/odishatv-khabar/media/post_attachments/uploadimage/library/16_9/16_9_0/IPL_2022_1635165622.jpg)
IPL 2022
୨୦୨୨ ଆଇପିଏଲ୍ରେ ସାମିଲ ହେବେ ଆଉ ଦୁଇ ନୂଆ ଟିମ୍ । ଏନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆ ଆଇପିଏଲ୍ ଟିମ୍ ପାଇଁ ବିଡିଂରେ ଅଦାନୀ ଗ୍ରୁପ୍ ଏବଂ ଇଂଲଣ୍ଡର ପ୍ରସିଦ୍ଧ ଫୁଟବଲ୍ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍ର ମାଲିକ ଗ୍ଲାଜର ବ୍ରଦର୍ସ ବିଡ୍ ଜିତିଥିବା ସୂଚନା ମିଳିଛି । ଏହି ଦୁଇଟି ଟିମ୍ ହେଉଛନ୍ତି ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ।
Also Read
୨ ନୂଆ ଆଇପିଏଲ୍ ଟିମ୍ ଲାଗି ୨୨ଟି କମ୍ପାନୀ ବିଡ୍ ପକାଇଥିଲେ । କଟକ ସହର ଲାଗି ଶିଳ୍ପପତି ନବୀନ ଜିନ୍ଦଲଙ୍କ JSPL ମଧ୍ୟ ବିଡ୍ ପକାଇଥିବା କୁହାଯାଉଥିଲା । ତେବେ ଆଜି ବିଡ୍ ଖୋଲା ଯିବା ପରେ ଅଦାନୀ ଗ୍ରୁପ୍ ଏବଂ ଗ୍ଲାଜର ବ୍ରଦର୍ସ ବାଜି ମାରିଥିବା କୁହାଯାଉଛି । ଏନେଇ ବିସିସିଆଇ ପକ୍ଷରୁ ଏବେ ସୁଦ୍ଧା ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ଯାହା ସୂଚନା ରହିଛି ଯେ, ଖୁବ୍ଶୀଘ୍ର ଏନେଇ ଘୋଷଣା କରାଯାଇପାରେ ।
glazer brothersତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, ଆଇପିଏଲ୍ର ଲୋକପ୍ରିୟତା କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ରହିଛି । ଆଉ ଏହା ସବୁଠାରୁ ହାଇପ୍ରୋଫାଇଲ୍ ଘରୋଇ ଟୁର୍ଣ୍ଣାମେଣ୍ଟ ହୋଇଥିବା ମଧ୍ୟ କୁହାଯାଉଛି । କାରଣ ବଡ଼ ବଡ଼ କମ୍ପାନୀ ଏଥିରେ ଇନ୍ଭେଷ୍ଟ କରିବା ପାଇଁ ଆଗଭର ହେଉଛନ୍ତି । ଏହା ବ୍ୟୟବହୂଳ ହେବା ସହ ଅନେକ ଲାଭ ଦାୟକ ମଧ୍ୟ ରହୁଛି । ତେଣୁ ଆଇପିଏଲ୍ରେ ଇନ୍ଭେଷ୍ଟ କରିବାକୁ କମ୍ପାନୀ ମାନେ ଚାତକ ଭଳି ଚାହିଁ ରହିଛନ୍ତି । ଏହି ବ୍ୟବସାୟିକ ଲୋଭ ଯୋଗୁଁ ଇଲଣ୍ଡର ପ୍ରସିଦ୍ଧ ଫୁଟବଲ୍ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍ର ମାଲିକ ଗ୍ଲାଜର ବ୍ରଦର୍ସ ମଧ୍ୟ ଏଥିରେ ଇନ୍ଭେଷ୍ଟ କରିବାକୁ ଆଗଭର ହୋଇଥିବା କୁହାଯାଉଛି ।
Adaniସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୧ ଶେଷ ହୋଇଯାଇଛି । ଏଥରର ଚାମ୍ପିଅନ୍ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ । ଆରମ୍ଭରୁ ଭାରତରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଇଥିଲେ ମଧ୍ୟ କରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ପରେ ଏହାର ଦ୍ୱିତୀୟ ସଂସ୍କରଣ ୟୁଏଇରେ ଆରମ୍ଭ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)