Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ତେଜିଲା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି। ତେବେ ଏହାରି ଭିତରେ କିପରି ସରିବ ପ୍ରକଳ୍ପ ତାକୁ ନେଇ ଉଠିଛି ପ୍ରଶ୍ନ।

author-image
Pramod Behera
Controversy over srimandir heritage corridor

Controversy over srimandir heritage corridor

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ତେଜିବାରେ ଲାଗିଛି। ଆଜି ପୁରୀ ଓକିଲ ସଂଘର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପଶ୍ଚିମ ଦ୍ୱାର, ଦକ୍ଷିଣଦ୍ୱାର ଓ ଏମାରମଠ ଏରିଆ ବୁଲି ଦେଖି ବିରାଟ ବିରାଟ ଗାତ ଓ ୩୦ରୁ ୪୦ ଫୁଟ ଗଭୀର କରାଯାଇ ସିମେଣ୍ଟ କ୍ରକିଂଟ ପିଲାର ତିଆରି ହେଉଥିବା ଦେଖି ହଟଚକିତ ହୋଇଯାଇଥିଲେ। ଏହାପରେ ସିଧାସଳଖ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ କାର୍ଯ୍ୟ ବନ୍ଦ କରିବା ପାଇଁ ଦାଦି କରିଥିଲେ। ଯଦି କାମ ବନ୍ଦ କରାଯିବନି ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ସେପଟେ ଚିଠିକୁ ଲୁଚାଇଥିବା ଜିଲ୍ଲାପାଳ ଆଜି କହିଛନ୍ତି, ଏହି ଚିଠି ସମେତ ଡିଜି ଏଏସ୍ଆଇଙ୍କ ରିପୋର୍ଟକୁ ପବ୍ଲିକ୍ ଡୋମିନ୍‌ରେ ଛଡାଯିବ।

Advertisment

ଚିଠିରେ ଲେଖାଥିଲା, ଭକ୍ତଙ୍କ ସୁବିଧା ପାଇଁ କ୍ଲକ୍ ରୁମ୍, ମିନି କ୍ଲକ୍ ରୁମ୍, ସେଲ୍ଟର ପାଭିଲିଅନ୍, ଟଏଲେଟ୍, ଇଲେକ୍ଟ୍ରି ରୁମ୍ ଇତ୍ୟାଦି ୭୫ ମିଟର ମଧ୍ୟରେ ନିର୍ମାଣ ପାଇଁ ଜାତୀୟ କୀର୍ତ୍ତିରାଜୀ ପ୍ରାଧୀକରଣ ଅନୁମତି ଦେଇଛି। କିନ୍ତୁ NMA NOCକୁ ପୂରା ଦଳିଚକଟି ନିର୍ମାଣ ଚାଲିଥିବା କହିଛନ୍ତି ଆଇନଜୀବୀ।

ଅନୁପକ୍ଷରେ ଅସ୍ଥାୟୀ ଭାବରେ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଦିନରେ ଲଣ୍ଠନ ଦେଖାଉଛି। ବିରାଟ ବିରାଟ କଂକ୍ରିଟ ପିଲାର ଆରମ୍ଭ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଆମସାର ଆକ୍ଟ ଓ ଏଏସ୍‌ଆଇ ଆଇନକୁ ବିରୋଧ କରୁଛି ବୋଲି କହିବା ସହ କାମ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଏହା ବିରୋଧରେ ଆଇନରେ ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Advertisment

NMAର ଚିଠିକୁ ତିନି ଖଣ୍ଡ କରି ଲୁଚାଇଥିଲା ଜିଲ୍ଲାପାଳ। ଏନେଇ ହେରିଟେଜ୍‌ କରିଡର୍ ପ୍ରକଳ୍ପର ଭାଗ୍ୟ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। NMA ଦେଇଥିବା NOCରେ ଲେଖାଯାଇଛି, ବଡବଡ ପ୍ରକଳ୍ପ ଯଥା ରିସେପସନ୍‌ ସେଣ୍ଟର, ଇନ୍‌ଫରମେସନ କମ୍ ଡୋନେସନ୍ କିଓସ୍କ, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର, ଏଟିଏମ୍ କିଓସ୍କ ଆଦି ନିର୍ମାଣ ଶହେ ମିଟର ନିଷିଦ୍ଧାଞ୍ଚଳର କେଉଁ ଯାଗାରେ କରାଯିବ ତାହା ପ୍ରଶାସନ ସ୍ପଷ୍ଟ କରୁ ନଚେତ୍ ମେଘନାଦ ପାଚେରୀ ଠାରୁ ରେଗୁଲେଟେଡ୍ ଏରିଆ ଯାହାକି ୧୦୦ ମିଟର ଠାରୁ୨୦୦ ମିଟର ମଧ୍ୟରେ ଆସୁଛି ସେହି ଜାଗାରେ ନିର୍ମାଣ କରାଯାଉ।

ଅନ୍ୟ ଏକ ଚିଠି ହେଉଛି ଏଏସ୍‌ଆଇ ଡିଜିଙ୍କ ପୁରୀ ଗସ୍ତ ସମୟର ଚିଠି। ଏଥିରେ ସିଧାସଳଖ ଲେଖାଯାଇଛି, ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ରିସେପସନ୍ ସେଣ୍ଟର ବା ଅଭ୍ୟର୍ଥନା କେନ୍ଦ୍ର ୧୦୦ ମିଟର ବାହାରେ କରାଯାଉ। ସେପଟେ ଆଇନଜୀବୀଙ୍କ ପୁରି ମାଷ୍ଟର୍‌ ପ୍ଳାନ୍‌ ସମ୍ପର୍କରେ ଅବଗତ କରାଯାଇଛି ଏବଂ ଏଏସ୍ଆଇ ଓ ଏପ୍ଏମ୍ଏକୁ ମଧ୍ୟ ସମସ୍ତ ରିପୋର୍ଟ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

ଗତ ୭ ତାରିଖରେ ଖଣ ପାଇଁ ଜିଲ୍ଲାପାଳ ତିନିଖଣ୍ଡ କଟ୍‌ପିସ୍‌ ଦେଖାଇ ଗଣମାଧ୍ୟମକୁ ଭୂଆ ବୁଲେଇଥିଲେ। ଏବେ ସତ ପଦାକୁ ଆସିବାରୁ ସମସ୍ତ ଚିଠିକୁ ପବ୍ଲିକ ଡୋମିନ ଛଡାଯିବ ବୋଲି କହୁଛନ୍ତି । ତେବେ ଏହାରି ଭିତରେ କିପରି ସରିବ ପ୍ରକଳ୍ପ ତାକୁ ନେଇ ଉଠିଛି ପ୍ରଶ୍ନ।

(ରିପୋର୍ଟ: ପୁରୀରୁ ମଧୁସୂଦନ ମିଶ୍ର)

Odisha News
Advertisment
Advertisment