Advertisment

ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି

ଦିଗପହଣ୍ଡିରେ ବିଜେପିରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର।

author-image
Satyendu Shekher Mishra

ଆସନ୍ତାକାଲି ଭୋଟ୍ ଦେବାକୁ ଯାଉଥିବା ୪ ସଂସଦୀୟ କ୍ଷେତ୍ର ମଧ୍ୟରୁ, ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ପ୍ରମୁଖ ସାଂସଦ ପ୍ରାର୍ଥୀ ଭାବେ ମୁହାଁମୁହିଁ ହେବେ ବିଜେପିର ପ୍ରଦୀପ ପାଣିଗ୍ରାହୀ, ବନାମ୍ ବିଜେପିରୁ ବିଜେଡିକୁ ଡେଇଁଥିବା ଭୃଗୁ ବକ୍ସିପାତ୍ର। ଗତଥର ବିଜେପି ଟିକେଟରେ ଲଢ଼ି ପରାଜିତ ହୋଇଥିଲେ ଭୃଗୁ। ବିଧାନସଭା ଟକ୍କରକୁ ଦେଖିଲେ, ବ୍ରହ୍ମପୁରର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପାଞ୍ଚ ପାଞ୍ଚ ଥରର ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। ବ୍ରହ୍ମପୁରର ବର୍ତ୍ତମାନର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଏଥର ଗୋପାଳପୁରରୁ ପ୍ରାର୍ଥୀ କରିଛି ଶାସକ ଦଳ। ଦିଗପହଣ୍ଡିରେ ବିଜେପିରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର।

Advertisment
BJD BJP Congress Odisha Politics General Election 2024
Advertisment
Advertisment