• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେଡି ନେତା ଭି. କେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅଘରିଆ ସମାଜର ଅଭିଯୋଗ । ଜମି ଦେବା ନାଁରେ ଭୂଆଁ ବୁଲାଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ଅଖିଳ ଭାରତୀୟ ଅଘରିଆ ମହାସମାଜ । ଅଭିଯୋଗ କରିଛି, ଝାରସୁଗୁଡା ଉପନିର୍ବାଚନ ବେଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଘରିଆ ସମାଜର କର୍ମକର୍ତ୍ତାଙ୍କୁ ଡାକିଥିଲେ ।

ସେତେବେଳେ ଭୁବନେଶ୍ୱର କିମ୍ବା ପୁରୀରେ ଏକ ଭବନ ନିର୍ମାଣ ପାଇଁ ଦାବି କରିଥିଲେ ସେମାନେ । ଅଖିଳ ଭାରତୀୟ ଅଘରିଆ ସମାଜକୁ ଭୁବନେଶ୍ୱର ପଟିଆରେ ଅଧ ଏକର ଜମି ସହ ୩କୋଟି ଅନୁଦାନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଭୋଟ୍ ସରିବା ପରେ ସେହି ଜମି ଓ ଅନୁଦାନକୁ ଭୁବନେଶ୍ୱରର ଏକ ଅନୁଷ୍ଠାନରୁ ଦେଇଦେଲେ ।

ଏନେଇ ବହୁ ଥର ଅଭିଯୋଗ ପରେ ମଧ୍ୟ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦେଉନଥିବା ଅଘରିଆ ସମାଜ ଅଭିଯୋଗ କରିଛି । ଏନେଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ଅଘରିଆ ମହାସମାଜର ଅଭିଯୋଗ ଉପରେ ବିଜେଡି କି ପ୍ରଣବ ପ୍ରକାଶ ଦାସ କିମ୍ବା ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ ।

ଅନ୍ୟପଟେ ଗତକାଲି ପ୍ରଚାର ସଭାରେ ପାଣ୍ତିଆନଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଗତକାଲି ଓଡ଼ିଶାରେ ତିନି ତିନିଟି ନିର୍ବାଚନୀ ସଭା କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରୋକ୍ଷରେ ପାଣ୍ଡିଆନଙ୍କୁ ବି ନିଶାନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବିଜେଡି ସରକାରକୁ କିଏ ଚଳାଉଛି ବୋଲି ପ୍ରଶ୍ନ କରିବା ସହ ଏଠି ସିଏମ୍‌ଙ୍କ ଉପରେ ଜଣେ ସୁପର ସିଏମ୍ ଥିବା କହିଥିଲେ । ଏମିତିକି ବିଜେଡି ସରକାରର ଏକ୍ସପାଏରି ଡେଟ୍ ଆସିଯାଇଥିବା ଓ ଏ ସରକାର ଯିବାର କାଣ୍ଟଡାଉନ୍ ଆରମ୍ଭ ହୋଇଯାଇଥିବା କହିଥିଲେ ପ୍ରଧାନମନ୍ତ୍ରୀ ।

ଏହାର ଉତ୍ତରରେ ପ୍ରତିକ୍ରିୟା ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୩ ମିନିଟ୍‌ର ଏକ ଭିଡିଓ ସେୟାର କରି ସେ କହିଥିଲେ ‘ମୋର କ’ଣ ମନେ ଅଛି କି ନାହିଁ, ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲଭାବେ ଜାଣିଛନ୍ତି । କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେ ରଖିଛନ୍ତି । ଓଡ଼ିଆ ଭାଷା, ଶାସ୍ତ୍ରୀୟ ଭାଷା ହେଲା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲିଗଲେ ।

ଆପଣ ଓଡ଼ିଶୀ ସଂଗୀତକୁ ଭୁଲିଗଲେ । ମୁଁ ଓଡ଼ିଶୀ ମ୍ୟୁଜିକକୁ କ୍ଳାସିକାଲ ମାନ୍ୟତା ପାଇଁ ମୁଁ ୨ ଥର ପ୍ରପୋଜାଲ ପଠାଇଥିଲି । ଆପଣ ୨ ଥର ରିଜେକ୍ଟ କଲେ। ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି । କେତେ ନାଁ ଆଜି ଆପଣ ବି କହିଲେ’ । ସେ ଆହୁରି କହିଛନ୍ତି ‘କେହି ଜଣେ ହେଲେ ବି ଭାରତରତ୍ନ ପାଇଁ ଠିକ୍ ଲାଗିଲେ ନାହିଁ କି ? ଆପଣ ଭାରତ ରତ୍ନ ବାଣ୍ଟିଲାବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ ? ଆପଣ ଚାଷୀମାନଙ୍କ ପାଇଁ MSP ଦୁଇ ଗୁଣା କରିବାକୁ ପ୍ରମିଜ୍ କରିଥିଲେ, ଆପଣ ତାକୁ ବି ଭୁଲିଗଲେ ।

ଆପଣ ଓଡ଼ିଶା ଲୋକଙ୍କୁ ମନେ ରଖିକି କୋଷ୍ଟାଲ୍ ହାଇୱେ କରିବାର ଥିଲା । ସେଇଟା ବି ଭୁଲିଗଲେ । ଓଡ଼ିଶାର ସଂପଦ କୋଇଲା । କୋଇଲା ଆପଣ ନେଉଛନ୍ତି, ରୟାଲଟି ବଢ଼ାଇବା ପାଇଁ ୧୦ ବର୍ଷ ହେଲା ଭୁଲିଗଲେ ? କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେପକାଇଲେ କିଛି ଲାଭ ନାହିଁ । ଆପଣ ୨୦୧୪ ଏବଂ ୨୦୧୯ରେ ନିଜେ କରିଥିବା ପ୍ରମିସେସକୁ ମନେ ରଖିଛନ୍ତି କି ? ମହାପ୍ରଭୁଙ୍କ ଆଶିର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜୁ ଜନତା ଦଳ ଷଷ୍ଠଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ’ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now