• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରେଢାଖୋଲ(ରମାକାନ୍ତ ମହାନନ୍ଦ) : ଏମିତି ଗୁରୁ ଜଗତେ ନାହିଁ । ପେଶାରେ ଓକିଲ ନିଶା ଖେଳ ପ୍ରଶିକ୍ଷଣ । ସମସ୍ତଙ୍କ ପ୍ରିୟ ରେଢାଖୋଲର ହାରୁନ ପାପା । ପିଲାଟି ଦିନରୁ ଖେଳ ପ୍ରତି ଥିଲା ଅହେତୁକ ରୁଚି । ଆନ୍ତର୍ଜାତିକ ସ୍ତରରେ ନିଜକୁ ଦେଖିବାର ସ୍ୱପ୍ନ ଦେଖିଥିଲେ, ହେଲେ ତାଙ୍କର ସ୍ୱପ୍ନ ପୂରଣ ହୋଇପାରିଲାନି । ଶେଷରେ ପ୍ରତିଭାବାନ ଯୁବକଙ୍କୁ ଖୋଜି ଖୋଜି ପ୍ରଶିକ୍ଷଣ ଦେଇ ସେମାନଙ୍କ ଭିତରେ ସ୍ୱପ୍ନକୁ ବଞ୍ଚୁଛନ୍ତି । ବିନା ମୂଲ୍ୟରେ ପିଲାଙ୍କୁ ପ୍ରଶିକ୍ଷଣ ଦେବା ସହ ସେ ଖେଳ ସାମଗ୍ରୀ ମଧ୍ୟ ଯୋଗାଇ ଦିଅନ୍ତି । ଏବେ ତାଙ୍କ ଠାରୁ ପ୍ରଶିକ୍ଷଣ ପାଇଁ ରାଜସ୍ତରୀୟ ବିଭିନ୍ନ ଖେଳରେ ତାଙ୍କ ପିଲାମାନେ ନାଁ କଲେଣି ।

ରେଢାଖୋଲର ହାରୁନ ଖାଁ । ପେଶାରେ ଆଇନଜୀବି ହୋଇଥିବା ବେଳେ ନିଶା ଖଳେ । ଏବେ ସେ ଏହି ଅଂଚଳର ଜଣେ କ୍ରିକେଟ କୋଚ । ଆଜକୁ ୫ବର୍ଷ ହେଲାଣି ନିୟମିତ ଭାବରେ ରେଢାଖୋଲ କଲେଜ ପଡ଼ିଆରେ ବିଭିନ୍ନ ବୟସର ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଗରିବ ପ୍ରତିଭାବାନ ଖେଳାଳିଙ୍କୁ ଆଣି ନିଜର ସମସ୍ତ ଖର୍ଚ୍ଚରେ ବର୍ତ୍ତମାନ ୫୪ ପିଲାଙ୍କୁ ତାଲିମ ଦେଉଛନ୍ତି । ଖେଳ ସାମଗ୍ରୀ ସହ ଡ୍ରେସ, ବୁଟ୍ ,ଏପରିକି ଶରୀର ସ୍ୱାସ୍ଥ୍ୟର ବିକାଶ ପାଇଁ ବିଭିନ୍ନ ପ୍ରକାର ବୁଷ୍ଟ, ଟନିକ ମଧ୍ୟ ଦେଉଛନ୍ତି ମାଗଣାରେ । ପିଲାଙ୍କ ଖେଳ ପାଇଁ କୌଣସି କ୍ଷେତ୍ରରେ ସେ କୌଣସି ସଲାସୁତୁରା କରନ୍ତି ନାହିଁ ।

ସେ ଜଣେ ସ୍ୱୀକୃତି ପ୍ରାପ୍ତ କୋଚ ନହେଲେ ବି ତାଙ୍କ କୋଚିଂ ପାଇ ରାଜ୍ୟର ବିଭିନ୍ନ ସମ୍ମାନ ଜନକ ଖେଳରେ ସୁଯୋଗ ପାଇସାରିଲେଣି । ଅର୍ଥ ଅଭାବରୁ ପ୍ରତିଭାବାନ୍ ଖେଳାଳି ଯେମିତି ବଂଚିତ ନହୁନ୍ତି, ତାହା ହିଁ ମୋର ଲକ୍ଷ ବୋଲି ହାରୁନ ଖାଁ କୁହନ୍ତି । ସେହିପରି ସମସ୍ତଙ୍କ ପାଇଁ ସେ ହାରୁନ ପାପା ,ତାଙ୍କଠୁ ତାଲିମ ପାଇ ଆମେ ନିଶ୍ଚିତ ସଫଳତା ପାଇବୁ ବୋଲି ଖେଳାଳି ମାନେ କୁହନ୍ତି ।

ହାରୁନ ଖାଁ କୁହନ୍ତି ଓକିଲ ପେଶା ମୋର ଧର୍ମ, କିନ୍ତୁ ଖେଳ ମୋର କର୍ମ । ଖେଳ ପ୍ରତି ରୁଚି ରଖୁଥିବା ପିଲାଙ୍କୁ ଖୋଜି ବାହାର କରି ଅଭିଭାବକଙ୍କ ଠାରୁ ଅନୁମତି ନେଇ ସକାଳ ସଂଧ୍ୟାରେ ପ୍ରତିଦିନ ଚାଲିଛି ତାଲିମ । ସମୟ ଅନୁସାରେ ପିଲା ପଡିଆକୁ ପହଞ୍ଚି ବ୍ୟାୟାମଠୁ ଆରମ୍ଭ କରି ନେଟ, ମେଟ ବାନ୍ଧି ପ୍ରସ୍ତୁତ ହୁଅନ୍ତି ଖେଳିବା ପାଇଁ । ଆଉ ଏଠାରୁ ପିଲା ଯାଇ ରଣଜୀ ମ୍ୟାଚ, ରାଜ୍ୟ ସିନିୟର ଦଳ, କଳାହାଣ୍ଡି କପ, ଅଣ୍ଡର ସେଭେନ୍ଟିନ ସ୍କୁଲରେ ଖେଳିଛନ୍ତି । ଏହା ସହିତ ପ୍ରଗତୀ କ୍ଲବ, ସହୀଦ ସ୍ପୋଟିଙ୍ଗ ,ରାଇଜିଙ୍ଗ ଷ୍ଟୁଡ଼େଣ୍ଟ୍, ଟାଉନ କ୍ଲବ ଭୁବନେଶ୍ୱରରେ ସାମିଲ ହେଲେଣି ।

କୌଣସି ସରକାରୀ ବ୍ୟବସ୍ଥା ନଥାଇ ନିଜ ଉଦ୍ୟମରେ ପଡ଼ିଆ ସଜାଇବା, କାଠଖୁଣ୍ଟ , ଲୁହାପାଇପ ଲଗାଇ ନେଟ ଲଗାଇଛନ୍ତି । ଖେଳାଳି ବୋଲି ଭାବନ୍ତିନି ବଂର ନିଜ ପୁଅଝିଅ ଭାବି ଆମକୁ ପାଖରେ ରଖି ପ୍ରଶିକ୍ଷଣ ଦେଉଛନ୍ତି । ସତ କହିବାକୁ ଗଲେ ଏଯୁଗର ଦ୍ରୋଣ ଗୁରୁ ହାରୁନ ଖାଁ ।