Advertisment

ପୁଣି ୨୦ରେ ଓଡ଼ିଶା ଆସିବେ ମୋଦି, ପୁରୀରେ କରିବେ ରୋଡ୍‌ ସୋ’

ପୁରୀରେ ୨୦ ତାରିଖରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Narendra Modi

Narendra Modi

ପୁଣି ଆସୁଛନ୍ତି ବିଜେପିର ହେଭିୱେଟ୍ । ଆସନ୍ତା ସପ୍ତାହରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ୨୦ ତାରିଖ ସକାଳେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। । ସେହିପରି ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି । ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ ।

Advertisment

ସେହିପରି ଆସନ୍ତା ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ। ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଚଳିତ ମାସରେ ଦୁଇଥର ଓଡ଼ିଶା ଆସିଛନ୍ତି ମୋଦି। ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି । ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ଖାଲି ବିଜେଡିର ଏକ୍ସପାଏରୀ ଡେଟ୍ ଦେଇ ନଥିଲେ ବରଂ ଜୁନ୍ ୧୦ରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ ବି କରିଥିଲେ ।

Advertisment

ତେବେ ଏହାର ଚାରି ଦିନ ପରେ ଅର୍ଥାତ ମେ’ ୧୦ରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ୧୦ରେ ଭୁବନେଶ୍ୱରରେ ରୋଡ୍‌ ସୋ’ କରିବା ପରେ ୧୧ରେ ତିନୋଟି ବିଶାଳ ଜନସଭା କରିଥିଲେ । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାରେ ସମ୍ବୋଧିତ କରିଥିଲେ ମୋଦି ।

ଭାଷଣ ଛଳରେ ଧୂଆଁଧାର ଧୁଲେଇ। ଫୁଲବାଣୀରେ ନବୀନଙ୍କ ନାଁ ନେଇ ନିଶାନା କରିଥିଲେ ମୋଦି । ବଲାଙ୍ଗିରରେ ବିଜେଡି ସରକାରକୁ ହଟାଇବାର କାଉଣ୍ଟଡାଉନ୍ ଦେଲେ । ଆଉ ବରଗଡ଼ ସଭାରେ ପାଣ୍ଡିଆନଙ୍କ ନାଁ ନ ନେଇ ଧୂମ୍ ଧୋଇଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟର ତିନି ତିନିଟି ସ୍ଥାନରେ ବିଜେପି ପାଇଁ ପ୍ରଚାର କରି ସିଧା ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିଥିଲେ ଆଟାକ୍ । ବରଗଡ଼ ସଭାରେ ମୋଦି ପଚାରିଥିଲେ- ବିଜେଡି ସରକାର ଚଳାଉଛି କିଏ ? ସିଏମ୍ ଉପରେ ଜଣେ ସୁପର ସିଏମ୍ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ଭୋଟରଙ୍କୁ ପ୍ରଶ୍ନ କରିଥିଲେ ମୋଦି ?

ଏଥିସହ ମୋଦି କହିଥିଲେ-ରାଜ୍ୟ ସରକାରଙ୍କ ପରିଚାଳନା କାର୍ଯ୍ୟ ଆଉଟସୋର୍ସ ହୋଇଯାଇଛି, ସବୁ ଧନସଂପତ୍ତି ବିଜେଡି ନେତାଙ୍କ ଘରକୁ ପଳାଇଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଜଣେ ମନ୍ତ୍ରୀଙ୍କର ଦିନ ଦ୍ବିପହରରେ ହତ୍ୟା ହୋଇଯାଉଛି। ତେଣୁ ଓଡ଼ିଶାକୁ ବରବାଦ କରିଥିବା ବିଜେଡିକୁ ହଟାଇବା ଦରକାର।

ବରଗଡ଼ ପୂର୍ବରୁ ବଲାଙ୍ଗୀର ସଭାରେ ବି ମଞ୍ଚକୁ ଆସୁ ଆସୁ ବିଜେଡି ସରକାର ଉପରେ ବର୍ଷିଥିଲେ ମୋଦି । କହିଥିଲେ ଓଡ଼ିଶାରେ ଏଥର ଡବଲ ଇଂଜିନ ସରକାର ନିଶ୍ଚିତ । ବିଜେଡି ସରକାରର କାଉଣ୍ଟଡାଉନ ଆରମ୍ଭ ହେଲେଣି । ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରି ଡେଟ୍ ଓ ଜୁନ୍ ୧୦ରେ ଓଡ଼ିଶା ମାଟିରେ ଜନ୍ମିତ ବ୍ୟକ୍ତି ହିଁ ବିଜେପି ସିଏମ୍ ହେବେ ବୋଲି ଗ୍ୟାରେଣ୍ଟି ଦେଇଥିଲେ ମୋଦି । ଆପଣଙ୍କ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବାକୁ ଆସିଛନ୍ତି, ତାଙ୍କୁ ବାଜା ବଜାଇ ବାଣ ଫୁଟାଇବିଦା କରିଦିଅନ୍ତୁ ବୋଲି ଭୋଟରଙ୍କୁ ଆହ୍ବାନ ଦେଇଥିଲେ ମୋଦି। ଏହା ବି କହିଥିଲେ ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତାଙ୍କୁ ବିନା କାଗଜରେ କଣ୍ଟାବାଂଜିର ୧୦ଟି ଗାଁ ନାଁ ପଚାରିବେ। ହେଲେ ସେ ଆଦୌ କହିପାରିବେନି, କାରଣ ସେ ଆପଣଙ୍କ ସହ ନାହାନ୍ତି, ତେଣୁ ଆପଣଙ୍କ ଦୁଃଖ ବୁଝିପାରିବେନି ବୋଲି କହିଥିଲେ ମୋଦି।

ଫୁଲବାଣୀ ସଭାରେ ବି ନବୀନଙ୍କୁ ନିଶାନା କରିଥିଲେ ମୋଦି। ଚ୍ୟାଲେଞ୍ଜ ଦେଇ କହିଥିଲେ- ବିନା ଚିଠାରେ ନବୀନଙ୍କୁ ଓଡ଼ିଶାର ଜିଲ୍ଲା ନାଁ ଓ ଜିଲ୍ଲା ମୁଖ୍ୟାଳୟ ନାଁ କହିବାକୁ କୁହାଯାଉ। ସେ କହିପାରିବେନି। ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି, ସେ ଆପଣଙ୍କ ଦୁଃଖ ବୁଝିପାରିବେ କି ? ବୋଲି ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ। ଏହା ବି କହିଥିଲେ, ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରି ଚାଲିଛନ୍ତି, ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଉପରେ ଆକ୍ସନ ହେବ ବୋଲି କହିଥିଲେ ମୋଦି ।

Narendra Modi BJP General Elections 2024
Advertisment
Advertisment