Advertisment

ସମାଲୋଚନା ଓ ବିବାଦ ମଧ୍ୟରେ ଇଂଲଣ୍ତ ଟେଷ୍ଟ ଟିମ୍‌ର କ୍ୟାପ୍ଟେନସିପ୍‌ ଛାଡିଲେ ରୁଟ୍‌

ଇଂଲଣ୍ତର ଟେଷ୍ଟ କ୍ୟାପ୍ଟେନସିପ୍‌ ଛାଡ଼ିଲେ ଜୋ ରୁଟ୍‌ । ଅଷ୍ଟ୍ରେଲିଆ ଓ ୱେଷ୍ଟିଇଣ୍ତିଜ୍‌ ବିପକ୍ଷରେ ଟେଷ୍ଟ ହାରିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସମାଲୋଚନା ଓ ବିବାଦ ମଧ୍ୟରେ ଆଜି ଟେଷ୍ଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଜୋ ରୁଟ୍‌ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Joe Root

Joe Root

ଇଂଲଣ୍ତର ଟେଷ୍ଟ କ୍ୟାପ୍ଟେନସିପ୍‌ ଛାଡ଼ିଲେ ଜୋ ରୁଟ୍‌ । ଅଷ୍ଟ୍ରେଲିଆ ଓ ୱେଷ୍ଟିଇଣ୍ତିଜ୍‌ ବିପକ୍ଷରେ ଟେଷ୍ଟ ହାରିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସମାଲୋଚନା ଓ ବିବାଦ ମଧ୍ୟରେ ଆଜି ଟେଷ୍ଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଜୋ ରୁଟ୍‌ । ସେ ନିଜର ଇସ୍ତଫାପତ୍ର ଇସିବି ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି।

Advertisment

ଅଷ୍ଟ୍ରେଲିଆ ବିପକ୍ଷ ଆଶେସରେ ସିରିଜରେ ଇଂଲଣ୍ଡ ୦-୪ରେ ସିରିଜ ହାରିଥିଲା। ସେହିପରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ୍‌ରେ ମଧ୍ୟ ଜୋ ରୁଟଙ୍କ ଇଂଲଣ୍ଡ ଟିମ୍‌ ୦-୧ରେ ପରାସ୍ତ ହୋଇଥିଲା। କ୍ରମାଗତ ଦୁଇଟି ସିରିଜ୍‌ ହାରିବା ପରେ ଜୋ ରୁଟଙ୍କ କ୍ୟାପ୍ଟେନ୍‌ସିକୁ ନେଇ ପ୍ରଶ୍ନ ଉଠିଥିଲା। ଏଥିପାଇଁ ସେ ଅଧିନାୟକ ପଦ ଛାଡ଼ିଥିବା କୁହାଯାଉଛି।

ଜୋ ରୁଟ୍ ଇଂଲଣ୍ତର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍‌, ଆଲିଷ୍ଟର କୁକ୍‌, ଆଣ୍ତ୍ର୍ୟୁ ଷ୍ଟ୍ରସ୍‌ଙ୍କୁ ପଛରେ ପକାଇ ଜଣେ ସଫଳ ଟେଷ୍ଟ କ୍ୟାପ୍ଟେନ ଭାବେ ବେଶ ପରିଚିତ । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ୨୭ଟି ଟେଷ୍ଟ ମ୍ୟାଚ୍‌ ଜିତିଛି।

Advertisment

“ୱେଷ୍ଟଇଣ୍ତିଜ୍‌ ଟୁର୍‌ରୁ ଫେରିବା ପରେ ମୁଁ ଇଂଲଣ୍ଡ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମୋର କ୍ୟାରିୟରରେ ଏହା ସବୁଠାରୁ ଚ୍ୟାଲେଞ୍ଜିଂ ନିଷ୍ପତ୍ତି ରହିଛି । ଏନେଇ ମୁଁ ମୋ ପରିବାର ଏବଂ ନିକଟତମ ବନ୍ଧୁଙ୍କ ସହ ଆଲୋଚନା ମଧ୍ୟ କରିସାରିଛି। ମୋ ଦେଶର ନେତୃତ୍ୱ ନେବାର ସୁଯୋଗ ମୋତେ ମିଳିଥିବାରୁ ମୁଁ ଗର୍ବ ଅନୁଭବ କରିଛି। ଏଥିପାଇଁ ଇସିବି ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ”। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଦ୍ୱାରା ପ୍ରକାଶିତ ଏକ ସରକାରୀ ବିବୃତ୍ତିରେ ରୁଟ୍ କହିଛନ୍ତି ଯେ, ମୁଁ  ସଠିକ୍ ସମୟରେ ଏହି ନିଷ୍ପତ୍ତି ନେଇଛି ।

ଆଲିଷ୍ଟର କୁକଙ୍କ ଉତ୍ତରାଧିକାରୀ ଭାବେ ୨୦୧୭ରେ ରୁଟ୍‌ ଇଂଲଣ୍ଡ ଟେଷ୍ଟ ଟିମ୍‌ ନେତୃତ୍ୱ ନେଇଥିଲେ। ଏହାପରେ ୨୦୦୧ରୁ କୌଣସି ଇଂଲିଶ କ୍ୟାପ୍ଟେନ ଯାହା କରି ପାରି ନଥିଲେ, ସେକାମ ୨୦୧୮ରେ ରୁଟ କରି ଦେଖାଇଥିଲେ । ସେ ୨୦୦୧ ପରେ ପ୍ରଥମ ଇଂଲିଶ କ୍ୟାପ୍ଟେନ ଭାବେ ଶ୍ରୀଲଙ୍କାରେ ଟେଷ୍ଟ ସିରିଜ(୨-୦)ରେ ଜିତିଥିଲେ। ରୁଟ ଇଂଲଣ୍ଡର ଦ୍ୱିତୀୟ ସର୍ବାଧିକ ଟେଷ୍ଟ ରନ୍‌ ସ୍କୋର କରିଛନ୍ତି। ତାଙ୍କ ଉପରେ କେବଳ କୁକ୍‌ ରହିଛନ୍ତି।

Cricket Joe Root England Captain
Advertisment
Advertisment