ମୁମ୍ବାଇ: ଅଭିନେତା ତଥା ବିଗବସ୍ ପ୍ରତିଯୋଗୀ ଏଜାଜ୍ ଖାନ୍ଙ୍କୁ ଗିରଫ୍ କରିଛି ମୁମ୍ବାଇ ପୁଲିସ୍। ଫେସବୁକ୍ ଲାଇଭ୍ରେ ବିବାଦୀୟ ବୟାନ ଦେଇଥିବାରୁ ଶନିବାର ତାଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍ କହିଛି। ମୁମ୍ବାଇ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏକ ଫେସବୁକ୍ ଲାଇଭ୍ ସେସନ୍ରେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୫୩ କ ଏବଂ ଅନ୍ୟ କିଛି ଧାରା ଆଧାରରେ ମାମଲା […]
ପୁରୀ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ଦେଖା ଦେଇଛି। ନିକଟରେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରଶ୍ନ ଉଠିବା ଫଳରେ ଏବେ ଇସ୍କନ ତରଫରୁ ଭିନ୍ନ ଢଙ୍ଗରେ ଏହାକୁ ପାଳନ କରାଯାଉଛି। ଏହାର ନାଁ ’ହରେକୃଷ୍ଣ ଫେଷ୍ଟିଭାଲ’ ଦିଆଯାଇଛି। ମଥୁରାରେ ଏହି ପୋଷ୍ଟର ଲଗାଯାଇଥିବା ବେଳେ ସୋଶାଲ ମିଡିଆରେ ତାହା ଭାଇରାଲ ହୋଇଛି। ମାର୍ଚ୍ଚ ୧୮ରେ ଏହି ରଥଯାତ୍ରା ହେବାକୁ ଯାଉଛି। ତେବେ ଭିନ୍ନ ଢଙ୍ଗରେ ରଥଯାତ୍ରା କରାଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗାଜିଆବାଦର […]
ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖଡ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କ୍ଷତରେ ମଲମ ଲଗାଇବା ପ୍ରସଙ୍ଗରେ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ପ୍ରଶଂସାକରି ଜାଖଡ କହିଛନ୍ତି ଯେ ଯଦି କ୍ୟାପ୍ଟେନ୍ଙ୍କ ସ୍ଥାନରେ ଅନ୍ୟକେହି ଥାଆନ୍ତେ ତେବେ କେନ୍ଦ୍ର ସରକାରଙ୍କ ବଦଳରେ ପଞ୍ଜାବ ସରକାରକୁ ଚାଷୀଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡିଥାନ୍ତା।
ନୂଆଦିଲ୍ଲୀ: ହିଂସା ଉସୁକାଇଥିବା ନେଇ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ଜବାବ ରଖିଛନ୍ତି ବିଜେପି ନେତା କପିଲ ମିଶ୍ରା। ପତିକ୍ରିୟାରେ କପିଲ କହିଛନ୍ତି “ଯେଉଁମାନେ ଦେଶ ବିଭାଜନର କଥା କହୁଛନ୍ତି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। ଯେଉଁମାନଙ୍କ ଘରୁ ପେଟ୍ରୋଲ୍ ବୋମା ବାହାରୁଛି ସେମାନଙ୍କୁ କୌଣସି ପ୍ରଶ୍ନ ପଚରାଯାଉନାହିଁ। କିନ୍ତୁ ଯିଏ ରାସ୍ତା କ୍ଲିୟର୍ କରିବାକୁ ଅନୁରୋଧ କଲା, ଯେଉଁ ରାସ୍ତା ପାଇଁ ୩୫ ଲକ୍ଷ ଲୋକ ହଇରାଣ ହେଉଥିଲେ ତାଙ୍କୁ ହିଁ ଆତଙ୍କବାଦୀ କୁହାଯାଉଛି ବୋଲି […]
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀ ହିଂସାକୁ ନେଇ ହାଇକୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିଜେପି ନେତା କପିଲ ମିଶ୍ରା ଦେଇଥିବା ବିବାଦୀୟ ବୟାନର ଭିଡିଓ କୋର୍ଟରେ ସମସ୍ତଙ୍କୁ ଦେଖିବାକୁ ଦିଆଯାଇଥିଲା। ବିଚାରପତି ଜଷ୍ଟିସ ମୁରଲୀଧର ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଦିଲ୍ଲୀ ହିଂସା ଉପରେ ଶୁଣାଣି ଆରମ୍ଭ ହେବା କ୍ଷଣି ଦିଲ୍ଲୀ ହାଇକୋର୍ଟ ପୁଲିସ୍କୁ ତୀବ୍ର ସମାଲୋଚନା କରିଥିଲେ। ଦିଲ୍ଲୀ ପୁଲିସ୍ ଓ ସଲିସିଟର ଜେନେରାଲଙ୍କୁ ପ୍ରଥମେ କୋର୍ଟ […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପାଇଁ ମହଙ୍ଗା ପଡ଼ିଲା ଉତ୍ତେଜନାମୂଳକ ଭାଷଣ। ୭୨ ଘଣ୍ଟା ପାଇଁ ଦିଲ୍ଲୀରେ ପ୍ରଚାର କରିପାରିବେନି ଅନୁରାଗ। ନିର୍ବାଚନ କମିଶନ୍ ଅନୁରାଗଙ୍କ ଉପରେ ବ୍ୟାନ୍ ଲଗାଇଛନ୍ତି। ସେହିଭଳି ବିଜେପି ସାଂସଦ ପରବେଶ ବର୍ମାଙ୍କ ଉପରେ ବି ୯୬ ଘଣ୍ଟିଆ ବ୍ୟାନ୍ ଲଗାଯାଇଛି। ଦୁଇ ଦିନ ତଳେ ଅନୁରାଗ ଦିଲ୍ଲୀରେ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିଲେ। ଦେଶଦୋହ୍ରୀଙ୍କୁ ଗୁଳି ମାର କହିବାକୁ ନେଇ ରାଜନୀତି ସରଗରମ ହୋଇଥିଲା। ଅପରପକ୍ଷେ ଦିଲ୍ଲୀ ନିର୍ବାଚନ […]
ନୂଆଦିଲ୍ଲୀ: ଆତଙ୍କବାଦୀ ଅଫଜଲ୍ ଗୁରୁକୁ ଫାଶୀ ଦେବା ନେଇ ପ୍ରଶ୍ନ ଉଠାଇ ବିବାଦରେ ଫଶିଛନ୍ତି ଆଲିଆ ଭଟ୍ଟଙ୍କ ମା ତଥା ଅଭିନେତ୍ରୀ ସୋନି ରାଜଦାନ୍। ୨୦୦୧ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଫଜଲ୍କୁ ୨୦୧୩ ମସିହା ଫେବୃଆରୀରେ ଫାଶୀ ଦିଆଯାଇଥିଲା। ତେବେ ବର୍ତ୍ତମାନ ଏହି ବିବାଦ ଆସିବାର କାରଣ ହେଉଛି ଜମ୍ମୁ-କଶ୍ମୀରର ଜଣେ ଡିଏସ୍ପି ଦେବିନ୍ଦର ସିଂହଙ୍କ ଗିରଫ ଘଟଣା। ଭାରତର ସଂସଦ ଉପରେ ହୋଇଥିବା ଆକ୍ରମଣରେ ଦେବିନ୍ଦରର ହାତ ଥିବା ନେଇ ପୂର୍ବରୁ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ନିଜ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ, ସାମାଜିକ ଘଟଣାବଳି ଉପରେ ନିଜର ଦୃଢ଼ ଓ ସାହସିକ ମନ୍ତବ୍ୟ ପାଇଁ ମଧ୍ୟ ସେ ସେତିକି ଜଣାଶୁଣା। କଙ୍ଗନା ଅନେକ ସମୟରେ କାହାକୁ ଭୟ ନକରି ସାମାଜିକ ଘଟଣାବଳି ଉପରେ ବେଶ୍ ଦୃଢ଼ତାର ସହ ଜବାବ ରଖନ୍ତି। ଏଥର ମଧ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନ୍ୟୁ ଭ୍ରମଣକୁ ନେଇ ସେ ନିଜର ମନ୍ତବ୍ୟ ରଖିଛନ୍ତି। ଏକ ନ୍ୟୁଜ୍ ପୋର୍ଟାଲକୁ ସାକ୍ଷାତ୍କାର ଦେଇ କଙ୍ଗନା […]
କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ ପାଇଁ ଜାଗା ଦେବେ ମୁସଲିମ୍ ପକ୍ଷ। ଏନେଇ ସାରା ଦେଶରେ ବେଶ୍ ଚର୍ଚ୍ଚା ହେଉଛି। କାରଣ କାଶୀ ବିଶ୍ୱନାଥ ପାଇଁ ଜାଗା ଦେବାକୁ ରାଜି ହୋଇଛନ୍ତି ମୁସଲିମ୍ ପକ୍ଷ। ଦୀର୍ଘଦିନ ହେବ କାଶୀ ବିଶ୍ୱନାଥ ମନ୍ଦିର-ଗ୍ୟାନଭାପି ମସଜିଦ୍ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥିଲା। ପ୍ରଶାସନ ଓ ସରକାରଙ୍କ ଅନେକ ଉଦ୍ୟମ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା କିନ୍ତୁ ଏବେ ମନ୍ଦିର ନିର୍ମାଣ ହେବା ପାଇଁ ମୁସଲିମ୍ ପକ୍ଷ ଜାଗା ଦେବା ପାଇଁ ରାଜି ହୋଇଯାଇଛନ୍ତି।
ନୂଆଦିଲ୍ଲୀ: ପୁଣି ବିବାଦରେ ବୁକର ପ୍ରାଇଜ ପାଇଥିବା ଲେଖିକା ଅରୁନ୍ଧତୀ ରାୟ। ସିଏଏ ଓ ଏନ୍ଆରସି ପ୍ରସଙ୍ଗରେ ମତ ଦେଉ ଅରୁନ୍ଧତୀ କହିଛନ୍ତି ଯେ, ଆମେ ନୁହେଁ, ଦିନେ ଏ ସରକାର ଡିଟେନସନ ସେଣ୍ଟରରେ ଥିବ। ସେତେବେଳେ ଲୋକେ ଆଜାଦ ଥିବେ ବୋଲି କହିଛନ୍ତି ଅରୁନ୍ଧତୀ। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଉପରେ ହୋଇଥିବା ବର୍ବରତାର ପ୍ରତିବାଦରେ ସାମିଲ ହୋଇ ସେ ଏପରି କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇବା ଲାଗି ଅରୁନ୍ଧତୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ […]
ସମ୍ବଲପୁର: ପୁଣି ଥରେ ନିଜ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଆଜି ସମ୍ବଲପୁରରେ ବିଜେପିର ଆୟୋଜିତ ଜନ ଜାଗରଣ କାର୍ଯ୍ୟକ୍ରମରେ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ଗିରିରାଜ। ଦେଶ ସ୍ୱାଧୀନ ହେବା ପରେ ପାକ୍ରେ ୨୨ ପ୍ରତିଶତ ସଂଖ୍ୟାଲଘୁ ଥିଲେ। ହେଲେ ଏବେ ଏହା ୧ ପ୍ରତିଶତକୁ ଖସି ଆସିଛି। ଏହା ପଛର କାରଣ କଣ ? ହିନ୍ଦୁ, ଶିଖ୍, ପାର୍ସି, ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ଲୋକ କଣ ନପୁଂସକ ଥିଲେ ? […]
ଭୋପାଳ: ବିନାୟକ ଦାମୋଦର ସବରକର ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ନାଁରେ ବିବାଦୀୟ ବୁକଲେଟ ଛାପିଛି ମଧ୍ୟପ୍ରଦେଶ କଂଗ୍ରେସ। ସବରକର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସହ ଶାରିରୀକ ସମ୍ପର୍କ ରଖିଥିବା ଏହି ବୁକଲେଟରେ ଦାବି କରିଛି କଂଗ୍ରେସ। ବୁକଲେଟ୍ର ନାଁ “କେତେ ବୀର ଥିଲେ ବୀର ସବରକର” ରଖାଯାଇଛି। ମଧ୍ୟପ୍ରଦେଶର ଭୋପାଳରେ କଂଗ୍ରେସ ପକ୍ଷରୁ ପରିଚାଳିତ ସର୍ବଭାରତୀୟ କଂଗ୍ରେସ ସେବା ଦଳ ଟ୍ରେନିଂ କ୍ୟାମ୍ପରେ ଏହାକୁ ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। […]
ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ ଡିଲ୍ ଘଟଣାରେ ଆଜି ସୁପ୍ରିମକୋର୍ଟ ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ତେବେ ଏହି ଡିଲ୍ରେ ଅନିୟମିତତା ହୋଇଥିବା ନେଇ ଯଦି ସିବିଆଇ ହୃଦବୋଧ କରିବ, ତା’ହେଲେ ସଂସ୍ଥା ନିଜ ଆଡ଼ୁ ତଦନ୍ତ କରିପାରିବ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି। ତଥାପି ମୋଦି ସରକାରଙ୍କ ଏହି ବିରାଟ ବିଜୟ ବୋଲି କୁହାଯାଉଛି। ବିଜେପିର ନେତୃବୃନ୍ଦ ମଧ୍ୟ କଂଗ୍ରେସକୁ ସୁପ୍ରିମକୋର୍ଟ ରାୟ ପରେ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଛନ୍ତି। […]
ଅଯୋଧ୍ୟା: ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦ୍ ବିବାଦରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଅଯୋଧ୍ୟାର ବିବାଦୀୟ ଅଞ୍ଚଳକୁ ସୁପ୍ରିମକୋର୍ଟ ରାମ ଲଲା ନ୍ୟାସକୁ ଦେଇଥିବା ବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜାଗା ମସଜିଦ ନିର୍ମାଣ ପାଇଁ ଦେବାକୁ କହିଥିଲେ। ଏହି ୫ ଏକର ଜମି ଅଯୋଧ୍ୟା ମଧ୍ୟରେ ହିଁ ମୁସଲିମ ପକ୍ଷଙ୍କୁ ମିଳିବ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ଜମି ବିବାଦର ମୁଖ୍ୟ ଲିଟିଗାଣ୍ଟ ଇକବାଲ ଅନସାରୀ ନୂଆ ଦାବି ଜଣାଇଛନ୍ତି। […]
ନୂଆଦିଲ୍ଲୀ: ଗୋଟିଏ ପଟେ ସୁପ୍ରିମକୋର୍ଟରେ ଅଯୋଧ୍ୟା ଶୁଣାଣି ଶେଷ ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ନୂଆ ଟ୍ୱିଷ୍ଟ ଆସିଛି। ନିୟମିତ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ କରିବା ପାଇଁ ଗଠନ କରିଥିବା ମଧ୍ୟସ୍ଥତା ପ୍ୟାନେଲ ଆଜି ତା’ର ବୁଝାମଣା ରିପୋର୍ଟ ଦାଖଲ କରିଛି। ବନ୍ଦ ଲଫାପାରେ ପ୍ୟାନେଲ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନିକଟରେ ଏହାକୁ ଉପସ୍ଥାପନ କରିଛି। ତେବେ ମଧ୍ୟସ୍ଥତା ପ୍ୟାନେଲ ତା’ ରିପୋର୍ଟରେ ଆପୋଷ […]
ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ଅଯୋଧ୍ୟା ମାମଲାର ଶେଷ ଶୁଣାଣି ଆଜିଠୁ ପୁଣି ଆରମ୍ଭ ହୋଇଛି। ରାମ ଜନ୍ମଭୂମି ଜମି ବିବାଦ ମାମଲାର ଏହି ଶୁଣାଣି ୪ ଦିନ ମଧ୍ୟରେ ଶେଷ ହେବ। ଆଜି ମୁସଲମାନ ପକ୍ଷ ତାଙ୍କର ଯୁକ୍ତି ରଖିଛନ୍ତି। ମୁସ୍ଲିମ ପକ୍ଷରୁ ଓକିଲ ରାଜୀବ ଧାବନ ଅଦାଲତ ୱାକଫ୍ ବୋର୍ଡ ଅନୁଯାୟୀ ଫୈସଲା ନେବା ଆବଶ୍ୟକ ବୋଲି ରାଜୀବ କହିଛନ୍ତି। ବିବାଦୀୟ ଜମି ମୁସଲିମ ପକ୍ଷଙ୍କ କବଜାରେ ଥିଲା ଏବଂ ଏଠାରେ ନିୟମିତ […]
କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ଦୁର୍ଗାପୂଜା କରି ଅଡ଼ୁଆରେ ପଡ଼ିଛନ୍ତି। ସେ ଜଣେ ମୁସଲିମ ହୋଇ ମଧ୍ୟ ହିନ୍ଦୁ ପର୍ବରେ କେମିତି ଭାଗନେଲେ ବୋଲି ମୁସଲିମ ମୌଲବୀମାନେ ପ୍ରଶ୍ନ କରିଛନ୍ତି। ସେହିଭଳି ନୁସରତ ଯଦି ହିନ୍ଦୁ ପର୍ବରେ ସାମିଲ ହେବାକୁ ଚାହୁଁଛନ୍ତି, ତା’ହେଲେ ନିଜ ନାଁ ପରିବର୍ତ୍ତନ କରନ୍ତୁ। ସେହିପରି ସେ ମୁସଲିମ ଧର୍ମରେ ରହି ଇସଲାମକୁ ଏଭଳି ବଦନାମ କରନ୍ତୁ ନାହିଁ ବୋଲି ମୌଲବୀ ମାନେ କହିଛନ୍ତି। ଚଳିତ ବର୍ଷ […]
ନୂଆଦିଲ୍ଲୀ: ମହାରାଷ୍ଟ୍ରର ‘ଆରେ’ ଜଙ୍ଗଲରୁ ଗଛ କଟାଯିବା ନେଇ ଶୁଣାଣି କରିବା ପାଇଁ ସୁପ୍ରିମ୍କୋର୍ଟ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି। ରାଷଭ ରଞ୍ଜନ ନାମକ ଜଣେ କେହି ସାମାଜିକ କର୍ମୀ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଏକ ଚିଠି ଆଧାରରେ ରବିବାର ଏହି ଖଣ୍ଡପୀଠ ଗଠନ କରାଯାଇଛି। କୋର୍ଟ ଏହି ଚିଠିକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିଛନ୍ତି। ସୁପ୍ରିମ୍କୋର୍ଟର ୱେବ୍ସାଇଟ୍ରେ ଏହି ଜରୁରୀକାଳୀନ ଶୁଣାଣି ବାବଦରେ ନୋଟିସ୍ କରାଯାଇଛି। ଏଥିରେ କୁହାଯାଇଛି, ୬ ତାରିଖରେ […]
ନୀଳଗିରି: ଘନେଇଲା ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ବିବାଦ। ଏବେ ବି ତହସିଲ ଅଫିସ୍ ସମ୍ମୁଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ସ୍ଥାନୀୟଲୋକେ ଧାରଣାରେ ବସିଛନ୍ତି। ଅନ୍ୟପଟେ ବିଧାୟକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ସହ ଆଇନର ଦ୍ୱାରସ୍ଥ ହେବାକୁ ଧମକ୍ ଦେଇଛନ୍ତି ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ। ସୁଶ୍ରୀତା କହିଛନ୍ତି ଯେ ବିଧାୟକ ପ୍ରଥମେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଆଙ୍ଗୁଠି ଦେଖାଇ ତାଙ୍କ ସହିତ ଅଶାଳୀନ ଭାଷାରେ କଥାବାର୍ତ୍ତା ଆରମ୍ଭ କରିଥିଲେ। […]
ନୂଆଦିଲ୍ଲୀ: ରାମଜନ୍ମଭୂମି ଏବଂ ବାବରୀ ମସଜିଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ସମୟରେ ରାମ ମନ୍ଦିରକୁ ନେଇ ଅନେକ ବଡ଼ମୁହାଁ ନେତା ବିବାଦୀ ମନ୍ତବ୍ୟ ଦେଉଛନ୍ତି। ସେମାନେ ମୁହଁ ବନ୍ଦ ରଖିବା ଉଚିତ। ମହାରାଷ୍ଟ୍ରର ନାସିକରେ ଏକ ନିର୍ବାଚନ ରାଲିକୁ ସମ୍ୱୋଧନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି। ରାମ ମନ୍ଦିର ମାମଲା ଏବେ କୋର୍ଟରେ ଚାଲିଛି। ତେଣୁ ଏହାକୁ ନେଇ ଯେଉଁମାନେ ଟିପ୍ପଣୀ କରୁଛନ୍ତି ସେମାନେ ତାଙ୍କ ମୁହଁ ବନ୍ଦ […]
ନୂଆଦିଲ୍ଲୀ: ବିବାଦୀୟ ଇସ୍ଲାମ ଧର୍ମ ପ୍ରଚାରକ ଜାକିର ନାଏକକୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାସ। ଏ ନେଇ ସେ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମୋହମ୍ମଦଙ୍କ ସହିତ ଆଲୋଚନ କରିଛନ୍ତି। ଦୁଇଦିନିଆ ଋଷିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ମହାଥିରଙ୍କୁ ଭେଟି ଜାକିରଙ୍କ ପ୍ରତ୍ୟର୍ପଣ କଥା ଉଠାଇଛନ୍ତି। ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ୍ରେ ଯୋଗ ଦେବା ସମୟରେ ମୋଦି ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଗାମୀ ଦିନରେ ଏହି ପ୍ରସଙ୍ଗରେ ଦୁଇ ଦେଶର ଅଧିକାରୀ ନିରନ୍ତର ଯୋଗାଯୋଗରେ ରହି […]
ନୂଆଦିଲ୍ଲୀ: ଅଯୋଧ୍ୟାର ଜମି ବିବାଦ ମାମଲା ଶୁଣାଣିର ଦ୍ୱିତୀୟ ଦିନରେ ସୁପ୍ରିମକୋର୍ଟ ନିର୍ମୋହୀ ଆଖଡ଼ା ଉପରେ କ୍ଷୁବ୍ଧ ହୋଇଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ଦୀର୍ଘ ବର୍ଷ ହେଲା ଗୋଟିଏ ପକ୍ଷ ରହି ଆସିଥିବା ନିର୍ମୋହୀ ଆଖଡ଼ାକୁ ସୁପ୍ରିମକୋର୍ଟ ନିଜର ଦାବିକୁ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ଦସ୍ତାବିଜ ମାଗିଥିଲେ। ହେଲେ ଆଖଡ଼ା ପକ୍ଷରୁ ଜମିର ମାଲିକାନା ସମ୍ପର୍କରେ କୌଣସି ଦସ୍ତାବିଜ ବା ପ୍ରମାଣ ଦାଖଲ କରାଯାଇ ନାହିଁ। ଏଥିପାଇଁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ […]
ଯାଜପୁର: ଯାଜପୁର ଜିଲ୍ଲାର ବାପା-ପୁଅ ବିବାଦରେ ନୂଆ ଟ୍ୱିଷ୍ଟ। ବିବାଦର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ପୁଅ ସୂର୍ଯ୍ୟମୋହନ ମିଶ୍ର। ବାପା କ୍ଷେତ୍ରମୋହନଙ୍କ ସମସ୍ତ ଦାୟିତ୍ୱ ସେ ନେବାକୁ ପ୍ରସ୍ତୁତ। ସମ୍ପର୍କୀୟଙ୍କୁ ଛାଡ଼ି ତାଙ୍କ ସହ ତାଙ୍କ ବାପା କ୍ଷେତ୍ରମୋହନ ରୁହନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି ପୁଅ ସୂର୍ଯ୍ୟମୋହନ। ସେପଟେ ଏହା ଏକ ପାରିବାରିକ ବିବାଦ ତେଣୁ ପରିବାର ସଦସ୍ୟଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ […]