Advertisment

Zero Tolerance Policy: ‘ଆତ୍ମସମର୍ପଣ ନ କଲେ ଶୂନ୍ୟ ସହନଶୀଳତା ନୀତି ଆପଣାଇବୁ’

ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତ।। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ ନକ୍ସଲ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଲେ ସବୁ ସଫା କରିଦେବୁ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Zero Tolerance Policy

Zero Tolerance Policy

ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ ନକ୍ସଲ। ଛତିଶଗଡର ଦୁଇଟି ପୃଥକ ପୃଥକ ଏନ୍‌କାଉଣ୍ଟରରେ ୨୨ ନକ୍ସଲ ନିପାତ ହୋଇଥିବା ଜଣାଯାଇଛି। ତେବେ ୨୨ ନକ୍ସଲ ନିପାତ ଘଟଣାରେ ବଡ଼ ସଫଳତା ମିଳିଥିବା କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

Advertisment

ଆହୁରି କହିଛନ୍ତି ଯେ, ନକ୍ସଲ ମୁକ୍ତ ଭାରତ ଅଭିଯାନ ଦିଗରେ ଆଗକୁ ବଢ଼ୁଛୁ । ବିଜାପୁର ଓ କାଙ୍କେରଠାରେ ପୃଥକ ପୃଥକ ଘଟଣାରେ ସଫଳତା ପାଇଛୁ । ନକ୍ସଲଙ୍କ ବିରୋଧରେ ମୋଦି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଆତ୍ମସମର୍ପଣ ନ କଲେ ଶୂନ୍ୟ ସହନଶୀଳତା ନୀତି ଆପଣାଇବୁ । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ନକ୍ସଲମୁକ୍ତ ହେବ ବୋଲି ପୁଣି କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଅଧିକ ପଢ଼ନ୍ତୁ: ବଡ଼ ଧରଣର ଏନକାଉଣ୍ଟର; ଖତମ୍ ୧୪ ମାଓବାଦୀ

 ଛତିଶଗଡ଼ର ବିଜାପୁର-ଦନ୍ତେୱାଡ଼ା ସୀମା ଗାଙ୍ଗାଲୁର ଥାନା ଅଞ୍ଚଳରେ ୧୮ ନକ୍ସଲ ନିପାତ ହୋଇଥିବା ବେଳେ କାଙ୍କେରଠାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆଉ ୪ ନକ୍ସଲ ନିହତ ହୋଇଛନ୍ତି। ୧୮ ଜଣ ନକ୍ସଲଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଆହୁରି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ଛତିଶଗଡ଼ର ବିଜାପୁର-ଦନ୍ତେୱାଡ଼ା ସୀମା ଗାଙ୍ଗାଲୁର ଥାନା ଅଞ୍ଚଳରେ ନକ୍ସଲମାନେ ଥିବା ସୁରକ୍ଷାକର୍ମୀ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ କମ୍ବିଂ ବେଳେ ସୁରକ୍ଷା କର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ।ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୫ଘଣ୍ଟା ଧରି ଉଭୟଙ୍କ ଘମାଘୋଟ ଗୁଳିବିନିମୟ ହୋଇଥିଲା।

ସୁରକ୍ଷା କର୍ମୀଙ୍କଗୁଳିରେ ୧୮ ନକ୍ସଲ ନିପାତ ହୋଇଥିବାବେଳେ କାଙ୍କେରଠାରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ଆଉ ୪ନକ୍ସଲ ନିହତ ହୋଇଛନ୍ତି। ପରେ ନକ୍ସଲମାନେ ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ। ଏଥିସହ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିବା ସୂଚନା ରହିଛି। ଅନ୍ୟପକ୍ଷରେ ଗୁଳି ବିନିମୟ ବେଳେ ଜଣେ DRG ଯବାନ ସହିଦ ହୋଇଥିବା ନେଇ ବିଜାପୁର SP ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ : ଛତିଶଗଡରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା, ୨ ଯବାନ ସହିଦ

Amit Shah Naxalites
Advertisment
Advertisment