Advertisment

ୟୁକ୍ରେନ ବିବାଦ ଥମାଇବାକୁ ରୁଷ୍ ଓ ଫ୍ରାନ୍ସର ସମ୍ମତି, ପୁଟିନ ଓ ବାଇଡେନଙ୍କ ମଧ୍ୟରେ ହୋଇପାରେ ସାକ୍ଷାତ

ଯୁଦ୍ଧ ପରିସ୍ଥିତି ଏଡ଼ାଇବା ଲାଗି ଉଭୟ ରୁଷିଆ ଏବଂ ୟୁକ୍ରେନ ଉଦ୍ୟମ କରିଥିବା ସୂଚନା ମିଳିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ଉଦ୍ୟମ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରମୁଖ୍ୟ ବୋଲୋଦିମିର୍ ଜେଲେନସ୍କି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ukraine Crisis

Ukraine Crisis

ୟୁକ୍ରେନ ବିବାଦ ଥମାଇବାକୁ ରୁଷ୍ ଓ ଫ୍ରାନ୍ସର ସମ୍ମତି ପ୍ରକାଶ କରିଛନ୍ତି। ଯୁଦ୍ଧ ପରିସ୍ଥିତି ଏଡ଼ାଇବା ଲାଗି ଉଭୟ ରୁଷିଆ ଏବଂ ୟୁକ୍ରେନ ଉଦ୍ୟମ କରିଥିବା ସୂଚନା ମିଳିଛି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ଉଦ୍ୟମ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନର ରାଷ୍ଟ୍ରମୁଖ୍ୟ ବୋଲୋଦିମିର୍ ଜେଲେନସ୍କି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Advertisment

ଅନ୍ୟପକ୍ଷେ, ୟୁକ୍ରେନରେ ରୁଷିଆର ଅନଧିକାର ପ୍ରବେଶ ଉଦ୍ୟମକୁ ଆମେରିକା ଚେତାବନୀ ଦେଇଛି। ଏସବୁ ଭିତରେ ଶାନ୍ତି ଫେରାଇ ଆଣିବା ଲାଗି ଫ୍ରାନ୍ସ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିବେଦନ କରିଛି। ତଥାପି ବର୍ତ୍ତମାନ ଯାଏ ରୁଷିଆ ୟୁକ୍ରେନ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛି ବୋଲି ଆମେରିକା ରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି। ଏହାସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍, ପୁଟିନଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ ବୋଲି ସେ କହିଛନ୍ତି। ପୁଟିନ ଚାହିଁଲେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ଆମେରିକା ରାଷ୍ଟ୍ର ସଚିବ କହିଛନ୍ତି।

ୟୁକ୍ରେନ ସୁରକ୍ଷାକର୍ମୀଙ୍କ ଉଗ୍ର ଆଭିମୁଖ୍ୟ ଯୋଗୁ ସୀମାରେ ଉତ୍ତେଜନା ଦେଖାଦେଇଥିଲା ବୋଲି ମାକ୍ରନଙ୍କୁ ପୁଟିନ ଜଣାଇଥିବା ସୂଚନା ମିଳିଛି। ତେବେ ରୁଷିଆର ସୁରକ୍ଷା ଲାଗି ନାଟୋ ଏବଂ ଆମେରିକା ଗୁରୁତ୍ୱ ଦେବା ଉଚିତ୍‌ ବୋଲି ପୁଟିନ, ମାକ୍ରନଙ୍କୁ ଜଣାଇଛନ୍ତି।

Advertisment

କୂଟନୈତିକ ସ୍ତରରେ ଉଭୟ ରାଷ୍ଟ୍ର ଏହାର ସମାଧାନ କରନ୍ତୁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ କହିଛନ୍ତି। ସେପଟେ ପରିସ୍ଥିତି ଉତ୍ତେଜନା ଥିବାରୁ ଭାରତୀୟ ଛାତ୍ରଙ୍କ ସହ ଦୂତାବାସ କର୍ମଚାରୀଙ୍କ ପରିବାରକୁ ଫେରାଇ ଆଣିବା ଲାଗି ନୂଆଦିଲ୍ଲୀ ନିଷ୍ପତ୍ତି ନେଇଛି।

Russia-Ukraine Conflict Russia Ukraine Crisis Ukraine Crisis
Advertisment
Advertisment