/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715522894.jpg)
Odisha Politics
ଆସନ୍ତାକାଲି ଭୋଟ୍ ଦେବାକୁ ଯାଉଥିବା ୪ ସଂସଦୀୟ କ୍ଷେତ୍ର ମଧ୍ୟରୁ, ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ପ୍ରମୁଖ ସାଂସଦ ପ୍ରାର୍ଥୀ ଭାବେ ମୁହାଁମୁହିଁ ହେବେ ବିଜେପିର ପ୍ରଦୀପ ପାଣିଗ୍ରାହୀ, ବନାମ୍ ବିଜେପିରୁ ବିଜେଡିକୁ ଡେଇଁଥିବା ଭୃଗୁ ବକ୍ସିପାତ୍ର। ଗତଥର ବିଜେପି ଟିକେଟରେ ଲଢ଼ି ପରାଜିତ ହୋଇଥିଲେ ଭୃଗୁ।
ବିଧାନସଭା ଟକ୍କରକୁ ଦେଖିଲେ, ବ୍ରହ୍ମପୁରର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପାଞ୍ଚ ପାଞ୍ଚ ଥରର ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ। ବ୍ରହ୍ମପୁରର ବର୍ତ୍ତମାନର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଏଥର ଗୋପାଳପୁରରୁ ପ୍ରାର୍ଥୀ କରିଛି ଶାସକ ଦଳ। ଦିଗପହଣ୍ଡିରେ ବିଜେପିରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର।
ସେପଟେ ପାରଳାଖେମୁଣ୍ଡିରେ ଟକ୍କର ହେଉଛି ବିଧାୟକ କେ.ନାରାୟଣ ରାଓ, ବିଜୟ ପଟ୍ଟନାୟକ ଓ ରୂପେଶ ପାଣିଗ୍ରାହୀଙ୍କ ଭିତରେ।
କୋରାପୁଟରେ ଗତ ନିର୍ବାଚନ ଭଳି ଏଥର ବି ସାଂସଦ ପ୍ରାର୍ଥୀ ଭାବେ ପୁଣି ମୁହାଁମୁହିଁ ହେଉଛନ୍ତି- କଂଗ୍ରେସର ସପ୍ତଗିରି ଉଲ୍ଲାକା ଏବଂ ବିଜେଡିର କୌଶଲ୍ୟା ହିକକା। ଗତଥର ଏମାନଙ୍କ ମଧ୍ୟରେ କ୍ଲୋଜ୍ ଫାଇଟ୍ ହୋଇଥିବା ବେଳେ, ଏଥର କିନ୍ତୁ ଗେମ୍ ଚେଞ୍ଜର ବନିପାରନ୍ତି ବିଜେପି ପ୍ରାର୍ଥୀ କାଳୀରାମ ମାଝୀ।
୭ ବିଧାନସଭା ଆସନ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ଜୟପୁରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ଇନ୍ଦିରା ନନ୍ଦ। ଯୁବ ଚେହେରା ଗୌତମ ସାମନ୍ତରାୟଙ୍କୁ ପୁଣି ଏଠି ପ୍ରାର୍ଥୀ କରିଛି ବିଜେପି। ସେହିପରି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଷମକଟକରୁ ଲଢ଼ୁଛନ୍ତି।
ନୂଆପଡ଼ା ମୈଦାନରେ ପିସିସି ସଭାପତି ଶରତ ପଟ୍ଟନାୟକ ଭର୍ସେସ୍ ୩ ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆ। ଭବାନୀପାଟଣାରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ୪ ଥରର ବିଧାୟକ ପ୍ରଦୀପ୍ତ କୁମାର ନାୟକ। ଅନ୍ୟ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ନର୍ଲାରୁ ଭକ୍ତ ଚରଣ ଦାସ, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର ଏବଂ ଖଡ଼ିଆଳରୁ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ।
ନବରଙ୍ଗପୁର ଲୋକସଭା ସିଟ୍ ପାଇଁ ତିନି ମାଝୀ, ବଳଭଦ୍ର-ପ୍ରଦୀପ ଏବଂ ଭୂଜବଳଙ୍କ ମଧ୍ୟରେ କଡ଼ା ଟକ୍କର। ସେପଟେ ବିଜେଡି ସାଂସଦ ରମେଶ ମାଝୀ ଏଥର ଝରିଗାଁରୁ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ଉମରକୋଟରୁ ଲଢୁଛନ୍ତି ନିତ୍ୟାନନ୍ଦ ଗଣ୍ଡ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)