Advertisment

Priyanka Chopra: ଦେଶୀ ଗାର୍ଲଙ୍କୁ ପସନ୍ଦ କୋରାପୁଟିଆ ଦେଶୀ ପିଜୁଳି; ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓରେ ପୋଷ୍ଟ କଲେ, କହିଲେ...

କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ ପାଇଁ ୧୫ ଦିନ ରହଣି ପରେ ଫେରିଗଲେ ବଲିଉଡ୍ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ତେବେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ସ୍ମୃତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Priyanka Chopra Cherishes Local Flavors after 15-Day Stay

Priyanka Chopra Cherishes Local Flavors after 15-Day Stay

ଆଜି ମୁଁ ବହୁତ ପ୍ରଭାବିତ... ମୁଁ ଯେତେବେଳେ ବିଶାଖାପାଟଣା ଏୟାରପୋର୍ଟ ଯାଉଥିଲି ସେଠାରୁ ନ୍ୟୁୟର୍କରୁ ଫ୍ଲାଇଟ୍‌ ଧରିବା ପାଇଁ, ସେତେବେଳେ ବାଟରେ ଜଣେ ମହିଳା ପିଜୁଳି ବିକ୍ରି କରୁଥିବା ମୁଁ ଦେଖିଲି...ମୁଁ ସେଠାରେ ଅଟକି କେତେ ଟଙ୍କା ବୋଲି ପଚାରିଲି...ସେ ମୋତେ ୫୦ ଟଙ୍କା ବୋଲି କହିଲେ...ମୁଁ ତାଙ୍କୁ ୨୦୦ ଟଙ୍କା ଦେଲି ସେ ମୋତେ ବଳକା ଟଙ୍କା ଫେରାଇବାକୁ ଚହୁଁଥିଲେ...ମୁଁ କିନ୍ତୁ ତାଙ୍କୁ ମନାକଲି...ତେବେ ଟ୍ରାଫିକ୍‌ରେ ରେଡ୍‌ ଲାଇଟ୍‌ ଗ୍ରୀନ୍‌ ହେବା ବେଳକୁ ମହିଳା ଜଣକ ଆଉ ୨ଟି ପିଜୁଳି ମୋତେ ଦେଇଦେଲେ...କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ ପାଇଁ ୧୫ ଦିନ ରହଣି ପରେ ନିଜ ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ଏମିତି କହିଛନ୍ତି ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। 

Advertisment

ତେବେ କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ ପାଇଁ ୧୫ ଦିନ ରହଣି ପରେ ଫେରିଗଲେ ବଲିଉଡ୍ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ତେବେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ସ୍ମୃତି। କେବଳ ସ୍ମୃତି ନୁହେଁ କୋରାପୁଟ ରାସ୍ତାରେ ଗୋଧୁଳି ବେଳର ଚିତ୍ର ମଧ୍ୟ କ୍ୟାମେରା କଏଦ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ପ୍ରିୟଙ୍କା । ତେବେ ପ୍ରିୟଙ୍କାଙ୍କୁ କିନ୍ତୁ ସବୁଠୁ ଭଲ ଲାଗିଛି କୋରାପୁଟିଆ ଦେଶୀ ପିଜୁଳି।


ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Advertisment

ଅନ୍ୟପଟେ ମନ ମୋହିଲା ଓଡ଼ିଶାର ସୌନ୍ଦର୍ଯ୍ୟ। ତଳମାଳିର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ବିଭୋର ହୋଇଗଲେ ଫିଲ୍ମ ଷ୍ଟାର୍‌। ଲାଖିଗଲା ମନ, ପୁଣି ଆସିବେ ବ୍ଲକ ବଷ୍ଟର ଫିଲ୍ମ ନିର୍ମାତା ରାଜାମୌଲି। କରିବେ ଆହୁରି ଫିଲ୍ମ ସୁଟିଂ। ଗୋଟିଏ କି ଦୁଇଟି ନୁହେଁ ୮ରୁ ୧୦ଟି ନୂଆ ଫିଲ୍ମର ସୁଟିଂ ଏଠି କରିବାକୁ ପ୍ଲାନ କରୁଛନ୍ତି ନିର୍ଦ୍ଦେଶକ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କୁ ସାକ୍ଷାତ କରି ତିନି ୪ ମାସ ପରେ ପୁଣି ଆସିବାକୁ କଥା ଦେଇଛନ୍ତି ସେ। ଆତିଥେୟତା ପାଇଁ ସୁଟିଂ ସେଟ୍‌ରୁ କୋରାପୁଟକୁ ଧନ୍ୟବାଦ ଜଣାଇଛନ୍ତି ରାଜାମୌଲି ଆଣ୍ଡ ଟିମ୍‌। ଆଉ ରାଜାମୌଲି ଓ ତାଙ୍କ ଟିମ୍‌କୁ ଉପହାର ସ୍ୱରୂପ କାଡ଼ାମ ଦେଇଛନ୍ତି କୋରାପୁଟର ପ୍ରସିଦ୍ଧ କଫି, ମାଣ୍ଡିଆ ଓ କଳା ଜୀରା ଚାଉଳ।  

ସରିଛି ବିଗ୍‌ ବଜେଟ୍‌ ଫିଲ୍ମର ସୁଟିଂ। କୋରାପୁଟରେ ତଳମାଳିରେ ହୋଇଛି ପ୍ୟାକ୍‌ ଅପ୍‌। ବ୍ଲକବଷ୍ଟର ଫିଲ୍ମ ବାହୁବଳୀ ଓ RRR ଫେମ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଅପକମିଂ ପ୍ରୋଜେକ୍ଟ SSMB-29ର ଫିଲ୍ମମିଂ ଶେଷ ହୋଇଛି। ଲାଇଟ, କ୍ୟାମେରା ଆକ୍ସନ ଶୁଭୁଥିବା ତଳମାଳିରେ ପାହାଡର ପାଦ ଦେଶରୁ ହଟିଛି ଟେଣ୍ଟ। ଦୀର୍ଘ ୧୫ଦିନ ରହଣି ପରେ ମଙ୍ଗଳବାର ଫେରିଯାଇଛନ୍ତି ସାଉଥ୍ ସେନ୍ସେସନ ନିର୍ଦ୍ଦେଶକ ଏସ. ଏସ. ରାଜାମୌଲି। ଅଭିନେତା ମହେଶ ବାବୁ ଓ ବଲିଉଡ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା। 

ତଲମାଳି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ସ୍ଥାନୀୟ ବାସିନ୍ଦା ବିଦାୟ ଜଣାଇଛନ୍ତି। ଫିଲ୍ମ ଟିମ୍ ପକ୍ଷରୁ ନିର୍ଦ୍ଦେଶକ ଏସ.ଏସ ରାଜାମୌଲି ବଲିଉଡ ଦେଶୀ ଗାର୍ଲ୍ ପ୍ରିୟଙ୍କା ଚୋପ୍ରା ନିଜ ହାତ ଲେଖାରେ କୋରାପୁଟର ଅପୂର୍ବ ସୋନ୍ଦର୍ଯ୍ୟ, ଏଠାକାର ବାସିନ୍ଦା ବେଶ ଭଲ ପାଇବା ଓ ଆତିଥେୟତାକୁ ଭୁଲି ହେବନି ବୋଲି କହିଛନ୍ତି। ଆଉ ଏଥିରେ ଦେଇଛନ୍ତି ସିଗ୍ନେଚର।  

ରାଜାମୌଲିଙ୍କ ନିର୍ଦ୍ଦେଶିତ ଅପକମିଂ SSMB-29ର ଫିଲ୍ମରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ, ପୃଥ୍ବୀରାଜ ସୁକୁମାରନ, ପ୍ରିୟଙ୍କା ଚୋପ୍ରା ଅଭିନୟ କରୁଛନ୍ତି। ତାଙ୍କ ସହ ୫ ଶହ ଜଣିଆ କ୍ରୁ ମେମ୍ବର ବି ଏହି ଫିଲ୍ମରେ ନଜର ଆସିବେ। 

ଅଧିକ ପଢ଼ନ୍ତୁ: ‘ସିକନ୍ଦର’ର ହୋଲି ଗୀତ ‘ବମ୍‌ ବମ୍‌ ଭୋଲେ’ରେ ରହିଛି ଅନେକ ଭୁଲ୍; ଜାଣନ୍ତୁ…

Priyanka Chopra Koraput
Advertisment
Advertisment