Advertisment

ଭୋଟର୍‌ଙ୍କ ଭିତରେ ନାହିଁ ନଥିବା ଉତ୍ସାହ; ଦିନ ୧୧ଟା ସୁଦ୍ଧା ୨୩.୨୮% ମତଦାନ

ECI ଆପ୍‌ ମୁତାବକ ନୂଆପଡ଼ାରେ ସର୍ବାଧିକ ୨୭.୮୮% ମତଦାନ ରେକର୍ଡ ହୋଇଥିବା ବେଳେ ରାୟଗଡ଼ାରେ ସର୍ବନିମ୍ନ ୨୧% ମତଦାନ ରେକର୍ଡ କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Odisha Election 2024 First Phase Voting

first-phase-of-polls-in-odish

ଗଣତନ୍ତ୍ରର ମହାନ ପର୍ବରେ ସାମିଲ୍ ହୋଇଛି ଓଡ଼ିଶା। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଭୋଟରଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ନିଜ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ରକୁ ଯାଉଛନ୍ତି। ତେବେ ଦିନ ୧୧ଟା ସୁଦ୍ଧା ୨୩.୨୮% ମତଦାନ ରେକର୍ଡ କରାଯାଇଛି । ECI ଆପ୍‌ ମୁତାବକ ନୂଆପଡ଼ାରେ ସର୍ବାଧିକ ୨୭.୮୮% ମତଦାନ ରେକର୍ଡ ହୋଇଥିବା ବେଳେ ରାୟଗଡ଼ାରେ ସର୍ବନିମ୍ନ ୨୧% ମତଦାନ ରେକର୍ଡ କରାଯାଇଛି।

Advertisment

ମୋହନାରେ ୨୧.୪୭%, ନବରଙ୍ଗପୁର ୨୧.୫୦% -ନର୍ଲା ୨୬.୪୬%, ନୂଆପଡ଼ା ୨୭.୮୮% ମତଦାନ -ପାରଳାଖେମୁଣ୍ଡି ୨୨.୬୪%, ପଟାଙ୍ଗୀ ୨୪.୮୧% ଓ ଉମରକୋଟ ୨୬.୨୦% ମତଦାନ ହୋଇଛି। ଧିରେ ଧିରେ ଅଧିକ ସଂଖ୍ୟକ ଭୋଟର ବୁଥ୍ ଯାଇ ଭୋଟ୍ ଦେଉଛନ୍ତି। ଓଡ଼ିଶାର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ। ଏଥିପାଇଁ ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ। ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ଭୋଟିଂ।

 Live Updates: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ; ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

Advertisment

ବ୍ରହ୍ମପୁର ଲୋକସଭା ଆସନର ୭ ବିଧାନସଭା ଆସନ- ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡିରେ ହେଉଛି ଭୋଟ ଗ୍ରହଣ। କଳାହାଣ୍ଡି ଲୋକସଭା ଆସନ ଆସନର ୭ ବିଧାନସଭା ଆସନ- ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାରେ ହେଉଛି ମତଦାନ। ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି ଓ ଚିତ୍ରକୋଣ୍ଡାରେ ଚାଲିଛି ମତଦାନ।

ସେହିପରି କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଗୁଣୁପୁର, ବିଷମ କଟକ,ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀରେ ହେଉଛି ମତଦାନ। ପ୍ରଥମ ପର୍ଯ୍ୟାୟରେ ଭୋଟ ପାଇଁ ୭ ହଜାର ୩୦୩ ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୭୧୫ଟି ବୁଥ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ୧ ହଜାର ୨୬୪ଟି କ୍ରିଟିକାଲ ମତଦାନ କେନ୍ଦ୍ର ରହିଛି । ସେହିପରି ୪ଟି ପର୍ଯ୍ୟାୟରେ ସଂସଦୀୟ କ୍ଷେତ୍ର ଲାଗି ୩୭ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟ ଭୋଟିଂ; ବାଜିରେ ଲାଗିଛି ବହୁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ

Election Commission Odisha Election General Election 2024
Advertisment
Advertisment