• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ନିଲମ୍ବିତ ହେଲେ କିନ୍ତୁ ବଦଳିଲେନି। ଜେଲ ଗଲେ ତଥାପି ସୁଧୁରିଲେନି। ପୁଣି ଜେଲ୍‌ ଯିବେ, ବାଟକୁ କେବେ ଆସିବେ ଜଗଦ୍ଦେବ? ବାହୁବଳୀ ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ବଢିଲାଣି ଭୟ। ଜନମଙ୍ଗଳ ପାଇଁ ଜନପ୍ରତିନିଧି ହେଲେ କିନ୍ତୁ ସେଇ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେଲେ। ପ୍ରଥମ ଥର ନୁହେଁ ଚିଲିକା ବିଧାୟକ ପ୍ରଶନ୍ତ ଜଗଦେବଙ୍କ ଗୁଣ୍ଡାଗିରି। ପୂର୍ବରୁ ଅନେକ ଥର ତାଙ୍କ କଳା କାରନମାକୁ ନେଇ ବିବାଦରେ ରହିଛନ୍ତି ଏହି ଜନ ପ୍ରତିନିଧି।

  • ଜୁଲାଇ ୨୦୧୬ରେ ବୌଦ୍ଦ ଜିଲ୍ଲା ମନମୁଣ୍ଡାରେ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରୁଥିବାବେଳେ ପ୍ରଶାନ୍ତ ଜଗଦେବ ଗାଡିରୁ ଓହ୍ଲାଇ ସେମାନଙ୍କୁ ନିସ୍ତୁକ ପିଟିଥିଲେ। 
  • ନଭେମ୍ବର ୨୦୧୬ରେ ବୋଲଗଡ ତହସିଲଦାରଙ୍କ ଉପରକୁ କିରୋସିନ ଲଣ୍ଠନ ଫୋପାଡି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।
  • ଡିସେମ୍ବର ୨୦୧୮ ବେଗୁନିଆ ସରପଞ୍ଚ ନବ ସ୍ୱାଇଁଙ୍କୁ ବ୍ଲକ ଅଫିସରେ ସରକାରୀ ଅଫିସରଙ୍କ ଉପସ୍ଥିତିରେ ଧମକ ଦେଇଥିଲେ।
  • ଅଗଷ୍ଟ ୨୦୨୦ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ।
  • ସେପଟେମ୍ବର ୨୦୨୧ ବିଜେପି ବାଲୁଗାଁ ମଣ୍ଡଳ ଅଧ୍ୟକ୍ଷ ନିରଞ୍ଜନ ସେଠୀଙ୍କୁ  ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦେବ।
  • ଏଥି ସହିତ ପୂର୍ବରୁ ଭୁବନେଶ୍ୱର ଏମଏଲଏ କଲୋନୀରେ ଜଣେ ବ୍ୟବସାୟୀଙ୍କୁ ଧମକ ସହ ଗାଳିଗୁଲଜ କରିଥିଲେ।
  • ଖୋର୍ଦ୍ଧାରେ ବିଜେଡି ରାଲିବେଳେ ଜଣେ କର୍ମୀଙ୍କୁ ମାଡ ମାରିବା ଅଭିଯୋଗ ହୋଇଥିଲା।

ପ୍ରକାଶଥାଉକି ଡ୍ରାଇଭର ସିଟରେ ବସି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ବାଣପୁର ବ୍ଲକ ନିକଟରେ ଲୋକଙ୍କ  ଉପରେ ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ମଡ଼ାଇ ଦେଇଛନ୍ତି। ଏଥିରେ ୧୫ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି।  ଏଥିସହ ବାଣପୁର ଆଇଆଇସିଙ୍କ ସହ ୭ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ବୋଲି ଖୋର୍ଦ୍ଧା ଏସପି ଆଲେଖ ଚନ୍ଦ୍ର ପହି କହିଛନ୍ତି।