/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635077179.jpg)
Shuttler Rutaparna Panda
ଭୁବନେଶ୍ୱର: ସମ୍ମାନଜନକ ଏକଲବ୍ୟ ସମ୍ମାନରେ ସମ୍ମାନିତ ହେବେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡମିଣ୍ଟନ ଖେଳାଳୀ ଋତପର୍ଣ୍ଣା ପଣ୍ଡା। ୨୦୨୧ ବର୍ଷ ଲାଗି ଋତପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୯ ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି। ପୁରସ୍କାର ସ୍ବରୂପ ଋତପର୍ଣ୍ଣାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ମିଳିବ।
Advertisment
ଋତପର୍ଣ୍ଣା ୨୦୧୯ରୁ ୨୦୨୧ ମଧ୍ୟରେ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିିତାରେ ଦେଶର ପ୍ରତିନିଧିତ୍ୱ କରି ବହୁବାର ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲେଇଛନ୍ତି। ଋତପର୍ଣ୍ଣାଙ୍କ ସମେତ ଫୁଟବଲ ଖେଳାଳି ପ୍ୟାରୀ ଖାଖା ଓ ସାଇକେଲ ଚାଳିକା ସ୍ୱାସ୍ତି ସିଂ ଉପବିଜେତା ହୋଇଛନ୍ତି। ଉଭୟ ପ୍ୟାରୀ ଓ ସ୍ୱାସ୍ତିଙ୍କୁ ୫୦ ହଜାର ଲେଖାଏଁ, ମାନପତ୍ର ମିଳିବ ବୋଲି ଆଜି ଘୋଷଣା କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)