ପାଞ୍ଜି ସମୀକ୍ଷକ ଓ ଗଣନାକାରୀଙ୍କ ପକ୍ଷରୁ ବାରମ୍ବାର ମୁକ୍ତି ମଣ୍ଡପ ପଣ୍ଡିତ ସଭା, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ ଓ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ ବି ନିର୍ଭୁଲ ପାଞ୍ଜି ପ୍ରକାଶ ହେଉନଥିବା ଅଭିଯୋଗ କରାଯାଇଛି ।
୧୩ ସରକାରୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ କଟକଣା କାର୍ଯ୍ୟକାରୀତା ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ । ବିଧାନସଭାରୁ ସଂସଦ ଯାଏଁ, ସବୁଠି ପ୍ରକାଶ ପାଇଛି ଉଦ୍ବେଗ । ଏପରିକି ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ ।
ବିନା କାରଣରେ କାହିଁକି ଏଭଳି ଦଶା ଭୋଗିଲେ ଯାତ୍ରୀ
ଇଂଲଣ୍ତର ଟେଷ୍ଟ କ୍ୟାପ୍ଟେନସିପ୍ ଛାଡ଼ିଲେ ଜୋ ରୁଟ୍ । ଅଷ୍ଟ୍ରେଲିଆ ଓ ୱେଷ୍ଟିଇଣ୍ତିଜ୍ ବିପକ୍ଷରେ ଟେଷ୍ଟ ହାରିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସମାଲୋଚନା ଓ ବିବାଦ ମଧ୍ୟରେ ଆଜି ଟେଷ୍ଟ ଟିମ୍ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଜୋ ରୁଟ୍ ।
ଯାଜପୁରର ଘରୋଇ ମେଡିକାଲରେ ଶିଶୁ ଜନ୍ମ ନେଇ ବିବାଦ ଘଟଣା । ଲିଙ୍ଗ ନିରୂପଣ ପାଇଁ ନବଜାତକଙ୍କୁ ଅଣାଯିବ ଶିଶୁଭବନ । ଏନେଇ ଯାଜପୁର ସିଡିଏମଓ ସ୍ୱାସ୍ଥ୍ୟ ବିଭାଗକୁ ଚିଠି କରିଥିବା ସୂଚନା ଦେଇଛନ୍ତି ।
ଓଡ଼ିଆ ଲୋକଙ୍କ ମୁଖ୍ୟ ଖାଦ୍ୟ ଭାତ। ତେଣୁ ରାଜ୍ୟକୁ ଶତ ପ୍ରତିଶତ ଚାଉଳ ଦିଆଯାଉ। କେନ୍ଦ୍ର ସରକାରଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଏ ସଂକ୍ରାନ୍ତ ଚିଠି ପରେ ଚାଉଳ-ଗହମ ଆବଣ୍ଟନ ଅନୁପାତକୁ ନେଇ ସୃଷ୍ଟି ହୋଇଛି ବିବାଦ
କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାଜ୍ୟରେ ୩ କୋଟି ୨୬ ଲକ୍ଷ ୪୧ ହଜାର ୮ଶହ ହିତାଧିକାରୀ ରହିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୈତିକ ବିବାଦ। ଲୋକମାନେ ନିଜ ସ୍ୱାର୍ଥ ତ୍ୟାଗ କରିଛନ୍ତି, ମନ୍ଦିରର ବିକାଶ ପାଇଁ ନିଜ ଜାଗା ଛାଡିଛନ୍ତି। ବର୍ଷାଦିନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି ହେବ ବୋଲି କହିଲେ ପୁରୀ ବିଧାୟକ। ସେହିପରି ଏହାକୁ ନେଇ ଅପରାଜିତା ସଡଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ବର୍ଷା ପ୍ରିୟଦର୍ଶୀନୀ।
‘ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୂଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ।
ନିର୍ମାଣ ବେଳେ ଶ୍ରୀମନ୍ଦିର ଚାରିପଟୁ ବହୁ ମାଟି କାଢ଼ି ନିଆଯାଇଛି । ସେସବୁ ଗଲା କୁଆଡ଼େ ? ତାକୁ ନେଇ ବି ନାନା ପ୍ରଶ୍ନ । ଅପରପକ୍ଷେ ଏବେ ବି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ଓ ଶଙ୍କା ରହିଛି ।
କୁହୁଳିବାରେ ଲାଗିଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ।ସୁନାବେଡା ଜଙ୍ଗଲ ଜମିକୁ ନେଇ କୁହୁଳୁଛି ସୀମା ବିବାଦ । ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ଉପ ଜିଲ୍ଲାପାଳ ।
ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୯ ତାରିଖରେ ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଫିଲ୍ମ ‘RRR’ ରିଲିଜ ହେବାକୁ ଆଉ ମାତ୍ର କିଛି ଘଣ୍ଟା ରହିଛି। ମାର୍ଚ୍ଚ ୨୫ରେ ଏସ୍ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ RRR ରିଲିଜ ହେବ। ଫିଲ୍ମ ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ହୋଇ ରହିଛନ୍ତି। ହେଲେ ଏବେ ରିଲିଜ୍ ପୂର୍ବ ଫିଲ୍ମକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି।
ଜବରଦଖଲକାରୀଙ୍କୁ ବିରୋଧ କରିବାକୁ ଚାଲିଗଲା ଜୀବନ । ଗୋଟିଏ ପରିବାରର ୪ ଜଣ ଜୀବନ ହାରିଲେ ।
ଏମଏଲଏ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେଇଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି। ତେବେ ଏହାରି ଭିତରେ କିପରି ସରିବ ପ୍ରକଳ୍ପ ତାକୁ ନେଇ ଉଠିଛି ପ୍ରଶ୍ନ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି।
୨୦୦୧ରେ ଜର୍ଜିଆ, ଆଜରବାଇଜାନ୍ ଓ ମାଲଡୋଭା ପ୍ରଭୃତି ଦେଶକୁ ନେଇ ୟୁକ୍ରେନ GUAM ମେଣ୍ଟ ଗଠନ କରିବା ପରେ ଋଷିଆ କ୍ରୋଧିତ ହୋଇଥିଲା । ଏହା ପୂର୍ବତନ ସୋଭିଏତ୍ ରିପବ୍ଲିକକୁ ନେଇ ଗଠିତ CIS ପ୍ରତି ସିଧାସଳଖ ବିପଦ ଭାବେ ବିବେଚନା କରାଯାଇଥିଲା ।
ୟୁକ୍ରେନ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦବେଗ ପ୍ରକାଶ କରିଛି ଭାରତ। ଆମେରିକା, ୟୁରୋପୀୟ ସଂଘ ଏବଂ ଋଷିଆ ମୁହାଁମୁହିଁ ଛିଡ଼ା ହେବା ଆଦୌ ଶୁଭ ସୂଚନା ନୁହେଁ ବୋଲି ଭାରତ କହିଛି।
ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।
ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।
ଜଗତସିଂହପୁର ରାହାମାର ପୋଲିଂ କର୍ମଚାରୀଙ୍କୁ ମାଡ଼, ବିଡିଓଙ୍କୁ ଠେଲାପେଲା । ସୂଚନା ଅନୁସାରେ କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍ରେ ନିର୍ବାଚନ ପରେ ବାଲାଟ୍ ବକ୍ସ ଧରି ଫେରିଥିଲେ ପୋଲିଂ ପାର୍ଟି ।
ବଢିବାରେ ଲାଗିଛି ୟୁକ୍ରେନ୍ ବିବାଦ। ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକ୍ମେଟ୍ ଦେବା ଲାଗି ଋଷ୍ ରାଷ୍ଟ୍ରପତିଙ୍କ ନୂଆ ଷ୍ଟ୍ରାଟେଜି ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛି। ପୁତିନ ଏଥିସହିତ ଏହି ଅଞ୍ଚଳକୁ ସେନା ପଠାଇଛନ୍ତି।
ଯୁଦ୍ଧ ପରିସ୍ଥିତି ଏଡ଼ାଇବା ଲାଗି ଉଭୟ ରୁଷିଆ ଏବଂ ୟୁକ୍ରେନ ଉଦ୍ୟମ କରିଥିବା ସୂଚନା ମିଳିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ଉଦ୍ୟମ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରମୁଖ୍ୟ ବୋଲୋଦିମିର୍ ଜେଲେନସ୍କି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।