• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଶ୍ଚିମବଙ୍ଗରେ ପୁଣି ଚାଲିଲା ଦିଦିଙ୍କ ଯାଦୁ । ବିଧାନସଭା ଓ ଭବାନୀପୁର ଉପର୍ନିବାଚନରେ ବାଜି ମାରିଥିବା ଟିଏମସି ଆଜି କୋଲକତା ପୌର ର୍ନିବାଚନରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଛ । ୧୪୪ଟି ଆସନରୁ ଟିଏମସି ୧୩୪ଟି ଆସନରେ ବିଜୟ ଲାଭ କରିଛି । ସବୁ ବିରୋଧୀ ଦଳଙ୍କୁ ଚିତ୍‌ପଟାଙ୍ଗ କରି ପୁଣି ଥରେ ମୁନିସିପାଲିଟି ଦଖଲ କରିଛି ଟିଏମସି । ଏହି ବିଜୟ ପରେ ଦଳ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି ।

ଏହି ବୃହତ ବିଜୟ ପରେ ଦଳର ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସମଗ୍ର ରାଜ୍ୟବାସୀ ଟିଏମସି ସରକାରଙ୍କ ଜନହିତକର କାର୍ଯ୍ୟକୁ ଗ୍ରହଣ କରିଥିବା ସେ କହିଛନ୍ତି । ବିଜେପି, କଂଗ୍ରେସ ଏବଂ ବାମମେଣ୍ଟ ସେମାନଙ୍କ ଅସ୍ତିତ୍ୱ ହରାଇଥିବା ମମତା କହିଛନ୍ତି । ଏଥିସହ ଲୋକଙ୍କ ପ୍ରତି ସେବା ମନୋବୃତ୍ତି ଭୁଲି ନଯିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ବିଜୟ ଲୋକଙ୍କର ଏବଂ ଏହା ଆଗକୁ ଆହୁରି କାମ କରିବାକୁ ଉତ୍ସାହିତ କରିବ ବୋଲି ମମତା କହିଛନ୍ତି ।

ବିଧାନସଭାରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିବା ବିଜେପି କୋଲକାତାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ବିଜେପି ଖାତାରେ ମାତ୍ର ୩ଟି ଆସନ ଯାଇଛି । ତେବେ ଟିଏମସି ବିରୋଧରେ ହିଂସାକାଣ୍ଡ ଘଟାଇ ବୁଥ ରିଗିଂ ଅଭିଯୋଗ ଆଣିଛି ବିଜେପି । ତେଣୁ ପୁନର୍ବାର ର୍ନିବାଚନ ପାଇଁ ରାଜ୍ୟ ର୍ନିବାଚନ ଆୟୋଗଙ୍କୁ ଚିଠି ଲେଖିଛି ଦଳ ।

ରବିବାର କୋଲକାତା ମ୍ୟୁନିସିପାଲ କର୍ପୋରେସନରେ୧୪୪ଟି ଆସନରେ ମତଦାନ ହୋଇଥିଲା । ୨୦୧୫ରେ କୋଲକାତାରେ ହୋଇଥିବା ପୌର ର୍ନିବାଚନରେ ଟିଏମସି ୧୧୪ଟି ଆସନ ଜିତି ମେୟର ପଦବୀ ହାତେଇଥିଲା । ବିଧାନସଭା ର୍ନିବାଚନରେ କଂଗ୍ରେସ ଓ ବାମପନ୍ଥୀ ମଧ୍ୟରେ ମେଣ୍ଟ ହୋଇ ଉଭୟେ ଲଢିଥିଲେ । ହେଲେ ପୌର ର୍ନିବାଚନରେ ଉଭୟେ ପୃଥକଭାବେ ଲଢୁଛନ୍ତି ।