ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି କହିଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ମଧ୍ୟରେ ଖୋଲିବ ୪ ଦ୍ୱାର ।
ରାଜ୍ୟ ସରକାରଙ୍କୁ ନିର୍ଧୁମ ଟାର୍ଗେଟ୍ କରିଛନ୍ତି । ସେଠାରୁ ଭୁବନେଶ୍ୱର ଆସିଥିଲେ ତାପରେ କଟକରେ ପହଞ୍ଚି ରୋଡ୍ ଶୋ' କରିଛନ୍ତି ।
ନବୀନ ସରକାର ଏଠି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ।
ବଲାଙ୍ଗିରରୁ ରାହୁଲଙ୍କ ନିଶାନା। ଜନ ଆଶୀର୍ବାଦ ସଭାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ।
ନବୀନଙ୍କର ଆଉ ଆବଶ୍ୟକତା ନାହିଁ । ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି ବୋଲି ଦୋହରାଇଛନ୍ତି ଅମିତ୍ ଶାହ ।
ରାଉରକେଲା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ରାଜ୍ୟ ସରକାରଙ୍କ ପଲିସି ଠିକ୍ କି ନାହିଁ ତାହା ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି ।
ଗାଁକୁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଥିଲେ ସନାତନ। ତେବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିରିଗିସିଂଘା ଗାଁରେ ହଠାତ୍ ଜଣେ ବ୍ୟକ୍ତି ସାମ୍ନାକୁ ଆସି ଜୋତାମାଳ ପିନ୍ଧାଇଥିଲେ।
ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆସନ୍ତା ୧୭ ତାରିଖରେ ସେ ଆସିବେ। ରାଜ୍ୟର ୩ଟି ସ୍ଥାନରେ ପ୍ରଚାର କରିବେ ।
ଭୁବନେଶ୍ୱର ବିମାନବନ୍ଦରରୁ ସୋରଡ଼ା ଅଭିମୁଖେ ଗଲେ ଶାହ। ସୋରଡ଼ାରେ ସାଧାରଣ ସଭାରେ ଯୋଗଦେବେ।
ଏକ କୋଟି ମହିଳାଙ୍କୁ ଏକ ବର୍ଷରେ ଲକ୍ଷପତି କରିଦେବୁ କହିଲେ ରାହୁଲ ଗାନ୍ଧି। କୋଟିଏ ଟଙ୍କା ଗରିବଙ୍କ ପକେଟ୍କୁ ଯିବ। ସବୁ ବନ୍ଦ ଥିବା ଫ୍ୟାକ୍ଟ୍ରି ଚାଲୁ କରାଯିବ।
କେମିତି ଥିଲା ଭାରତର ପ୍ରଥମ ସାଧାରଣ ନିର୍ବାଚନ? ଭୋଟରମାନେ କିଭଳି ମତସାବ୍ୟସ୍ତ କାରିଥିଲେ ? ଆପଣ ଜାଣିଛନ୍ତି କି ? ଭାରତର କିଛି ଗାଁ ପାକିସ୍ତାନକୁ ଚାଲିଯାଇଥିଲା। ଏମିତି ଆହୁରି ଅନେକ କିଛି ଘଟିଥିଲା ଆମ ଭାରତର ଇତିହାସରେ।
ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୭୫.୬୮% ମତଦାନ ହୋଇଛି। ନବରଙ୍ଗପୁରରେ ସର୍ବାଧିକ ଲୋକ ଭୋଟ୍ ଦେଇଥିବା ବେଳେ ବ୍ରହ୍ମପୁରରେରେ ସର୍ବନିମ୍ନ ମତଦାନ ହୋଇଛି।
ବାଲେଶ୍ୱର NOCCI ହଲରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ଓମ୍ ବିର୍ଲା। ପରେ ସମ୍ବଲପୁର ଯିବେ।
ଆଜିଠୁ ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି।
ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଥିଲେ ବିଜେପି କର୍ମୀ। ପୋଲିସର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲା ବିଜେପି।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ରୁଣ୍ଡ ହୋଇଥିଲେ ପ୍ରଦୀପଙ୍କ ଶତାଧିକ ସମର୍ଥକ । ଭିତରେ ପ୍ରଦୀପଙ୍କ ଚିକିତ୍ସା ଚାଲିଥିବା ବେଳେ ବାହାରେ ପିଣ୍ଟୁଙ୍କ ଗିରଫ ଦାବିରେ କରିଥିଲେ ନାରାବାଜି। ଗୋଷାଣିନୂଆଗଁ ଥାନା ଆଗରେ ପିଣ୍ଟୁଙ୍କ ସମର୍ଥକ ବି ତାଙ୍କ ନେତାଙ୍କୁ ଛାଡ଼ିବା ଦାବିରେ ଗହଳି କରିଥିଲେ।
ମତଦାନ କେନ୍ଦ୍ର ଆଗରେ ଠିଆ ହୋଇଥିବା ପୋଲିଂ ଅଧିକାରୀଙ୍କ ଗାଡ଼ି ସାମ୍ନାରେ ଚାଲିଛି ଆଲୋଚନା। ଇଭିଏମ୍ ଠିକରେ ସିଲ୍ ହୋଇଛି କି ନାହିଁ, ସେନେଇ ଅଧିକାରୀଙ୍କୁ ପଚାରି ବୁଝୁଥିଲେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ। ୪ ସଂସଦୀୟ କ୍ଷେତ୍ରର ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଛି ।
ଗଣମାଧ୍ୟମରେ ଘନ ଘନ ବିଜ୍ଞାପନ ସହ ନିର୍ବାଚନୀ ସଭାରେ ସମାନ କଥା କହି ବୁଲୁଛନ୍ତି ବିଜେଡି ନେତା।
ରାଜ୍ୟର ୯୦ ପ୍ରତିଶତ ଉପଭୋକ୍ତଙ୍କୁ ମାଗଣା ବିଜୁଳି ନେଇ ବିଜେଡି ଘୋଷଣାରେ ସତ୍ୟତା କେତେ ?
ନିଜ ସପକ୍ଷରେ ଅଧିକ ସିଟ୍ ଯିବା ନେଇ ସବୁ ଦଳର ଦାବି ।
ଗତକାଲି ପାଟ ପଟୁଆର ସହ ଆସି ମଧ୍ୟ ନାମାଙ୍କନ ନକରି ଫେରିଯାଇଥିବା ରହସ୍ୟରୁ ପରଦା ହଟାଇଲେ ମାହାଙ୍ଗାର ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ।
ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ୩୫ ଆସନରେ ଏଥର ଲଢୁଛନ୍ତି ୨୬୫ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ବିଜେପିର ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୯ ଜଣ ଓ ବିଜେଡ଼ିର ଏହି ୪ ଜଣଙ୍କ ନାଁରେ ରହିଛି କ୍ରିମିନାଲ କେସ୍।
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ସଂପର୍କରେ ବୈଜୟନ୍ତଙ୍କ ମନ୍ତବ୍ୟକୁ ବିଜେଡିର କଦର୍ଥ ପ୍ରସଙ୍ଗ । ଏନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ ପ୍ରତିକ୍ରିୟା ମିଳିଲା ।
ପର୍ଶୁରାମ ଧଡ଼ା ହେଲେ ବିଜେପିର ନୂଆ ପ୍ରାର୍ଥୀ। ଏନେଇ ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।