ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚରିଆବାଡ଼ରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଟି ୨୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ପାଓ୍ୱାର କରିଡରରେ ଏବେ ଜୋରଦାର ଚର୍ଚ୍ଚା ଏହି ୩ ଜଣଙ୍କ ବ୍ୟତିତ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ ଓ ପଦ୍ମନାଭ ବେହେରାଙ୍କ ଭଳି ୧୧ ଜଣଙ୍କ ମନ୍ତ୍ରିପଦ ଯାଇଛି ।
ଟାଣୁଆ ମନ୍ତ୍ରୀ ସୁଶାନ୍ତ ସିଂ ମନ୍ତିମଣ୍ଡଳରୁ ବାଦ୍ ପଡିଥିଲେ ମଧ୍ୟ ତାଙ୍କୁ ବଡ଼ ସାଙ୍ଗଠନିକ ଦାୟିତ୍ୱ ମିଳିବା ଚର୍ଚ୍ଚା ହେଉଛି ।
ସୁପ୍ରିମକୋର୍ଟଙ୍କ ରାୟ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା
ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡେଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା ।
ଥାନାରେ ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସଂପାଦକ । ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ ।
ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ । ବର୍ଷାଙ୍କ ଉପଯୁକ୍ତ ରହଣି ବ୍ୟବସ୍ଥା କରିବେ କହିଥିଲେ ଅନୁଭବ ।
ଯେପରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ କାର୍ଯ୍ୟକାରୀ ହେଉଛି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ସମାନ ପ୍ରାବଧାନ ପାଇଁ ନୂଆ ଅଧ୍ୟାଦେଶ ଅଣାଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ସାଂଘାତିକ ତଥ୍ୟ...
ଏ ବିବାଦ ଆଜିକାର ନୁହେଁ। ବିବାଦ ବହୁ ଦିନର। ଜାଣନ୍ତୁ କେବେ ଓ କାହିଁକି ଦେଖା ଦେଇଥିଲା ଜ୍ଞାନବାପୀ ମସଜିଦ୍ ବିବାଦ...
ବିବାଦରେ କେବେ ପଡିବ ପୂର୍ଣ୍ଣଛେଦ। କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସଜିଦ୍ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା...
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପ୍ରଥମ ଥର ପାଇଁ ଜ୍ଞାନବାପୀ ବିବାଦ ମାମଲାର ଶୁଣାଣି ହୋଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ, ମୋକଦ୍ଦମା ସହ ଜଡିତ ପ୍ରତିଟି ଦଲିଲ୍ ଏବେ ଜିଲ୍ଲା ଜଜଙ୍କ ଅଦାଲତରେ ପହଞ୍ଚି ସାରିଛି...
ଦିନ ତଳେ ରାତି ଅଧରେ, ଆଜି ଦିବାଲୋକରେ । ପୁରୀ ଏମାର ମଠ ଖନନ ସ୍ଥଳରେ ପୁଣି GPR ସର୍ଭେ । ସର୍ବେକ୍ଷଣରେ ୩ ମେସିନ୍, ୫ ଇଂଜିନିୟର ଓ ୮ କର୍ମଚାରୀ । ଯେଉଁଠୁ ଐତିହ୍ୟ ସିଂହମୂର୍ତ୍ତି ମିଳିଥିଲା ସେଇଠି ବି ସର୍ଭେ । ଦିନ ଗଡୁଛି ତ ବିବାଦ ବି ବଢୁଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ଆସୁଛି ନୂଆ ତଥ୍ୟ ନୂଆ ଅଭିଯୋଗ ।
ସର୍ଭେରେ ନିୟୋଜିତ ଅଧିକାରୀ କହିଛନ୍ତି-ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ସର୍ଭେ ହୋଇଛି ଓ ଖୁବଶୀଘ୍ର ରିପୋର୍ଟ ଦିଆଯିବ ।
ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ, ଅନୀଲ ଧୀର ମଧ୍ୟ ଭେଟିଲେ । ପ୍ରତିନିଧି ଦଳଙ୍କ ସହ ଅଛନ୍ତି ASIର ଅତିରିକ୍ତ ଅଧୀକ୍ଷକ ଚିତ୍ତରଂଜନ ଦାସ ।
ଅନ୍ୟପଟେ ଏବେ ଯେଉଁ ସର୍ଭେ ହେଉଛି, ତାହା ମଧ୍ୟ ଏଏସ୍ଆଇ କରୁନି । ଏହା ଛଡ଼ା ଏବେ ସମସ୍ତେ କେବଳ ରାଜନୈତିକ ବୟାନବାଜି କରୁଥିବାରୁ ତାକୁ ସେ ନାପସନ୍ଦ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଖେଳନା କରାନଯାଉ ବୋଲି ବୋଲି କହିଛନ୍ତି ବିଜୟ ।
ଅନୁଭବ-ବର୍ଷା । ଦିନେ ଏମାନଙ୍କ ପ୍ରେମକୁ ନେଇ ସାରା ଓଡିଶାରେ ହେଉଥିଲା ଚର୍ଚ୍ଚା । ଏବେ ଚର୍ଚ୍ଚା ହେଉଛି ଏମାନଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦକୁ ନେଇ । ସୋସିଆଲ ମିଡିଆରେ ଅନୁଭବଙ୍କ ଦୁଇ ଦୁଇଟି ଭିଡିଓ ପୋଷ୍ଟ ପରେ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ରିଟ୍ ପିଟିସନରେ ସେବାୟତ ଦର୍ଶାଇଛନ୍ତି ଯେ, କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏବେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି, ଯାହାକି ଜନସ୍ୱାର୍ଥ ବିରୋଧୀ ଓ ସେବାୟତଙ୍କ ସୁରକ୍ଷାକୁ ଉପେକ୍ଷା ।
କଟକ ମେୟର ସୁବାସ ସିଂହଙ୍କୁ ଚାରିଆଡ଼େ ବିରୋଧ କରାଯାଉଛି। ନିକଟରେ ସୁବାସ ସିଂହ ଏମିତି ଏକ ବୟାନ ଦେଇଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ର ମଧ୍ୟ ଟାର୍ଗେଟ୍ କରିଛନ୍ତି । ଶଙ୍କରାଚାର୍ଯ୍ୟ କହିଲେ, ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ ।
ବଲିଉଡ୍ ବନାମ ସାଉଥ୍ ସିନେମା ବିବାଦ କମିବାର ନା ଧରୁନି। କିଚ୍ଚା ସୁଦୀପ ଓ ଅଜୟ ଦେବଗନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରସଙ୍ଗରେ ଅନେକ ସେଲିବ୍ରେଟି ମତ ଦେଉଛନ୍ତି। ଏବେ ଅକ୍ଷୟ କୁମାରଙ୍କ ପ୍ରତିକ୍ରିୟା ଆସିଛି।
ସେବାୟତମାନେ ଜମି ଦେଇଛନ୍ତି, ସେମାନେ କେବେ ବି ସମ୍ବିତଙ୍କୁ କ୍ଷମା କରିବେ ନାହିଁ । ସମ୍ବିତଙ୍କୁ ନିୟମିତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା କରିବେ ନାହିଁ ।
ନକଲି ବାପା-ମାଆଙ୍କୁ ନେଇ ଏବେ ଚର୍ଚ୍ଚାରେ ଧନୁଷ। ମଦୁରୈର ଜଣେ ଦମ୍ପତି ଦାବି କରିଛନ୍ତି ଯେ ଧନୁଷ ତାଙ୍କର ଜନ୍ମକଲା ପୁଅ। କିନ୍ତୁ ଏହି କଥାକୁ ସ୍ୱୀକାର କରି ନାହାନ୍ତି ଧନୁଷ।
ମହାନଦୀ ସମସ୍ୟାର ସମାଧାନ ହୋଇନଥିଲେ ବି ଏବେ କୁଆଡ଼େ ଗଲେ ବିଜେଡି ନେତାମାନେ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏ ପ୍ରସଙ୍ଗକୁ ନେଇ ବିଜେଡି ଅନେକ ତୁମ୍ଭି ତୋଫାନ କରିଥିଲା।
ଭିଡିଓରେ ଖୋଦ୍ ଅନୁଭବଙ୍କ ଶଙ୍କାକୁ ସାବ୍ୟସ୍ତ କରିବା ପରେ ଦେବାଶିଷଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା । ଏପଟେ ବର୍ଷା ଫ୍ୟାନ୍ କ୍ଲବ୍ କହିଲା ମିଛ କାନ୍ଦ, ମହାଡ୍ରାମା ।