/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648785296.jpg)
Andhra Pradesh-Odisha border dispute
କୋରାପୁଟ ପଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ସୁନାବେଡାରେ ଜଙ୍ଗଲ ଜମିକୁ ନେଇ ଲାଗି ରହିଥିବା ସୀମା ବିବାଦ କୁହୁଳିବାରେ ଲାଗିଛି । ଏବେ ବି ଚାପା ଉତ୍ତେଜନା ଲାଗିରହିଛି । ସଂପୃକ୍ତ ଇଲାକାରୋ ଆଜି ସୀମାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋରାପୁଟ ଉପଜିଲ୍ଲାପାଳ ତାଙ୍କ ସହ ପଟାଙ୍ଗି ଜୋନ୍-୨ର ଜିଲ୍ଲା ପରିଷଦ ସଭ୍ୟ ଲଇଛନ ଖରା, ସମ୍ବାଇ ସରପଞ୍ଚ କିଶୋର ଖରା, ପଟାଙ୍ଗି ତହସିଲ କର୍ମଚାରୀ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ନଜର ରଖିଛନ୍ତି ।
Advertisment
ଗତ କିଛି ଦିନ ତଳେ ଆନ୍ଧ୍ରର ଡୁମୁରିଗୁଡ଼ା ମଣ୍ଡଳର କୋଲାପୁଟ ପଞ୍ଚାୟତ ଡେକାପାରୁ ଗାଁ ଲୋକେ ଓଡିଶା ଭିତରେ ପଶି ଜମି ଦଖଲ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଉତ୍ତେଜନା ଦେଖାଦେଇଥିଲା ।ଏପରିକି ଆନ୍ଧ୍ର ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥଲେ ଜଣେ ବ୍ୟକ୍ତି ।୨ ଆକ୍ରମଣକାରୀଙ୍କ ବିରୋଧରେ ପଟାଙ୍ଗି ଥାନାରେ ମାମଲା ରୁଜୁ ବି ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)