Advertisment

ବିବାଦ ଓ ଦ୍ୱନ୍ଦ୍ୱ ବଢ଼ାଇଲା NMA ଓ ASI ଡିଜିଙ୍କ ଚିଠି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି।

author-image
Rajalaxmi Sahoo
Puri Srimandir

Puri Srimandir

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି। NMA ପକ୍ଷରୁ ଦିଆଯାଇଥିବା NOC ବାବଦ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରିସେପସନ୍‌ ସେଣ୍ଟର, ଇନ୍‌ଫରମେସନ କମ୍ ଡୋନେସନ୍ କିଓସ୍କ, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର, ଏଟିଏମ୍ କିଓସ୍କ ଆଦି ନିର୍ମାଣ ଶହେ ମିଟର ନିଷିଦ୍ଧାଞ୍ଚଳର କେଉଁ ଯାଗାରେ କରାଯିବ ତାହା ପ୍ରଶାସନ ସ୍ପଷ୍ଟ କରାଯାଉ। ନଚେତ୍‌ ମେଘନାଦ ପାଚେରୀ ଠାରୁ ରେଗୁଲେଟେଡ୍ ଏରିଆ ଯାହାକି ଶହେ ମିଟର ଠାରୁ ୨ ଶହ ମିଟର ମଧ୍ୟରେ ଆସୁଛି, ସେହି ଯାଗାରେ ନିର୍ମାଣ କରାଯାଉ ବୋଲି NMA ତାର NOC ଚିଠିରେ ଉଲ୍ଲେଖ କରିଛି।

Advertisment

ସେହିପରି ASI ଡିଜି ପୁରୀ ଗସ୍ତ ବେଳେ ଦେଇଥିବା ଭିଜିଟ୍ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ରିସେପସନ୍ ସେଣ୍ଟର ବା ଅଭ୍ୟର୍ଥନା କେନ୍ଦ୍ର ଯାହା ନିଷିଦ୍ଧାଞ୍ଚଳ ଭିତରେ ଆସୁଛି, ତାକୁ ୧୦୦ ମିଟର ବାହାରେ ବା ରେଗୁଲେଟେଡ୍ ଏରିଆରେ କରାଯାଉ। ଯାହା ଶ୍ରୀମନ୍ଦିର ସୁରକ୍ଷା ପାଇଁ ଭଲ ବୋଲି ASI ଡିଜି ଲେଖିଛନ୍ତି। ASI ଡିଜି ଓ NMAର ଚିଠିରେ ରେଗୁଲେଟେଡ୍ ଏରିଆରେ ନିର୍ମାଣ ପାଇଁ କୁହାଯାଇଥିବାରୁ ପ୍ରଶାସନ ଶହେ ମିଟର ବାହାରେ ପୁଣି ଉଚ୍ଛେଦ କାର୍ଯ୍ୟ କରିବନି ତ ? ଏହାକୁ ନେଇ ଆଶଙ୍କାରେ ସ୍ଥାନୀୟ ବାସିନ୍ଦା। 

ଅନ୍ୟପକ୍ଷେ, ଗତ ୭ ତାରିଖରେ ପ୍ରେସ୍‌ମିଟ୍‌ କରି ପୁରୀ ଜିଲ୍ଲାପାଳ କହିଥିଲେ ଯେ, ଶହେ ମିଟର ନିଷିଦ୍ଧାଞ୍ଚଳରେ ଶୌଚାଳୟ, ପାଣି ସୁବିଧା, ବିଦ୍ୟୁତ୍‌, ଡ୍ରେନେଜ୍‌ ଭଳି ଲୋକଙ୍କ ସୁବିଧା ପାଇଁ ନିର୍ମାଣ କରିବାକୁ ଅନୁମତି ଅଛି। ତେବେ ରିସେପସନ୍‌ ସେଣ୍ଟର, ଇନ୍‌ଫରମେସନ କମ୍ ଡୋନେସନ୍ କିଓସ୍କ, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର, ଏଟିଏମ୍ କିଓସ୍କ ଭଳି ବଡ଼ ନିର୍ମାଣ ବାବଦରେ ସ୍ପଷ୍ଟ କରିନଥିଲେ। ପ୍ରକଳ୍ପ ନେଇ ଏହି ଦୁଇ ଚିଠି ଓ ପ୍ରଶାସନର ପଦକ୍ଷେପ ଉପରେ ସମସ୍ତଙ୍କ ନଜର।  

Advertisment
Puri Jagannath Temple Puri Srimandir
Advertisment
Advertisment