Advertisment

ବଢ଼ିଲା ରଷିଆ-ୟୁକ୍ରେନ ବିବାଦ: ବଡ଼ ବୟାନ ଜାରି କଲା ଆମେରିକା

ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Russia-Ukraine Crisis

Russia-Ukraine Crisis

ରଷିଆ-ୟୁକ୍ରେନ ବିବାଦ ବଢ଼ିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ବଡ଼ ବୟାନ ଜାରି କରିଛନ୍ତି। ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ରଷିଆ ସହ ୟୁରୋପ ମହାଦେଶ ତଥା ଆମେରିକାରେ ହେଉଥିବା ଆର୍ଥିକ କାରବାର ଉପରେ ଜୋ ବାଇଡେନ୍ ରୋକ ଲଗାଇଛନ୍ତି। ଗତକାଲି ଜରୁରୀ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Advertisment

ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ। ଏନେଇ ଆଗାମୀ କିଛି ଦିନରେ ଆମେରିକା ବଡ଼ ନିଷ୍ପତ୍ତି ନେବ। ରଷିଆ-ୟୁକ୍ରେନ ବିବାଦର ସମାଧାନ କରିବାକୁ ଆମେରିକା ଚେଷ୍ଟା କରୁଛି। ଯୁଦ୍ଧ ପରିସ୍ଥିତି ଏଡ଼ାଇବାକୁ ସବୁ ପ୍ରକାର ପ୍ରୟାସ ହେଉଛି। ହେଲେ ରଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମନୋଭାବ ସ୍ଥିତିକୁ ଅଧିକ ଜଟିଳ ଦିଗକୁ ନେଉଛି ବୋଲି ବାଇଡେନ୍ କହିଛନ୍ତି।

ୟୁକ୍ରେନ୍ ସୀମା ଉପରେ ଆମେରିକାର ନଜର ରହିଛି। ଏହାସହ ୟୁକ୍ରେନ୍‌କୁ ସବୁ ପ୍ରକାର ସହାୟତା ପାଇଁ ଆମେରିକା ସବୁବେଳେ ପ୍ରତିବନ୍ଧ ବୋଲି ବାଇଡେନ୍ ଦୋହରାଇଛନ୍ତି। ଗତକାଲି ରଷିଆ, ୟୁକ୍ରେନର ଦୁଇଟି ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଏହାପରେ ୟୁକ୍ରେନ ବିବାଦ ଆହୁରି ତେଜି ଥିଲା। ତେବେ ରଷିଆ ଉପରେ ଆମେରିକା ଲଗାଇଥିବା କଟକଣା ପରେ ରଷିଆ ପରବର୍ତ୍ତୀ ପଦକ୍ଷେପ କ’ଣ ନେବ, ତା’ ଉପରେ ସାରା ବିଶ୍ୱର ନଜର ରହିଛି।

Advertisment
Joe Biden Russia US Russia-Ukraine Conflict Russia Ukraine Crisis Ukraine Crisis
Advertisment
Advertisment