• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଚର୍ଚ୍ଚାରେ ପଡିଲା ପୁର୍ଣ୍ଣଚ୍ଛେଦ । ଟିମ୍ ଇଣ୍ଡିଆର ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ରରେ ବାଜିଲା କୋର୍ଟଙ୍କ ମୋହର । ଏଥିସହ ଉଭୟଙ୍କର ବୈବାହିକ ଜୀବନ ଶେଷ ହୋଇଛି । ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ବହୁତ ଦିନ ଧରି ଚର୍ଚ୍ଚାରେ ରହିଥିଲେ । ଉଭୟ ପ୍ରାୟ ଅଢ଼େଇ ବର୍ଷ ଧରି ଅଲଗା ରହିଆସୁଥିଲେ ।

ଚହଲ ଓ ଧନଶ୍ରୀ ଆଜି ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ । ଚହଲଙ୍କ ଆଇପିଏଲ୍‌କୁ ଦୃଷ୍ଟିରେ ରଖି ତୁରନ୍ତ ଶୁଣାଣି ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ଚହଲ ଓ ଧନଶ୍ରୀଙ୍କ ଉପସ୍ଥିତିରେ ଶୁଣାଣି ହୋଇଥିଲା । ଚହଲ ଓ ଧନଶ୍ରୀ ପରସ୍ପର ସହମତିରେ ଛାଡ଼ପତ୍ର ନେଇଛନ୍ତି ।

ଛାଡ଼ପତ୍ର ପରେ ଚହଲ ଧନଶ୍ରୀଙ୍କୁ ଭରଣପୋଷଣ ବାବଦରେ ୪.୭୫ କୋଟି ଟଙ୍କା ଦେବେ । ମିଳିଥିବା ସୂଚନା ଅନୁଯାୟୀ ଧନଶ୍ରୀଙ୍କୁ ଚହଲ ପ୍ରଥମ କିସ୍ତିରେ ୨.୩୭ କୋଟି ଟଙ୍କା ଦେଇ ସାରିଛନ୍ତି ।

୨୦୨୦ରେ ଏହି ଷ୍ଟାର ଦମ୍ପତି ବିବାହ କରିଥିବା ବେଳେ ୨୦୨୩ରେ ପ୍ରଥମ ଥର ଡିଭୋର୍ସ ଖବର ସାମ୍ନାକୁ ଆସିଥିଲା । ୨୦୨୩ରେ ଧନଶ୍ରୀ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଚହଲଙ୍କୁ ହଟାଇ ଦେଇଥିଲେ । ପରେ ଆୟରଙ୍କ ସହିତ ଧନଶ୍ରୀଙ୍କ ନାମ ମଧ୍ୟ ଯୋଡା ଯାଇଥିଲା । ନିକଟରେ ଉଭୟ ଚହଲ ଓ ଧନଶ୍ରୀ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଥିଲେ । ଉଭୟ ପରସ୍ପର ସହିତ ରହିଥିବା ଫଟୋ ଗୁଡିକ ମଧ୍ୟ ଡିଲିଟ୍ କରିଥିଲେ ।

କେମିତି ହୋଇଥିଲା ପ୍ରେମ ଏବଂ ବିବାହ ?

ଉଭୟଙ୍କ ମଧ୍ୟରେ ଡ୍ୟାନ୍ସରୁ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ଛାଡପତ୍ରରେ ଶେଷ ହୋଇଛି । ଚହଲ ଧନଶ୍ରୀଙ୍କଠୁ ଡ୍ୟାନ୍ସ ଶିଖିବାକୁ ଚାହୁଁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏହାପରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ । ପ୍ରେମରେ ପଡିବା ପରେ ,୨୦୨୦ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର କିଛି ମାସ ପରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ଦୁହିଁଙ୍କ ବୈବାହିକ ଜୀବନ ବେଶି ସମୟ ତିଷ୍ଠି ପାରି ନ ଥିଲା । କୋର୍ଟରେ ଦାଖଲ ହୋଇଥିବା କାଗଜପତ୍ର ଅନୁଯାୟୀ ଦୁହେଁ ୨୦୨୨ରୁ ଅଲଗା ରହୁଥିଲେ ।

ଅଧିକ ପଢ଼ନ୍ତୁ: ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ହାର୍ଦ୍ଦିକ ବ୍ୟାନ୍ ହେବାପରେ କିଏ ହେବେ ଅଧିନାୟକ?

OTV is now on Whatsapp

ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ

Join Now