Advertisment

ବିବାଦରେ ଫିଲ୍ମ ‘RRR’, ରିଲିଜ୍ ପୂର୍ବରୁ ଫିଲ୍ମକୁ ବୟକଟ୍‌ ପାଇଁ ଦାବି

ଫିଲ୍ମ ‘RRR’ ରିଲିଜ ହେବାକୁ ଆଉ ମାତ୍ର କିଛି ଘଣ୍ଟା ରହିଛି। ମାର୍ଚ୍ଚ ୨୫ରେ ଏସ୍ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ RRR ରିଲିଜ ହେବ। ଫିଲ୍ମ ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ହୋଇ ରହିଛନ୍ତି। ହେଲେ ଏବେ ରିଲିଜ୍ ପୂର୍ବ ଫିଲ୍ମକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି।

author-image
Pallipuspa Samal
ଅଦ୍ୟତନ ହୋଇଛି
Film 'RRR

Film 'RRR'

ଫିଲ୍ମ ‘RRR’ ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଅନେକ ଥର ସ୍ଥଗିତ ରଖାଯାଇଛି। ବାସ୍ତବରେ ଏହି ଚଳଚ୍ଚିତ୍ରଟି ଅନେକ ଭାଷାରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା କନ୍ନଡ ଭାଷାରେ ରିଲିଜ୍ ହୋଇନଥିବା ନେଇ ଜଣାପଡିଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଲୋକେ ରାଗରେ ଜଳୁଛନ୍ତି। ଏନେଇ ଫିଲ୍ମକୁ ବୟକଟ୍ କରିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି ।

Advertisment

ଲୋକଙ୍କ କିହିବା ଅନୁଯାୟୀ ଫିଲ୍ଟଟି କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବା ଉଚିତ୍ । ଲୋକମାନେ ଟ୍ୱିଟରରେ #BoycottRRRinKarnataka ଟ୍ରେଣ୍ଡ କରି ଏହି ଫିଲ୍ମ ନ ଦେଖିବା ବିଷୟରେ କହୁଛନ୍ତି । କିଛି ଲୋକ ଫିଲ୍ମ ଉପରେ ଅସନ୍ତୋଷ ଦେଖାଉଥିବା ବେଳେ ସେହି ସମୟରେ କିଛି ଲୋକ ଫିଲ୍ମର କାଷ୍ଟ ଏବଂ ଦଳକୁ ସମର୍ଥନ ମଧ୍ୟ କରୁଛନ୍ତି ।

ଜଣେ ୟୁଜର୍ସ ଟ୍ୱିଟରରେ ଲେଖିଛନ୍ତି, ଫିଲ୍ମର ନିର୍ମାତାଙ୍କୁ ପ୍ରତିଶୃତି ଭଙ୍ଗ କରିଥିବାର ଅଭିଯୋଗ କରିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ କର୍ଣ୍ଣାଟକରେ RRR ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସମୟ ଆସିଛି। ଅନ୍ୟ ଜଣେ କହିଛନ୍ତି, ଆମେ RRR ଦେଖିବା ନାହିଁ । ଏହା ତେଲୁଗୁ ରାଜ୍ୟ ନୁହେଁ, ଏହା କର୍ଣ୍ଣାଟକ । ବ୍ୟବସାୟ ଅପେକ୍ଷା ସମ୍ମାନ ଅଧିକ ଗୁରୁତ୍ୱପୂର୍ଣ୍ଣ ।

Advertisment


— Manjunatha.B (@ManjunathaBee) March 22, 2022

ସୂଚନା ଅନୁସାରେ, ଫିଲ୍ମଟି ନିର୍ମାଣ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଫିଲ୍ମରେ ଆଲିଆ ସୀତା ଭୂମିକାରେ ନଜର ଆସିଛନ୍ତି। ଏହାଛଡ଼ା ରାମଚରଣ, ଜୁନିଅର ଏନଟିଆର, ଅଜୟ ଦେବଗନ ଏହି ଫିଲ୍ମରେ ଅଭିନୟ କରିଛନ୍ତି ।

Entertainment News 'RRR'
Advertisment
Advertisment