Advertisment

ବ୍ରହ୍ମପୁର ଛାତ୍ରୀ ଗଣଦୁଷ୍କର୍ମ ମାମଲା; 'BJD ନେତାଙ୍କ ସହ ୩ ଜଣଙ୍କୁ ଛାଡ଼ିଦେଲା ପୋଲିସ'

ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନ, ପୋଲିସ ଚୁପ୍ । ଗଣଦୁଷ୍କର୍ମକୁ ନେଇ ଠିକ୍ ନୁହେଁ ରାଜନୀତି କହିଲା ବିଜେଡି   ।

author-image
Satyendu Shekher Mishra
undefined

Crime

ମେ ୩ ତାରିଖ । ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ମେ ୫ ତାରିଖ । ପୀଡିତାଙ୍କ ଅଭିଯୋଗ ପରେ ରୁଜୁ ହେଲା ମାମଲା । ମେ ୭ ତାରିଖ ଘଟଣାରେ ୮ ଜଣଙ୍କୁ ଗିରଫ କଲା ପୋଲିସ । ମେ ୧୨ ତାରିଖ। ଘଟଣାର ୧୦ ଦିନ ପରେ ବି ତାତି ଥମୁନଥିବା ବେଳେ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି।

Advertisment

ଦଳ କହିଛି, ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା । ସମସ୍ତଙ୍କ ମେଡିକାଲ ପରୀକ୍ଷା ବି କରାଇଥିଲା। ହେଲେ କୋର୍ଟ ଚାଲାଣ କରିବା ବେଳକୁ ୩ ଜଣଙ୍କୁ ଛାଡିଦେଇଥିଲା ପୋଲିସ । ଏମାନଙ୍କ ମଧ୍ୟରେ ରହିଛି ଗଞ୍ଜାମର ବିଜେଡି ଛାତ୍ର ନେତା ବିକ୍ରମ ଜେନା। ବିଜେପି ଅଭିଯୋଗ କରିଛି, ଜିଲ୍ଲାର ବଡ ବଡ ବିଜେଡି ନେତାଙ୍କ ସହ ବିକ୍ରମର ସଂପର୍କ ରହିଛି। ବିଧାୟକ ବିକ୍ରମ ପଣ୍ଡା ଓ ବିଜେଡି ନେତା ସନ୍ତୋଷ ପାତ୍ରଙ୍କ ଖାସ୍ ହେଉଛି ବିକ୍ରମ ।

ଇଏ ସେହି ବିକ୍ରମ। ଯିଏ ବ୍ରହ୍ମପୁର ଲୋକସଭା ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଗସ୍ତ ବେଳେ ବିଜେଡି ପକ୍ଷରୁ କରାଯାଇଥିବା ପ୍ରତିବାଦରେ ସାମିଲ ଥିଲେ। ଏପରିକି ପ୍ରଦୀପଙ୍କ କାର୍ ଉପରେ ଚଢି ବିରୋଧ ପ୍ରଦର୍ଶନ କରିଥିଲେ। ବିଜେପିର ଅଭିଯୋଗ ନେଇ ବିକ୍ରମ ଜେନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment

ପ୍ରଶ୍ନ ଉଠୁଛି, କେଉଁ ଆଧାରରେ ବିକ୍ରମ ଜେନାଙ୍କ ମେଡିକାଲ ଟେଷ୍ଟ କରି ଛାଡିଦେଲା ପୋଲିସ ? କାହିଁକି ଗିରଫ କରାଗଲାନି ? ନିର୍ବାଚନ ବେଳେ ବିକ୍ରମଙ୍କୁ ଗିରଫ ନକରିବାକୁ ପଡିଥିଲା କି ଚାପ ? ଦୁଷ୍କର୍ମ ଭଳି ସଙ୍ଗୀନ ଘଟଣାରେ ବିକ୍ରମଙ୍କୁ ଗିରଫ କରାଯାଇଥିଲେ, ଦଳର ଭାବମୂର୍ତ୍ତି ଉପରେ ଆଂଚ୍ ଆସିବା ଆଶଙ୍କାରେ ତାଙ୍କୁ ପୋଲିସ ଛାଡିଦେଇଥିଲା କିି ?

କେବଳ ଏତିକି ନୁହେଁ, ଏସପି ପ୍ରେସମିଟ୍ କରି ସମ୍ବିତ ପାଣିଗ୍ରାହୀଙ୍କୁ ଗିରଫ ଦେଖାଇବା ପରେ ଭୁଲରେ ତାଙ୍କ ନା ପ୍ରକାଶ କରାଯାଇଥିବା ଏବଂ ପରେ ଜୁମନ ଗୌଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବି ସନ୍ଦେହ ସୃଷ୍ଟି କରୁଛି। 

ରାତି ପାହିଲେ ବ୍ରହ୍ମପୁରରେ ନିର୍ବାଚନ ଥିବା ବେଳେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସର ନିରପେକ୍ଷ ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ, ଆଉ ଚର୍ଚ୍ଚା ବି ଜୋର୍।

BJD BJP Congress Odisha Politics General Election 2024
Advertisment
Advertisment