭାରତ ପକ୍ଷରୁ ୧୫୨ ରନ୍ ଟାର୍ଗେଟକୁ ପିଛା କରି ପାକ୍ ଟିମ୍ ବିଜୟ ହାସଲ କରିଥିଲା।

Team India T20 World Cup Virat Kohli T20 World Cup 2021
Advertisment
Advertisment