/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650162303.jpg)
Saswat Mishra
ସେଲ୍ଫ ଫାଇନାନସିଂ କୋର୍ସ ନେଇ ସୃଷ୍ଟି ହୋଇଛି ଭିନ୍ନ ଧରଣର ବିବାଦ । ସେଲ୍ଫ ଫାଇନାନ୍ସିଂ କୋର୍ସ କଟକଣା ନେଇ କୂଳାଧିପତିଙ୍କ ସଚିବ ଶାଶ୍ୱତ ମିଶ୍ରଙ୍କ ଚିଠି ଉପରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ଚିଠି । ୧୩ ସରକାରୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ କଟକଣା କାର୍ଯ୍ୟକାରୀତା ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଚିଠି ନେଇ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ କିମ୍ବା କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି । ଏପଟେ କଟକଣାକୁ ବିରୋଧ କରି ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଛାତ୍ର କଂଗ୍ରେସ ପକ୍ଷରୁ ଟମାଟୋ ମାଡ଼ କରାଯାଇଥିଲା ।
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼ । ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ । ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ସହ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ ।
ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଓ ଜାଲ ସାର୍ଟିଫିକେଟ୍ ଆଡମିଶନ୍ ପ୍ରସଙ୍ଗରେ ଆଜି ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଛାତ୍ର କଂଗ୍ରେସ । ସରକାରୀ ବିଶ୍ୱ ବିଦ୍ୟାଳୟ ଗୁଡିକରୁ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ କଟକଣା ଲଗାଇବା ଦ୍ୱାରା ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ପ୍ରଫେସନାଲ କୋର୍ସରୁ ବାଦ ପଡିବେ ବୋଲି ଅଭିଯୋଗ ହୋଇଥିଲା । ଏହାଦ୍ୱାରା ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ସେହି କୋର୍ସ ଗୁଡ଼ିକ ପାଇଁ ଅଧିକ ଫି’ ପାଇ ଲାଭବାନ ହେବେ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)