ବିଜେପିର ଫୋକସ୍ ୫୦ରୁ ୬୦ସିଟ୍ । ସେତିକି ଜିତିଲେ ବିଜେଡିକୁ ଭାଙ୍ଗି ଓଡ଼ିଶାରେ ସରକାର କରିବ ବିଜେପି । ଏହା ବିଜେପିର ରଣନୀତି। ବିଜେପି ବିରୋଧରେ ପାଣ୍ଡିଆନଙ୍କ ଏମିତି ଅଭିଯୋଗକୁ ନେଇ ହଲଚଲ୍ ରାଜ୍ୟ ରାଜନୀତି।
ବିଜେପିର ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନିଂରେ ସରଗରମ ରାଜ୍ୟ ପ୍ରଚାର ମୈଦାନ୍ । ଆଜି ଦଳର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ସିଏମ୍ ବିଷ୍ଣୁଦେଓ ସାଏ ମାରାଥନ ପ୍ରଚାର କରି ଦଳ ପାଇଁ ଭୋଟ୍ ମାଗିଛନ୍ତି।
ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ । ବିଜେପିରେ ଯୋଗ ଦେବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ମିଳୁନି ଖୋଜ୍ ଖବର। ସେପଟେ ରଞ୍ଜନଙ୍କ ପତ୍ନୀଙ୍କ ଭାଇରାଲ୍ ଭିଡିଓ ଏବଂ ବ୍ୟୋମକେଶ ରାୟଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପ୍ରଣବ ପ୍ରକାଶ ଓ ରଞ୍ଜନଙ୍କ ଏକ ଫଟୋକୁ ନେଇ ଚାନ୍ଦବାଲିରେ ଏବେ ଅନେକ ଚର୍ଚ୍ଚା ।
ପେଶାରେ ଭିନ୍ନତା ଥାଇପାରେ, କିନ୍ତୁ ନିଶା ରାଜନୀତି। ଏମିତି କିଛି ଉଚ୍ଚଶିକ୍ଷିତ ବର୍ଗ ଏଥରର ପ୍ରତ୍ୟକ୍ଷ ପଲିଟିକ୍ସରେ ସାମିଲ ହୋଇଛନ୍ତି, ସମସ୍ତଙ୍କ ସ୍ୱପ୍ନ ରହିଛି, ଜନତାଙ୍କୁ ବିକାଶ ଧାରାରେ ନେଇ ଶୀର୍ଷରେ ପହଞ୍ଚାଇବା ।
ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ପଡ଼ିବ ଭୋଟ୍। ଆଉ ଏହି ସବୁ ସ୍ଥାନରେ ନେତାଙ୍କ ଭୋଟ୍ ଅଟକିଛି ଆଦିବାସୀଙ୍କ ପାଖରେ। ଅର୍ଥାତ୍, ଆଦିବାସୀ ହିଁ ବାଛିବେ କିଏ ହେବ ସେମାନଙ୍କ ନେତା ।
କମ୍ପୁଛି ନିର୍ବାଚନୀ ମଇଦାନଳ, ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ଜୋରଦାର ଟକ୍କର ।
ଆଖିରେ ଅନେକ ସ୍ୱପ୍ନ, ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା । ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚଶିକ୍ଷିତା ସୋଫିଆ ଫିର୍ଦ୍ଦୋସ ।
ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ। ବିଜେପିରେ ଯୋଗ ଦେବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ମିଳୁନି ଖୋଜ୍ ଖବର।
ବିଜେପି ହେଭିୱେଟ୍ଙ୍କ ପ୍ରଚାରରେ କମ୍ପୁଛି ମୈଦାନ୍। ଗୋଟିଏ ଦିନରେ ଦୁଇ ଷ୍ଟାର କ୍ୟାଂପେନରଙ୍କ ମାରାଥନ୍ ପ୍ରଚାର।
ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ସାଜିବ ଆଦିବାସୀଙ୍କ ଭୋଟ୍। କେଉଁ ଦଳକୁ ଯିବ ଅନୁସୂଚିତ ଜାତି ଓ ଜନଜାତିଙ୍କ ସମର୍ଥନ ?
ଭାଙ୍ଗିବା ଦରକାର ନାହିଁ, ବିଜେଡି ଭୁଶୁ଼ଡି ଗଲାଣି କହିଲା ବିଜେପି । ଚର୍ଚ୍ଚାରେ ସମୀରଙ୍କ 'ବିଜେଡିରେ ଏକାଧିକ ଏକନାଥ ସିନ୍ଦେ' ମନ୍ତବ୍ୟ ।
ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ରାଜନାଥ ସିଂ । ‘ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ସୁବିଧା ମିଳିବ। ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ।
ତେବେ ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହଁନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି, ସେମାନେ ଆମ ସହ ସମ୍ପର୍କରେ ଅଛନ୍ତି।
ସମ୍ଭବତଃ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ବୋଲି କହିଛନ୍ତି ଅପରାଜିତା । ରୋଡ୍ ଶୋକୁ ନେଇ ଦଳୀୟ କର୍ମୀ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି ।
ପ୍ରଥମ ଥର ଆସି ଏତେ ପରିମାଣରେ ସ୍ୱାଗତ ସମ୍ବର୍ଦ୍ଧନା ପାଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି ରାଜନାଥ । ଏହା ପ୍ରଭୁ ଜଗନ୍ନାଥ ଓ ମାଆ ମାଣିକେଶ୍ୱରୀଙ୍କ ଧରିତ୍ରୀ । କଳାହାଣ୍ଡି ଗରିବୀ ଓ ଦାରିଦ୍ର ପାଇଁ ପରିଚିତ ଥିବା କହିଛନ୍ତି ରାଜନାଥ ।
ମାନସୀ ନିଜ ସ୍ୱାମୀ ଓ ସ୍ଥାନୀୟ ବିଧାୟକଙ୍କ ନାଁରେ ଏପରି କାହିଁକି କହିଲେ, ସେ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଓଡ଼ିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କର ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ ।
ସୁନ୍ଦରଗଡ଼ ଜିଲ୍ଲାର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର ଏବଂ ବଣାଇକୁ ନେଇ ଗଠିତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ।
ମୁଁ ଓଡ଼ିଶା ମାଟିର ଜଣେ ସାଧାରଣ ଭୋଟର କହୁଛି। ଏବେ ନିର୍ବାଚନ ସମୟ। ସମସ୍ତେ ନିଜ ନିଜ କଥା କହିବାକୁ ଆମ ପାଖକୁ ଧାଇଁ ଆସୁଛନ୍ତି।...
କାରରୁ ମିଳିଲା ୫ ଲକ୍ଷ, ପିକଅପ୍ ଭ୍ୟାନରୁ ୩ ଲକ୍ଷ । ଚେକିଂ ବେଳେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଳ ଛକରୁ ମୋଟ୍ ୮ ଲକ୍ଷ ଟଙ୍କା ଜବତ ହୋଇଛି ।
ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ ।
ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି କ୍ୟାମ୍ପେନ୍। ପ୍ରଚାର ମୈଦାନରେ ଝାଳ ବୁହାଉଛନ୍ତି ପ୍ରାର୍ଥୀ। ଆଉ ଏଥିରେ ସ୍ବାମୀଙ୍କୁ ବରାବର ସାଥ୍ ଦେଉଛନ୍ତି ସ୍ତ୍ରୀ। ନା ଖରାକୁ ଖାତିର ଅଛି ନା ଭିଡ଼କୁ ଭୟ, ଗାଁ ଗାଁରେ ଘରକୁ ଘର ବୁଲି ସ୍ବାମୀଙ୍କ ପାଇଁ ଲାଗି ପଡିଛନ୍ତି ଭୋଟ୍ ଯୋଗାଡ଼ରେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର 5 ଦିନ। ଦିନକ ପୂର୍ବରୁ ବିକଶିତ ଓଡ଼ିଶା ପାଇଁ 21 ସଂକଳ୍ପ ନାଁରେ ରାଜ୍ୟ ବିଜେପି ତାର ଇସ୍ତାହାର ପ୍ରକାଶ କରି ସାରିଛି। ଏମିତିକି ଏହାକୁ ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି କହି ପ୍ରଚାର ଅଭିଯାନକୁ ଜୋରଦାର୍ କରିଛି। କଂଗ୍ରେସ ବି ତା ସଂକଳ୍ପପତ୍ର ପ୍ରକାଶ କରି ସାରିଛି।
ଦାନା ପାଇଁ ଦାଦନ ସାଜିବାକୁ ପଡୁଛି। ଏହି ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ନିଶାନା ପରେ ଏହା ରାଜ୍ୟର ହଟ୍ ଟପିକ୍ ପାଲଟିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭା ସରୁ ସରୁ ଆସନ୍ତାକାଲିଠୁ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ। କାଲି ଆସିବେରାଜନାଥ ଓ ବିଷ୍ଣୁ ଦେଓ ସାଏ। ୯ରେ ଗଡ଼କରୀ ଆଉ ହିମନ୍ତ ବିଶ୍ୱଶର୍ମା। ୧୦ରେ ପୁଣି ମୋଦି।