• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆସନ୍ତା ସପ୍ତାହରେ ପୁଣି ବିଜେପିର ଟପ୍ ଥ୍ରୀ ଲିଡରଙ୍କ ଓଡ଼ିଶା ଗସ୍ତ । ୧୫ରେ ଶାହ, ୧୭ରେ ନଡ୍ଡା ଓ ୨୦ରେ ପିଏମ୍ ମୋଦି । ୩ ନେତା ୩ଟି ଲେଖାଏଁ ଲୋକସଭା କ୍ଷେତ୍ରରେ କରିବେ ପ୍ରଚାର । ମୁଖ୍ୟମନ୍ତ୍ରୀ ଲଢୁଥିବା ଦୁଇ ସିଟ୍‌ରେ ଦୁଇ ହେଭିୱେଟ ଶାହ ଏବଂ ନଡ୍ଡା କରିବେ ସମାବେଶ । ହଞ୍ଜିଳିରେ ଅମିତ ଶାହ ଓ କଣ୍ଟାବାଞ୍ଜି ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୫ରେ ଅମିତ ଶାହ, ଓଡ଼ିଶା ଗସ୍ତରେ ଆସି ହିଞ୍ଜିଳି ସହ ରାଉରକେଲା ଓ ଗଞ୍ଜାମର ସୋରଡାରେ ଜନସଭା କରିବେ।

ଦିନକ ପରେ ୧୭ରେ ହିଞ୍ଜିଳି ସହ ସୁନ୍ଦରଗଡ଼ ଓ ପଦ୍ମପୁର ଜନସଭାରେ ଯୋଗ ଦେବେ ନଡ୍ଡା । ତା’ର ଦୁଇ ଦିନ ପରେ, ଅର୍ଥାତ ମେ’ ୨୦ରେ ତୃତୀୟ ଥର ପାଇଁ ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଆସିବେ ପିଏମ ମୋଦି । ଭୁବନେଶ୍ୱର ଷ୍ଟାଇଲରେ ପୁରୀ ବଡ଼ଦାଣ୍ଡରେ ବିଶାଳ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ । ପୁଣି ସେହିଦିନ କଟକ ଏବଂ ଅନୁଗୁଳରେ ସମାବେଶରେ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏସବୁ ନେତାଙ୍କ ବାଦ୍ ପୁଣି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବି ଓଡ଼ିଶା ଆସୁଛନ୍ତି ।

ପୂର୍ବରୁ ଦୁଇ ଥର ଓଡ଼ିଶା ଆସି ୬ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରି ସାରିଛନ୍ତି ପିଏମ୍ ମୋଦି । ୧୯ ନିର୍ବାଚନ ଅପେକ୍ଷା ୨୪ରେ ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ । ଆଉ ସବୁଠୁ ବଡ଼ କଥା ହେଲା, ନବୀନ ସରକାର ବିରୋଧରେ କଡ଼ା ଆଭିମୁଖ୍ୟ, ସିଧା ନିଶାନା । ବ୍ରହ୍ମପୁରରେ ବିଜେଡିର ଏକ୍ସପାଏରି ଡେଟ୍ ଦେବା ସହ ବିଜେପି ସରକାରର ଶପଥ ଗ୍ରହଣ ତାରିଖ ଘୋଷଣା କରିଥିଲେ । ଗତକାଲି ଫୁଲବାଣୀ ସଭାରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଟାର୍ଗେଟ । ବିନା କାଗଜରେ ଜିଲ୍ଲା ନାଁ କହିବାକୁ ନବୀନଙ୍କୁ ଚାଲେଞ୍ଜ । ଓଡ଼ିଆ ଅସ୍ମିତା, ସଂସ୍କୃତିକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ପୁରୀରେ ପ୍ରଧାନମନ୍ତ୍ରୀ ରୋଡ୍ ସୋ ଏହାକୁ ଅଧିକ ବଳ ଦେଇପାରେ ।

ଚର୍ଚ୍ଚା ହେଉଛି, ରାଜ୍ୟରେ ଥିବା ନବୀନ ସରକାର ବିରୋଧୀ ହାୱା ଏବଂ ରାଜ୍ୟବାସୀଙ୍କ ପଲ୍ସ ମାପି ସାରିଛନ୍ତି ପିଏମ୍ ମୋଦି । ଯେଉଁଥିପାଇଁ ଓଡ଼ିଶାକୁ ଫୋକସ୍‌ କରି ବାରମ୍ବାର କେନ୍ଦ୍ର ନେତୃତ୍ୱ ଓଡ଼ିଶା ଗସ୍ତ କରିବା ସହ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି ଓଡ଼ିଶାକୁ । ୩ ହେଭିୱେଟ୍ ନେତାଙ୍କ ଓଡ଼ିଶା ଗସ୍ତ ଓ ମାରାଥନ ପ୍ରଚାର ବହୁଳ ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି ।

  • Reported by:
  • SOUMYA RANJAN SAHOO , Partha Sarathi nayak

OTV is now on Whatsapp

Join and get latest news update delivered to you via whatsapp

Join Now