Advertisment

ଶ୍ରୀମନ୍ଦିର ଚାରିପାଖେ ଖନନ କାର୍ଯ୍ୟ: ଥମୁନି ବିବାଦ ! କୁଆଡ଼େ ଗଲା ମାଟି, କ’ଣ ହେଉଛି ନିର୍ମାଣ ?

ନିର୍ମାଣ ବେଳେ ଶ୍ରୀମନ୍ଦିର ଚାରିପଟୁ ବହୁ ମାଟି କାଢ଼ି ନିଆଯାଇଛି । ସେସବୁ ଗଲା କୁଆଡ଼େ ? ତାକୁ ନେଇ ବି ନାନା ପ୍ରଶ୍ନ । ଅପରପକ୍ଷେ ଏବେ ବି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ଓ ଶଙ୍କା ରହିଛି ।

author-image
Satyendu Shekher Mishra
Puri Temple

Puri Temple

ଗୋଟିଲ ପଟେ ଶ୍ରୀମନ୍ଦିର ରୋଷଘର ଚୁଲା ଭାଙ୍ଗିବାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ଚାରିପାଖେ ଖନନ କାର୍ଯ୍ୟ ବନ୍ଦ ନହେବା କଥା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

Advertisment

ଶ୍ରୀମନ୍ଦିର ୭୫ ମିଟର କରିଡରରେ କଣ ନିର୍ମାଣ ହେଉଛି ? ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସହ ଆଉ କିଛି ନିର୍ମାଣ ହେଉଛି କି ? କାରଣ ମନ୍ଦିର ଚାରିପାଖେ ବଡ଼ ବଡ଼ ଗାତ ଏବେ ଖୋଳା ଯାଇଛି । ଯାହାକୁ ନେଇ ପୁରୀରୁ ଦିଲ୍ଲୀ ଯାଏଁ ତମ୍ବିତୁଫାନ । ଆରୋପ-ପ୍ରତ୍ୟାରୋପ ଭିତରେ ରାଜ୍ୟ ସରକାର ଏସମ୍ପର୍କରେ ସଫେଇ ରଖିଛନ୍ତି । ଟଏଲଟ୍ ନିର୍ମାଣ ନେଇ ସ୍ପଷ୍ଟିକରଣ ଦିଆଯାଇଛି । ଏନେଇ ଏବେ ଶ୍ରୀମନ୍ଦିର ଚାରିପଟେ ସୂଚନାଫଳକ ଲାଗିଛି । ପଶ୍ଚିମ ଦ୍ୱାର, ଗାଣ୍ଡୁଆଦ୍ୱାର ଛକ, ଦକ୍ଷିଣ ଦ୍ୱାରରେ ଏନେଇ ସୂଚନା ଦିଆଯାଇଛି ।

ସେପଟେ ନିର୍ମାଣ ବେଳେ ଶ୍ରୀମନ୍ଦିର ଚାରିପଟୁ ବହୁ ମାଟି କାଢ଼ି ନିଆଯାଇଛି । ସେସବୁ ଗଲା କୁଆଡ଼େ ? ତାକୁ ନେଇ ବି ନାନା ପ୍ରଶ୍ନ । ଅପରପକ୍ଷେ ଏବେ ବି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏନେଇ ଲୋକଙ୍କ ମନରେ ଅନେକ ସନ୍ଦେହ ଓ ଶଙ୍କା ରହିଛି ।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତେଜିବାରେ ଲାଗିଛି ରାଜନୈତିକ ବିବାଦ । ସେଠି କେବଳ ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା ନେଇ ଖୋଦ୍ ପୁରୀ ସାଂସଦ ପିନାକୀ ମିଶ୍ର ପାର୍ଲାମେଣ୍ଟରେ ଦୃଢ଼ତାର ସହ କହିବା ପରେ ବଢି ଚାଲିଛି ବିରୋଧ ସାଙ୍ଗକୁ ଅସନ୍ତୋଷ । ତେଣେ ନିଜ ମନ୍ତବ୍ୟ ଉପରେ ପିନାକୀ ସଫେଇ ରଖିବା ସହ NOC ସାର୍ଟିଫିକେଟ୍ ଦେଖାଇଛନ୍ତି । ତାସହ ତାଙ୍କୁ ମିଛୁଆ ବୋଲି ସମାଲୋଚନା କରୁଥିବା ଲୋକଙ୍କୁ ବି ଆକ୍ଷେପ କରିଛନ୍ତି ।

ଗୁରୁବାର ପାର୍ଲାମେଣ୍ଟରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଥିବା ତଥ୍ୟକୁ ନେଇ ସୃଷ୍ଟି ହୋଇଛି ହଇଚଇ, ବଢୁଛି ବିରୋଧ । ହେଲେ ଆଜି ନିଜର ସେ ତଥ୍ୟ ସପକ୍ଷରେ ସଫେଇ ଦେଇ ପିନାକୀ କହିଛନ୍ତି- ତାଙ୍କ ମନ୍ତବ୍ୟକୁ ମାତ୍ର କିଛି ଲୋକ ଗ୍ରହଣ କରୁନାହାନ୍ତି । ଏମିତିକି ସେ ଏକ ଚିଠି ଦେଖାଇ ଗତ ସେପ୍ଟେମ୍ବର ୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMA ଏନ୍ଓସି ଦେଇଥିବା କଥା ଦୋହରାଇବା ସହ କ୍ଲକ ରୁମ୍, ମିନି କ୍ଲକ ରୁମ୍, ସେଲ୍ଟର ପାଭିଲିଅନ, ପୁରୁଷ, ମହିଳା ଓ ସେବାୟତଙ୍କ ପାଇଁ ଟଏଲେଟକୁ NOC ମିଳିଛି ବୋଲି ଦର୍ଶାଇଛନ୍ତି । ତେବେ ସମୟ ଅଭାବରୁ ସେଦିନ ସଂସଦରେ କେବଳ ଟୟଲେଟ କଥା କହିବା ସହ ବାକି କିଛି ବି ମିଛ କହିନାହାନ୍ତି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସଙ୍ଗରେ ପିନାକୀଙ୍କ ଆଜିର ସଫେଇ ପରେ ପ୍ରତିକ୍ରିୟା ରଖି ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସଂସଦରେ ପୁରୀ ସାଂସଦ ବାରମ୍ବାର କେବଳ ସେଠି ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କଥା କହିଥିଲେ । ତାସହ ପିନାକୀ ଯେଉଁ ଚିଠି ଦେଖାଉଛନ୍ତି ତାହା ASIର ନୁହେଁ ବରଂ NMAର ଚିଠି । ଯାହା କି NOC ନୁହେଁ । AMASR ଆକ୍ଟ ଅନୁସାରେ କୌଣସି ଐତିହ୍ୟର ୧୦୦ ମିଟର ପରିଧିରେ କିଛି ବି  ନିର୍ମାଣ କାମର ଆବଶ୍ୟକ ପଡ଼ିଲେ, ତାହା ଏଏସ୍‌ଆଇ DGଙ୍କ ଅନୁମତିରେ ହିଁ ହେବ । ତେଣୁ ସେଠି ଯାହା ସବୁ ନିର୍ମାଣ କାମ ଚାଲିଛି ତାହା ବେଆଇନ୍ କି ନୁହେଁ ତାକୁ ସମସ୍ତେ ଦେଖୁଛନ୍ତି ।

Jagannath Temple Lord Jagannath
Advertisment
Advertisment