ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ କାହିଁକି ଭୁଲ୍ ଡିପିଆର କରାଗଲା, ଅଭିଜ୍ଞତା ନଥାଇ କାହିଁକି ଦକ୍ଷିଣ ଭାରତର ଭୂମିପୁତ୍ର ନାମକ ଏକ କଂପାନୀକୁ କାମ ଦିଆଯାଇଥିଲା ?
ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
୨ ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ସହ ଗିରଫ କରିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା CEO ସୂଚନା ଦେଇଛନ୍ତି।
ECI ଆପ୍ ମୁତାବକ ନୂଆପଡ଼ାରେ ସର୍ବାଧିକ ୨୭.୮୮% ମତଦାନ ରେକର୍ଡ ହୋଇଥିବା ବେଳେ ରାୟଗଡ଼ାରେ ସର୍ବନିମ୍ନ ୨୧% ମତଦାନ ରେକର୍ଡ କରାଯାଇଛି।
ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।
୯ଟା ସୁଦ୍ଧା ୯.୨୫% ମତଦାନ ରେକର୍ଡ କରାଯାଇଛି । କୋରାପୁଟରେ ସର୍ବାଧିକ ୧୩.୧୨ % ଭୋଟିଂ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧ % ଭୋଟିଂ ହୋଇଛି।
ମୌଳିକ ସମସ୍ୟା ସମାଧାନ ଦାବିରେ ନାରାୟଣପାଟଣାରେ ଭୋଟ୍ ବର୍ଜନ କରିଛନ୍ତି ଭୋଟର। ଲକ୍ଷ୍ମୀପୁର ନାରାୟଣପାଟଣା ବ୍ଲକ ୧୭୩ ନମ୍ବର ବୁଥରେ ଭୋଟ ବର୍ଜନ କରିଛନ୍ତି ।
ଭୋଟ୍ ଦେଉଛି ଓଡ଼ିଶା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର
ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର ।
ପ୍ରଥମ ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି।
୧୫ରେ ଅମିତ ଶାହ, ଓଡ଼ିଶା ଗସ୍ତରେ ଆସି ହିଞ୍ଜିଳି ସହ ରାଉରକେଲା ଓ ଗଞ୍ଜାମର ସୋରଡାରେ ଜନସଭା କରିବେ।
ଦିଗପହଣ୍ଡିରେ ବିଜେପିରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର।
ମାଓ ପ୍ରଭାବିତ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ ଥିବା ୫ଟି ବୁଥକୁ ଆଜି ବାୟୁସେନାର ହେଲିକପ୍ଟର ଯୋଗେ ଯାଇଛନ୍ତି ପୋଲିଂ କର୍ମଚାରୀ।
ବିରୋଧୀ ଏହାକୁ କେବଳ ନିର୍ବାଚନୀ ଥୋପ ବୋଲି କହିଥିଲା ବେଳେବିଜେପି କହିଛି ମୋଦିଙ୍କ ଏ ଘୋଷଣା ବିରୋଧୀଙ୍କ ହୋସ୍ ଉଡ଼ାଇ ଦେଇଛି ।
ଡବଲ ହେବ ଧାନର ମୂଲ୍ୟ । ୩୧ ଶହ ଟଙ୍କାରେ ଚାଷୀ ବିକିବେ ଧାନ । ପଶ୍ଚିମଓଡ଼ିଶାର ବଲାଙ୍ଗୀର ଓ ବରଗଡ ସଭାରେ ଓଡ଼ିଶାର ଚାଷୀଙ୍କୁ ମୋଦିଙ୍କ ଏ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ।
ବିଜେପିର ଫୋକସରେ ଓଡ଼ିଶା । ଖାଲି ଅଧିକ ସଂଖ୍ୟକ ସାଂସଦ ନୁହନ୍ତି, ରାଜ୍ୟରେ ଶାସନ ଗାଦି ବି ଆବଶ୍ୟକ । ଆଉ ସେଥିପାଇଁ ଖୋଦ୍ ପିଏମ୍ ମୋଦି ବନିଛନ୍ତି ଚେହେରା ।
ସକାଳ ୭ରୁ ଭୋଟିଂ, ପ୍ରସ୍ତୁତ ବୁଥ୍ ଓ ପୋଲିଂ କର୍ମଚାରୀ । ମାଓ ପ୍ରଭାବିତ ଓ ସୀମା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ।
କୋରାପୁଟରେ ସପ୍ତଗିରି-କୌଶଲ୍ୟା-କାଳୀରାମ ମୁହାଁମୁହିଁ । ନୂଆପଡ଼ାରୁ ଲଢୁଛନ୍ତି ପିସିସି ମୁଖିଆ ଶରତ ପଟ୍ଟନାୟକ ।
ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନ, ପୋଲିସ ଚୁପ୍ । ଗଣଦୁଷ୍କର୍ମକୁ ନେଇ ଠିକ୍ ନୁହେଁ ରାଜନୀତି କହିଲା ବିଜେଡି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ରାସ୍ତା ଫିଟିସାରିଛି ।
ବାଇକ୍ ରାଲି ସହ ଜନସଭାରେ ଯୋଗ ଦେବେ ରାହୁଲ ଗାନ୍ଧି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ।
ପୁରୀରେ ୨୦ ତାରିଖରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ।
ଏଥିପାଇଁ ମୁତୟନ ହୋଇଛନ୍ତି ୧୭ ହଜାର ପୋଲିସ ଫୋର୍ସ ୧୦୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି ।
ବିଜେଡି ନେତା ଭି. କେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅଘରିଆ ସମାଜର ଅଭିଯୋଗ । ଜମି ଦେବା ନାଁରେ ଭୂଆଁ ବୁଲାଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ଅଖିଳ ଭାରତୀୟ ଅଘରିଆ ମହାସମାଜ ।