/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715570502.jpg)
Odisha Election Voting 2024 Live Updates
ଭୋଟ୍ ଦେଉଛି ଓଡ଼ିଶା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳିରେ ଚାଲିଛି ମତଦାନ। ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
- May 13, 2024 20:43 IST
ଭୋଟ ସରିଲା, ନେତାଙ୍କ ଟେସନ୍ ବଢିଲା; ଜୁନ-୪ରେ ଭାଗ୍ୟ ପରୀକ୍ଷା
ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ନେତାଙ୍କ ଭାଗ୍ୟ ସ୍ଥିର କରିଛନ୍ତି ଭୋଟର। ଯାହାର ରେଜଲ୍ଟ ପ୍ରକାଶ ପାଇବ ଆସନ୍ତା ଜୁନ୍ ୪ ତାରିଖରେ। ଅଧିକ ପଢ଼ନ୍ତୁ...
- May 13, 2024 20:33 IST
ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ବିଜେପିର ଅଲଆଉଟ୍ ଆଟାକ୍ । ବିଜେପିର ଟପ୍ ଫାଇଭ୍ ଲିଡରଙ୍କ ଟାର୍ଗେଟରେ ବିଜେଡି
ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ବିଜେପିର ଅଲଆଉଟ୍ ଆଟାକ୍ । ବିଜେପିର ଟପ୍ ଫାଇଭ୍ ଲିଡରଙ୍କ ଟାର୍ଗେଟରେ ବିଜେଡି ।#BJD#BJP#OdishaPoliticspic.twitter.com/fV6JXONXub
— ଓଟିଭି (@otvkhabar) May 13, 2024
- May 13, 2024 20:33 IST
ସରିଲା ୨୪ ମହାସଂଗ୍ରାମର ପ୍ରଥମ ଦଫା ଲଢ଼େଇ । ଅପରାହ୍ଣ ୫ଟା ସୁଦ୍ଧା ୬୨.୯୬ % ମତଦାନ
ସରିଲା ୨୪ ମହାସଂଗ୍ରାମର ପ୍ରଥମ ଦଫା ଲଢ଼େଇ । ଅପରାହ୍ଣ ୫ଟା ସୁଦ୍ଧା ୬୨.୯୬ % ମତଦାନ ।#OdishaPoliticspic.twitter.com/f4avLXxBde
— ଓଟିଭି (@otvkhabar) May 13, 2024
- May 13, 2024 20:32 IST
ଜନତାଙ୍କ ସହ ପ୍ରାର୍ଥୀ ବି ଦେଲେ ଭୋଟ୍ । ଧାଡ଼ିରେ ଛଡ଼ା ହୋଇ ସାବ୍ୟସ୍ତ କଲେ ଗଣତାନ୍ତ୍ରିକ ଅଧିକାର
ଜନତାଙ୍କ ସହ ପ୍ରାର୍ଥୀ ବି ଦେଲେ ଭୋଟ୍ । ଧାଡ଼ିରେ ଛଡ଼ା ହୋଇ ସାବ୍ୟସ୍ତ କଲେ ଗଣତାନ୍ତ୍ରିକ ଅଧିକାର ।#Berhampur#OdishaPoliticspic.twitter.com/E7YUnHvvyd
— ଓଟିଭି (@otvkhabar) May 13, 2024
- May 13, 2024 20:32 IST
ଭୋଟ୍ ଲଢ଼େଇ ଆରମ୍ଭରୁ ହଙ୍ଗାମା । ଗଞ୍ଜାମର ଚିକିଟି, ବ୍ରହ୍ମପୁର ଓ ନବରଙ୍ଗପୁର ଝରିଗାଁରେ ଉତ୍ତେଜନା
ଭୋଟ୍ ଲଢ଼େଇ ଆରମ୍ଭରୁ ହଙ୍ଗାମା । ଗଞ୍ଜାମର ଚିକିଟି, ବ୍ରହ୍ମପୁର ଓ ନବରଙ୍ଗପୁର ଝରିଗାଁରେ ଉତ୍ତେଜନା#OdishaPolitics#Violencepic.twitter.com/tCD4Hj3xtE
— ଓଟିଭି (@otvkhabar) May 13, 2024
- May 13, 2024 20:01 IST
ଭୋଟ୍ ଆରମ୍ଭରୁ ହଙ୍ଗାମା ! ଚିକିଟି-ବ୍ରହ୍ମପୁର-ନବରଙ୍ଗପୁର ଝରିଗାଁରେ ଉତ୍ତେଜନା...
ଚିକିଟିରୁ ଗୋପାଳପୁର, ତା ସହ ବ୍ରହ୍ମପୁରର ବିଭିନ୍ନ ବୁଥ୍। ଭୋଟ୍ ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଉତ୍ତେଜନା, ଅଶାନ୍ତ ସ୍ଥିତି। ଚିକିଟି କଳାବାଡ଼ ପଞ୍ଚାୟତ ୧୪୬ ନମ୍ବର ବୁଥରେ ସକାଳୁ ସକାଳୁ ଉତ୍ତେଜନା। ବିଜେପି ଏଜେଣ୍ଟଙ୍କୁ ବୁଥରେ ପୂରାଇ ନଦେବା ଅଭିଯୋଗରେ ଉପୁଜିଥିଲା ଗଣ୍ଡଗୋଳ। ତଦନ୍ତ ପାଇଁ ସେଠାରେ ପହଞ୍ଚିଥିଲେ ନିର୍ବାଚନ ଅଧିକାରୀଙ୍କ ସ୍ୱତନ୍ତ୍ର ଟିମ୍। ଅଧିକ ପଢ଼ନ୍ତୁ...
- May 13, 2024 20:00 IST
EVMରେ ସିଲ୍ ହେଲା ୩୭ ସାଂସଦ-୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ
ଖରାକୁ ଖାତିର ନାହିଁ, ବାଧକ ସାଜିନି ବୟସ, ଅଟକାଇ ପାରିନି ଅକ୍ଷମତା । ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମନରେ ଢେର୍ ଉତ୍ସାହ, ବିଶେଷ ଆକର୍ଷଣ। ଦୀର୍ଘ ୫ ବର୍ଷ ପରେ ପୁଣି ମତଦାନ ମହାନ ସୁଯୋଗ ମିଳିଥିବାରୁ ଆଜି ସକାଳୁ ସକାଳୁ ବୁଥ୍ଗୁଡ଼ିକ ଆଗରେ ଲାଗିଥିଲା ଏମିତି ଲମ୍ବା ଲାଇନ୍। ମତାଧିକାର ସାବ୍ୟସ୍ତ ଲାଗି ଯୁବାବର୍ଗଙ୍କ ମଧ୍ୟରେ ଯେତିକି ଉତ୍ସାହ ଥିଲା, ଉପାନ୍ତ ଆଦିବାସୀ ଇଲାକାର ଆଦିମ ଜନଜାତି ଭୋଟରଙ୍କ ଭିତରେ ଥିଲା ତାଠୁ ଅଧିକ ଆକର୍ଷଣ। ଅଧିକ ପଢ଼ନ୍ତୁ...
- May 13, 2024 19:20 IST
ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ
ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଛି । ଆଶା କରଯାଉଛି ୭୦ ପ୍ରତିଶତ ଛୁଇଁବ ମତଦାନ ।#OdishaPolitics#Votingpic.twitter.com/U06fEINDrL
— ଓଟିଭି (@otvkhabar) May 13, 2024
- May 13, 2024 19:20 IST
୨ ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ସହ ଗିରଫ ନିର୍ଦ୍ଦେଶ
୨ ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ସହ ଗିରଫ ନିର୍ଦ୍ଦେଶ । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା CEOଙ୍କ ସୂଚନା#OdishaPoliticspic.twitter.com/QHOjgUP1gD
— ଓଟିଭି (@otvkhabar) May 13, 2024
- May 13, 2024 18:48 IST
ଭୋଟ ପର୍ସେଣ୍ଟେଜ୍ ଦର୍ଶାଉଛି ପରିବର୍ତ୍ତନ ନିଶ୍ଚିତ: ସମୀର ମହାନ୍ତି
ଭୋଟରମାନଙ୍କୁ ଧନ୍ୟବାଦ ଦେଲେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି । କହିଲେ ଭୋଟ ପର୍ସେଣ୍ଟେଜ୍ ଦର୍ଶାଉଛି ପରିବର୍ତ୍ତନ ନିଚିତ ।#BJP#OdishaPoliticspic.twitter.com/Lxcc4bIyGS
— ଓଟିଭି (@otvkhabar) May 13, 2024
- May 13, 2024 17:29 IST
ଜଗନ୍ନାଥଙ୍କ ଆଶୀର୍ବାଦ ନଥିଲେ କିଛି ହେବନି
#ଭୋଟ୍_ଦେଉଛି_ଓଡ଼ିଶା
ଜଗନ୍ନାଥଙ୍କ ଆଶୀର୍ବାଦ ନଥିଲେ କିଛି ହେବନି, ଅଧିକ ଭୋଟ ହେଲେ ଭଲ: ଜୟପୁର ବିଧାୟକ ପ୍ରାର୍ଥୀ#OdishaElections2024#Election2024#Jeypore#OdishaTV#OTVpic.twitter.com/Cgu9rUoABH— ଓଟିଭି (@otvkhabar) May 13, 2024
- May 13, 2024 17:07 IST
ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ
#ବିଧାୟକ_ପ୍ରାର୍ଥୀଙ୍କୁ_ଆକ୍ରମଣ
ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ। ଦେଉଳକୋନା ଗାଁ ବୁଥ ନଂ ୨୦୪ରେ ଆକ୍ରମଣ ଅଭିଯୋଗ । କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଝରିଗାଁ ଥାନାରେ ଏତଲା।#Jharigaon#BJPCandidate#OTVpic.twitter.com/57W3WTxcYK— ଓଟିଭି (@otvkhabar) May 13, 2024
- May 13, 2024 17:01 IST
୩ ଜଣ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା । ଗଞ୍ଜାମ ଜିଲ୍ଲାରେ ନିୟୋଜିତ ୩ ଜଣ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ । #ElectionCommission#Suspended#Election2024#OTVpic.twitter.com/MNlLxam0rP
— ଓଟିଭି (@otvkhabar) May 13, 2024
- May 13, 2024 16:34 IST
ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ
#ବିଧାୟକ_ପ୍ରାର୍ଥୀଙ୍କୁ_ଆକ୍ରମଣ
-ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ
-ଦେଉଳକୋନା ଗାଁ ବୁଥ ନଂ ୨୦୪ରେ ଆକ୍ରମଣ ଅଭିଯୋଗ
-କିଛି ବିଜେଡି କର୍ମୀ ଆକ୍ରମଣ କରିଥିବା ଝରିଗାଁ ଥାନାରେ ଏତଲା#Jharigaon#BJPCandidate#OTVpic.twitter.com/QvYPUAo36Q— ଓଟିଭି (@otvkhabar) May 13, 2024
- May 13, 2024 16:24 IST
୨ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ ନିର୍ଦ୍ଦେଶ
#୨_ପ୍ରିଜାଇଡିଂ_ଅଫିସରଙ୍କୁ_ଗିରଫ_ନିର୍ଦ୍ଦେଶ
୨ ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ସହ ଗିରଫ ନିର୍ଦ୍ଦେଶ । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା CEOଙ୍କ ସୂଚନା । ଛତ୍ରପୁରର ୨୭ ଓ ୧୬୩ ନଂ ବୁଥର ପ୍ରିଜାଇଡିଂ ଅଫିସର ଡ୍ୟୁଟିରେ ଗୁରୁତର ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ।#Ganjam#CEO#Presidingofficer#OTVpic.twitter.com/6zHha8ZJUw— ଓଟିଭି (@otvkhabar) May 13, 2024
- May 13, 2024 16:12 IST
୨ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ ନିର୍ଦ୍ଦେଶ
#୨_ପ୍ରିଜାଇଡିଂ_ଅଫିସରଙ୍କୁ_ଗିରଫ_ନିର୍ଦ୍ଦେଶ
-୨ ପ୍ରିଜାଇଡିଂ ଅଫିସରଙ୍କୁ ସସପେଣ୍ଡ ସହ ଗିରଫ ନିର୍ଦ୍ଦେଶ
-ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା CEOଙ୍କ ସୂଚନା
-ଛତ୍ରପୁରର ୨୭ ଓ ୧୬୩ ନଂ ବୁଥର ପ୍ରିଜାଇଡିଂ ଅଫିସର#Ganjam#CEO#PresidingOfficer#OTVpic.twitter.com/tdL59SDRke— ଓଟିଭି (@otvkhabar) May 13, 2024
- May 13, 2024 15:38 IST
ମତଦାନ କେନ୍ଦ୍ରରେ ସେଲଫି ପଏଣ୍ଟ
- May 13, 2024 15:31 IST
ବାଲାଟ୍ ବକ୍ସରେ ନିଜ ଫଟୋ ଦେଖିଲି
- May 13, 2024 14:46 IST
‘ବିଜେପିର ଇସ୍ତାହାରରେ ଧାନର ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା ବିଜେପିକୁ ସହାୟକ ହେବ
- May 13, 2024 14:42 IST
ସାରା ଭାରତବର୍ଷରେ ଆପଣ ଯେଉଁ ଗାଁକୁ ଯିବେ କଂଗ୍ରେସ ଲୋକ ପାଇବେ।
ସାରା ଭାରତବର୍ଷରେ ଆପଣ ଯେଉଁ ଗାଁକୁ ଯିବେ କଂଗ୍ରେସ ଲୋକ ପାଇବେ। #Election2024#Congress#OTVpic.twitter.com/1rFbtqXyhl
— ଓଟିଭି (@otvkhabar) May 13, 2024
- May 13, 2024 14:28 IST
ଜୟପୁର ବୋରିଗୁମ୍ମାରେ ଇକୋ ଫ୍ରେଣ୍ଡଲି ବୁଥ । ପରିବେଶ ସୁରକ୍ଷା ବାର୍ତ୍ତା ସହ ଭୋଟ ଗ୍ରହଣ ଜାରି ।
- May 13, 2024 14:24 IST
'ଏଥର ରାଜ୍ୟରେ ସରକାର ପରିବର୍ତ୍ତନ ହେଉ ବୋଲି ମୋର ଇଛା। ଭଲ ପାର୍ଟି ଭଲ ଦେଖି ଭୋଟ୍ ଦିଅନ୍ତୁ।'
- May 13, 2024 13:52 IST
'ତାଙ୍କେ ଭିତରକୁ ଡାକିଲେ, ପଚାରିଲେ ତମର ପାସ୍ ଅଛି କି ନାହିଁ। ମୁଁ ଭିତରକୁ ଯାଇନି ଆଜ୍ଞା'
- May 13, 2024 13:51 IST
ନା ଭୋଟ୍ କେବେ ଛାଡ଼ିବିନି'
- May 13, 2024 13:39 IST
ଭୋଟ୍ ଦେଲେ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
- May 13, 2024 13:17 IST
ନବରଙ୍ଗପୁର ଝରିଗାଁରେ ଇକୋଫ୍ରେଣ୍ଡଲି ବୁଥ୍ । ଭୋଟ ଦେଲେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝି ।
- May 13, 2024 13:06 IST
'କରି କରାଉ ଥାଇ ମୁହିଁ ମୋବିନୁ ଅନ୍ୟଗତି ନାହିଁ’
- May 13, 2024 13:05 IST
ତାରା ବାହିନୀପତି ଏବଂ ତାଙ୍କ ପତ୍ନୀ ଉଭୟେ ଆଜି ଭୋଟ୍ ଦେବା ସମୟରେ କଣ କହିଲେ ଶୁଣନ୍ତୁ
- May 13, 2024 12:29 IST
ଭୋଟର୍ଙ୍କ ଭିତରେ ନାହିଁ ନଥିବା ଉତ୍ସାହ; ଦିନ ୧୧ଟା ସୁଦ୍ଧା ୨୩.୨୮% ମତଦାନ
ଗଣତନ୍ତ୍ରର ମହାନ ପର୍ବରେ ସାମିଲ୍ ହୋଇଛି ଓଡ଼ିଶା। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ନିଜ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ରକୁ ଯାଉଛନ୍ତି। ତେବେ ଦିନ ୧୧ଟା ସୁଦ୍ଧା ୨୩.୨୮% ମତଦାନ ରେକର୍ଡ କରାଯାଇଛି । ECI ଆପ୍ ମୁତାବକ ନୂଆପଡ଼ାରେ ସର୍ବାଧିକ ୨୭.୮୮% ମତଦାନ ରେକର୍ଡ ହୋଇଥିବା ବେଳେ ରାୟଗଡ଼ାରେ ସର୍ବନିମ୍ନ ୨୧% ମତଦାନ ରେକର୍ଡ କରାଯାଇଛି। ଅଧିକ ପଢ଼ନ୍ତୁ...
- May 13, 2024 12:28 IST
କାର୍ଯ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଫିସର ସସପେଣ୍ଡ
- May 13, 2024 12:27 IST
ଭୋଟ୍ ଦେଲେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା
- May 13, 2024 12:14 IST
ଭୋଟ୍ ଦେଉଛନ୍ତି ୧୦୮ ବର୍ଷର ମହିଳା
- May 13, 2024 12:12 IST
୨ ପୋଲିଂ ଅଫିସର ସସ୍ପେଣ୍ଡ: CEO
#୨_ପୋଲିଂ_ଅଫିସର_ସସ୍ପେଣ୍ଡ: CEO
-ରାଜ୍ୟରେ ଚାଲିଥିବା ପ୍ରଥମ ଫେଜ୍ ଭୋଟିଂ ନେଇ CEOଙ୍କ ସୂଚନା
-ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ସସ୍ପେଣ୍ଡ କରାଯାଇଛି
-ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସର ସସ୍ପେଣ୍ଡ୍— ଓଟିଭି (@otvkhabar) May 13, 2024
- May 13, 2024 12:10 IST
‘ଚାରିଆଡ଼େ ଖାଲି ଫୁଲ ହେ ଶଙ୍ଖ ଆଉ ଦୁଶୁନି’
- May 13, 2024 12:02 IST
ଡାଳ ପତ୍ର ଘେରା ସବୁଜିମା ଭରା ବୁଥ୍
- May 13, 2024 11:55 IST
୧୧ଟା ସୁଦ୍ଧା ୨୩.୨୮% ମତଦାନ
#୧୧ଟା_ସୁଦ୍ଧା_୨୩.୨୮%_ମତଦାନ
-ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୩.୨୮% ମତଦାନ
-ECI ଆପ୍ରୁ ମତଦାନ ନେଇ ସୂଚନା
-ମୋହନା ୨୧.୪୭%, ନବରଙ୍ଗପୁର ୨୧.୫୦%
-ନର୍ଲା ୨୬.୪୬%, ନୂଆପଡ଼ା ୨୭.୮୮% ମତଦାନ
-ପାରଳାଖେମୁଣ୍ଡି ୨୨.୬୪%, ପଟାଙ୍ଗୀ ୨୪.୮୧%
-ରାୟଗଡ଼ା ୨୧% ଓ ଉମରକୋଟ ୨୬.୨୦% ମତଦାନ#Elections2024#OTVpic.twitter.com/UcGUeICdSI— ଓଟିଭି (@otvkhabar) May 13, 2024
- May 13, 2024 11:54 IST
ଭୋଟ୍ ଦିଅ ମାଣ୍ଡିଆ ଜାଉ ଖାଅ
#ଭୋଟ୍_ଦିଅ_ମାଣ୍ଡିଆ_ଜାଉ_ଖାଅ
ଭୋଟ୍ ଦିଅ ମାଣ୍ଡିଆ ଜାଉ ଖାଅ... ଖରାକୁ ଦୃଷ୍ଟିରେ ରଖି ଓଆରଏସ୍, ମେଡିସିନ୍ ସହ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ମାଣ୍ଡିଆ ଜାଉର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତାକୁ ଦୃଷ୍ଟିରେ ଏଭଳି ବ୍ୟବସ୍ଥା କରାଯାଇଛି। #OdishaElections2024#Election2024#Jeypur#Koraput#OTVpic.twitter.com/Bq7KqyWsHx— ଓଟିଭି (@otvkhabar) May 13, 2024
- May 13, 2024 11:43 IST
ବୁଥ୍ ମୁହାଁ ଭୋଟର୍; ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ସକାଳୁ ଭୋଟର୍ମାନେ ବୁଥ୍କୁ ଯାଇ ଭୋଟ୍ ଦେଉଛନ୍ତି। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ ରେକର୍ଡ କରାଯାଇଛି । କୋରାପୁଟରେ ସର୍ବାଧିକ ୧୩.୧୪ % ଭୋଟିଂ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧ % ଭୋଟିଂ ହୋଇଛି। ଅଧିକ ପଢ଼ନ୍ତୁ...
- May 13, 2024 11:40 IST
ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଦେଉଛି ଓଡ଼ିଶା
#ଶାନ୍ତିଶୃଙ୍ଖଳାର_ସହ_ଭୋଟ୍_ଦେଉଛି_ଓଡ଼ିଶା
ଓଡ଼ିଶାରେ ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟରେ ମତଦାନ କରୁଛନ୍ତି ସାଧାରଣ ଲୋକ। ଗୋପାଳପୁରର ଏକ ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟିଂ...#VotingDay#OdishaElections2024#Election2024#Gopalpur#Ganjam#OTVpic.twitter.com/ct3kjhUn0Z— ଓଟିଭି (@otvkhabar) May 13, 2024
- May 13, 2024 11:25 IST
ବ୍ରହ୍ମପୁରରେ ଭୋଟ୍ ଦାନ ପାଇଁ ଜନତାଙ୍କ ମଧ୍ୟରେ ଉତ୍ସାହ
ବ୍ରହ୍ମପୁରରେ ଭୋଟ୍ ଦାନ ପାଇଁ ଜନତାଙ୍କ ମଧ୍ୟରେ ଉତ୍ସାହ । ଲାଇନରେ ଯାଇ ଭୋଟ୍ ଦେଉଛନ୍ତି ଲୋକେ । #FirstPhaseVoting#OdishaElection#Election2024#Berhampur#OTVpic.twitter.com/v9IRHtVR7c
— ଓଟିଭି (@otvkhabar) May 13, 2024
- May 13, 2024 11:20 IST
ମୌଳିକ ସମସ୍ୟା ସମାଧାନ ଦାବିରେ ନାରାୟଣପାଟଣାରେ ଭୋଟ୍ ବର୍ଜନ
ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ। ତେବେ ପ୍ରଥମ ପର୍ଯ୍ୟାୟ ମତଦାନରେ ଭୋଟ୍ ବର୍ଜନ କରିଛନ୍ତି ନାରାୟଣପାଟଣା ଭୋଟ୍ର । ମୌଳିକ ସମସ୍ୟା ସମାଧାନ ଦାବିରେ ନାରାୟଣପାଟଣାରେ ଭୋଟ୍ ବର୍ଜନ କରିଛନ୍ତି ଭୋଟର। ଅଧିକ ପଢ଼ନ୍ତୁ...
- May 13, 2024 11:05 IST
EVM ତ୍ରୁଟି ଅଧ ଘଣ୍ଟାଏର ସମାଧାନ: CEO
#EVM_ତ୍ରୁଟି_ଅଧ_ଘଣ୍ଟାଏର_ସମାଧାନ:_CEO
ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ସିଇଓଙ୍କ ସୂଚନା । ଯେଉଁଠି EVM ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ । ମକ୍ପୋଲ ବେଳେ ଯେଉଁଠି ତ୍ରୁଟି ସାମ୍ନାକୁ ଆସିଛି ରିପ୍ଲେସ ହୋଇଛି#Voting#GeneralElection2024#CEO#OTVpic.twitter.com/Fg0MnncVyD— ଓଟିଭି (@otvkhabar) May 13, 2024
- May 13, 2024 10:59 IST
ପ୍ରଥମଥର ଭୋଟ୍ ଦେଇ ଖୁବ୍ ଖୁସି ଲାଗିଲା
- May 13, 2024 10:43 IST
ଚିକିଟି କୃଷ୍ଣପୁର ନୋଡାଲ ସ୍କୁଲରେ ଭୋଟିଂ ଜାରି । ବୁଥ ପରିଚାଳନା କରୁଛନ୍ତି ଭିନ୍ନକ୍ଷମ ଅଧିକାରୀ
ଚିକିଟି କୃଷ୍ଣପୁର ନୋଡାଲ ସ୍କୁଲରେ ଭୋଟିଂ ଜାରି । ବୁଥ ପରିଚାଳନା କରୁଛନ୍ତି ଭିନ୍ନକ୍ଷମ ଅଧିକାରୀ । #FirstPhaseVoting#OdishaElection#Election2024#Chikiti#OTVpic.twitter.com/6809RABlKT
— ଓଟିଭି (@otvkhabar) May 13, 2024
- May 13, 2024 10:34 IST
ମତଦାନ କରିବା ପାଇଁ ଧାଡ଼ିରେ ଛିଡ଼ା ହେଲେ ଜିଲ୍ଲାପାଳ
#ମତଦାନ_ପାଇଁ_ଧାଡ଼ିରେ_ଛିଡ଼ା_ହେଲେ_ଜିଲ୍ଲାପାଳ
ମତଦାନ କରିବା ପାଇଁ ଧାଡ଼ିରେ ଛିଡ଼ା ହେଲେ ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର । ଶାନ୍ତିଶୃଙ୍ଖଳାର ସହ ଜିଲ୍ଲାବାସୀଙ୍କୁ ଭୋଟ୍ ଦେବା ପାଇଁ କଲେ ନିବେଦନ।#VotingDay#OdishaElections2024#Malkangiri#Odisha#OTVpic.twitter.com/bSNi1qXAeW— ଓଟିଭି (@otvkhabar) May 13, 2024
- May 13, 2024 10:25 IST
'ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି ଦେଖିକି ଖୁସି ଲାଗୁଛି। ବିଜେପିର ଯୁବନେତାଙ୍କୁ ସମସ୍ତେ ପସନ୍ଦ କରୁଛନ୍ତି’ ।
- May 13, 2024 10:18 IST
କଳାହାଣ୍ଡିର ଧର୍ମଗଡ଼ରେ ଭୋଟ୍ ଦେବାକୁ ଜନତାଙ୍କ ମଧ୍ୟରେ ଉତ୍ସାହ
- May 13, 2024 09:55 IST
ଚିକିଟିରେ ରାଜନୈତିକ ହିଂସା
- May 13, 2024 09:53 IST
ଭୋଟ୍ ଦେବା ସହ ଭୋଟରଙ୍କୁ ଏପରି ଅପିଲ କରିଲେ ସପ୍ତଗିରି ଉଲାକା
- May 13, 2024 09:45 IST
୯ଟା ସୁଦ୍ଧା ୯.୨୫% ମତଦାନ
#୯ଟା_ସୁଦ୍ଧା_୯.୨୫%_ମତଦାନ
-ରାଜ୍ୟରେ ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ
-ECI ଆପ୍ରୁ ମତଦାନ ନେଇ ସୂଚନା#Voting#GeneralElection2024#ECI#OTVpic.twitter.com/gfKkHHDrvJ— ଓଟିଭି (@otvkhabar) May 13, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)